ETV Bharat / bharat

ଗୋମାଂସ ଚାଲାଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା !

author img

By

Published : Jun 26, 2023, 11:46 AM IST

ଗୋମାଂସ ଚାଳାଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା !
ଗୋମାଂସ ଚାଳାଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା !

ନାସିକରେ ଗୋମାଂସ ଚାଲାଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା । କାରରୁ ମାଂସ ଜବତ କରିବା ପରେ ଦୁଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଉତ୍ୟକ୍ତ ଭିଡ । ଜଣେ ମୃତ, ଜଣେ ଗୁରୁତର । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଜଣେ ମୁସଲିମ ଯୁବକଙ୍କୁ ଗୋମାଂସ ଚାଲାଣ ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସ୍ଥାନୀୟ ଏକ ଗ୍ରାମର ଉତ୍ୟକ୍ତ ଲୋକେ ଏକ କାରରେ ଗୋମାଂସ ନେଇ ଯାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ, ଗୋମାଂସ ଓ ଉକ୍ତ କାରକୁ ମଧ୍ୟ ଜବତ କରିଛି ।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ମୃତ ଯୁବକ 32 ବର୍ଷୀୟ ଅଫନ ଅନସାରୀ ଓ ସେ ମୁମ୍ବାଇର କୁର୍ଲାର ବାସିନ୍ଦା । ଅଫନ ତାର ଅନ୍ୟଜଣେ ସହଯୋଗୀ ନାସିର ଶେଖ ସହ ଏକ କାରରେ ମାଂସ ନେଇ ଯାଉଥିଲେ । ଏହି ସମୟରେ ତାଙ୍କୁ କିଛି ଗୋସୁରକ୍ଷା ବାହିନୀର ସଦସ୍ୟ ସେମାନଙ୍କୁ ରୋକିବା ସହ ସେମାନଙ୍କ କାର ଯାଞ୍ଚ କରିଥିଲେ । ଏଥିରେ ଗୋମାଂସ ଥିବା ଜଣାପଡିବା ପରେ ଏକାଠି ହୋଇଥିବା ଗୋସୁରକ୍ଷା ସଦସ୍ୟମାନେ ଉତ୍ୟକ୍ତ ହୋଇପଡିଥିଲେ । ଉଭୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସଠାରେ ଅଫନ ଅନସାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଗୁରୁତର ଏବେ ମଧ୍ୟ ଚିକିତ୍ସା ହେଉଛନ୍ତି । ହେଲେ ଏହା ଲ୍ୟାବ ରିପୋର୍ଟ ଆସିବା ପରେଏହା ଗୋମାଂସ କି ଅନ୍ୟ କିଛି ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋମାଂସ ଭର୍ତ୍ତି କାର ଜବତ କରିଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ବୟାନ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ ମଧ୍ୟ କରିଛି । କିଛି ଅଭିଯୁକ୍ତଙ୍କୁ ଥାନାକୁ ଆଣି ଜେରା କରାଯାଉଛି । ଏହି ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ପୋଲିସ କହିଛି । ତେବେ ଗୋମାଂସ ଚାଲାଣ ଅଭିଯୋଗ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । ଜବତ ହୋଇଥିବା ମାଂସର ନମୂନା ଫେରେନସିକ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ଗୋମାଂସ କିମ୍ବା ଅନ୍ୟ କିଛି ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ଚଳିତବର୍ଷ ମାର୍ଚ୍ଚରେ ମହାରାଷ୍ଟ୍ର ସରକାର ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ରୋକିବା ପାଇଁ ଏକ କମିଶନ ଗଠନ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ଏହି ଅଧିନିୟମକୁୁ ବୈଧ ଦର୍ଶାଇଥିଲେ । କେବଳ ଅଧିକୃତ ସଂସ୍ଥା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କୋର୍ଟ କହିଥିଲେ । ଏହି ଆଧାରରେ ସରକାର ଏକ କମିଶନ ଗଠନ କରି ରାଜ୍ୟରେ ଗୋଚାଲାଣ କିମ୍ବା ହତ୍ୟା ରୋକିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.