ETV Bharat / bharat

Google CEO ସୁନ୍ଦର ପିଚାଇଙ୍କ ନାଁରେ ମାମଲା

author img

By

Published : Jan 26, 2022, 5:54 PM IST

କପି ରାଇଟ ଆକ୍ଟ ଉଲଙ୍ଘନ ବିବାଦରେ ୟୁଟ୍ୟୁବ । ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାମରେ ମାମାଲା ରୁଜୁ କଲା ମୁମ୍ବାଇ ପୋଲିସ । ଅଭିଯୋଗ ଆଣିଥିଲେ ସିନେ ନିର୍ଦ୍ଦେଶକ ସୁନିଲ ଦର୍ଶନ । ଅଧିକ ପଢନ୍ତୁ

Google CEO ସୁନ୍ଦର ପିଚାଇଙ୍କ ନାମରେ ମାମଲା
Google CEO ସୁନ୍ଦର ପିଚାଇଙ୍କ ନାମରେ ମାମଲା

ମୁମ୍ବାଇ: ଗୁଗୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇଙ୍କ ନାମରେ ମାମଲା । କପିରାଇଟ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ପିଚାଇଙ୍କ ବିରୋଧରେ ଜଣେ ଭାରତୀୟ ସିନେ ନିର୍ମାତା ସୁନିଲ ଦର୍ଶନ ଏହି ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସୁନ୍ଦର ପିଚାଇଙ୍କ ସହ ଗୁଗୁଲର ଅନ୍ୟ ୫ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ମାମଲା ପରିସରକୁ ଆସିଛନ୍ତି ।

ଅଭିଯୋଗ ଆସିବା ପରେ ସୁନ୍ଦରଙ୍କ ନାମରେ ଏତଲା କରିବାକୁ ମୁମ୍ବାଇ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ପାଞ୍ଚଜଣ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କପିରାଇଟ୍ ଆକ୍ଟ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ ।

2017 ରେ ସୁନୀଲ ଦର୍ଶନଙ୍କ ଦ୍ବାରା ନିର୍ମିତ ସିନେମା ‘ଏକ୍ ହସିନା ଥି ଏକ୍ ଦିୱାନା ଥା’ ଚଳଚ୍ଚିତ୍ରଟି ୟୁଟ୍ୟୁବରେ ଅନେକ ଲୋକଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି । ଏହାର ଅପଲୋଡ ଅନୁମତି ନଥିବା ବେଳେ ୟୁଟ୍ଯୁବରେ କେମିତି ଅପଲୋଡ ହେଲା ତାକୁ ନେଇ ୟୁଟ୍ଯୁବର ମୂଳ ସଂସ୍ଥା ଗୁଗୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ଉକ୍ତ ସିନେମାର ନିର୍ମାତା ସୁନିଲ ଦର୍ଶନ । ଗୁଗୁଲ ଅନଧିକୃତ ବ୍ୟକ୍ତିଙ୍କୁ ଏହି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍ କରିବାକୁ ଅନୁମତି ଦେଇଥିବା ଅଭିଯୋଗ ପରେ ମାମଲା ପଞ୍ଜିକୃତ ହୋଇଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ମୁମ୍ବାଇ ପୋଲିସ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.