ETV Bharat / bharat

ପୁଣି ବିବାଦରେ ତେଲେଙ୍ଗାନା ନିଲମ୍ବିତ ବିଜେପି ବିଧାୟକ ରାଜା ସିଂ, ହେଟ୍‌ସ୍ପିଚ ଅଭିଯୋଗରେ ମୁମ୍ବାଇରେ ମାମଲା ରୁଜୁ

author img

By

Published : Mar 30, 2023, 7:36 PM IST

ପୁଣି ବିବାଦରେ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂ
ପୁଣି ବିବାଦରେ ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂ

ତେଲେଙ୍ଗାନା ବିଜେପି ବିଧାୟକ ରାଜା ସିଂଙ୍କ ନାମରେ ପୁଣି ମାମଲା । ଜାନୁଆରୀ 29ରେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣି ବିବାଦ ଘେରରେ ତେଲେଙ୍ଗାନାର ନିଲମ୍ବିତ ବିଜେପି ବିଧାୟକ ଟି. ରାଜା ସିଂ । ଜାନୁଆରୀ ମାସରେ ମୁମ୍ବାଇରେ ଏକ ରାଲି ବେଳେ ଘୃଣା ସୃଷ୍ଚିକାରୀ ଭାଷଣ ଦେଇଥିବା ଅଭିଯୋଗରେ ପୁଣି ବିବାଦ ପରିସରକୁ ଆସିଛନ୍ତି ବିଧାୟକ ରାଜା । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଜାନୁଆରୀ 29ରେ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ‘ହିନ୍ଦୁ ସକଲ ସମାଜ’ ଦ୍ବାରା ଆୟୋଜିତ ଏକ ସମାବେଶରେ ବିଧାୟକ ରାଜା ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର 4 ଦିନ ପରେ ସମାଜରେ ଘୃଣା ସୃଷ୍ଟି କରିବା ଓ ସଦଭାବନା ନଷ୍ଟ କରିବା ପରି ଭାଷଣ ଦେଇଥିବା ଅଭିଯୋଗରେ ସ୍ଥାନୀୟ ଦାଦର ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଯେଉଁ ଆଧାରରେ ପୋଲିସ ଆଜି(ଗୁରୁବାର) ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ତେଲେଙ୍ଗାନାର ହାଇଦ୍ରାବାଦର ଘୋସାମାଲ ବିଧାନସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟି ଟିକେଟରେ ବିଧାୟକ ହୋଇଥିବା ଟି.ରାଜାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା 153A(I)(a) ଅନୁସାରେ ଘୃଣା ସୃଷ୍ଚିକାରୀ ବା ଧାର୍ମିକ ଉତ୍ତେଜିତ ଭାଷଣ ଦେବା ଅଭିଯୋଗରେ ମାମଲା ଦାଏର ହୋଇଛି । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିବା ଓ ପରେ ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବିଧାୟକ ରାଜାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ବିବାଦ ପରିସରକୁ ଆସିଥିଲେ ରାଜା । ଯାହାକୁ ନେଇ ହାଇଦ୍ରାବାଦ ସମେତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ରାଜାଙ୍କୁ ଗିରଫ କରିବା ଦାବିରେ ସଂଖ୍ୟାଲଘୁ ସଂଗଠନ ଆନ୍ଦୋଳନ ପ୍ରଦର୍ଶନ କରିଥିଲା ।

ପୂର୍ବରୁ ମଧ୍ୟ ଏକାଧିକ ଥର ବିଧାୟକ ରାଜା ବିବାଦୀୟ ମନ୍ତବ୍ୟ ମାମଲାରେ ବିବାଦ ପରିସରକୁ ଆସି ସାରିଛନ୍ତି । ହାଇଦ୍ରାବାଦରେ ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କୁ ଅଗଷ୍ଟ 25 ତାରିଖରେ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କୁ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦଳରୁ ନିଲମ୍ବିତ କରିଛି । ଏବେ କିଛି ଦିନ ହେବ ସେ ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି । ଏବେ ପୁଣି ତାଙ୍କ ନାମରେ ଜାନୁଆରୀର ଏକ ହେଟ୍‌ସ୍ପିଚ ମାମଲାରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି । ଏବେ ପୁଣି ମୁମ୍ବାଇ ପୋଲିସ ତାଙ୍କୁ ହାଜର ହେବା ପାଇଁ ସମନ ଜାରି କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.