ETV Bharat / bharat

ସାରା-ସଚିନ ତେନ୍ଦୁଲକରଙ୍କ ଡିପଫେକ ଭିଡିଓ: ମାମଲା ରୁଜୁ କଲା ମୁମ୍ବାଇ ସାଇବର ପୋଲିସ

author img

By ETV Bharat Odisha Team

Published : Jan 18, 2024, 5:45 PM IST

Sachin-Sara Tendulkar Deepfake Video: ପୂର୍ବ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ମାମଲା ନେଇ ମୁମ୍ବାଇ ସାଇବର ପୋଲିସର କାର୍ଯ୍ୟାନୁଷ୍ଠାନ । ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ ।

ସାରା-ସଚିନ ତେନ୍ଦୁଲକରଙ୍କ ଡିପଫେକ ଭିଡିଓ; ମାମଲା ରୁଜୁ କଲା ମୁମ୍ବାଇ ପୋଲିସ
ସାରା-ସଚିନ ତେନ୍ଦୁଲକରଙ୍କ ଡିପଫେକ ଭିଡିଓ; ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ଭାଇରାଲ ଘଟଣା । ମୁମ୍ବାଇ ସାଇବର ପୋଲିସ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ କରିଛି । ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୁମ୍ବାଇ ସାଇବର ସେଲ ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ, ସଚିନଙ୍କ ସ୍ବରର ଦୂରୁପଯୋଗ କରି ଫେକ ଭିଡିଓ ପ୍ରସ୍ତୁତ କରାଯାଇଛି । ମୁମ୍ବାଇ ସାଇବର ପୋଲିସ ଏହି ମାମଲାରେ ଆଇପିସି ଧାରା ୫୦୦ ଏବଂ ଆଇଟି ଅଧିନିୟମର ଧାରା ୬୬ C ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି । ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ।

ଗତ କିଛି ଦିନ ତଳେ ସଚିନଙ୍କ ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅନଲାଇନ ଗେମିଂକୁ ପ୍ରମୋଟ କରୁଥିବା ନଜର ଆସିଥିଲେ । ଏହି ଭିଡିଓରେ ତାଙ୍କ ସହ ଝିଅ ସାରା ମଧ୍ୟ ରହିଥିଲେ । ଉଭୟ ଅନଲାଇନ ଗେମ ଖେଳି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ସଚିନ ଏହାକୁ ନକଲି ବୋଲି କହିଥିଲେ । ଏଥିସହ ସୋସିଆଲ ମିଡିଆରେ ଘଟଣା ନେଇ ଖୁବ ବର୍ଷିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଏହି ପୋଷ୍ଟ ସହିତ ଡିପ୍‌ଫେକ୍‌ ଭିଡିଓଟିକୁ ମଧ୍ୟ ସେୟାର କରିଥିଲେ ସଚିନ୍‌ । ଏହା ସହିତ ସେ ଏହି ପୋଷ୍ଟରେ ବୈଦ୍ୟୁତିକ ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ମହାରାଷ୍ଟ୍ର ସାଇବର କ୍ରାଇମ୍‌ ବ୍ରାଞ୍ଚକୁ ମଧ୍ୟ ଟ୍ୟାଗ୍‌ କରିଥିଲେ । ତେବେ ତେନ୍ଦୁଲକର ଏଭଳି ଘଟଣାର ଅଭିଯୋଗ କରିବା ଏହା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ସାରା ତେନ୍ଦୁଲକର ସମେତ ଅନେକ ସେଲିବ୍ରିଟି ଏହାର ଶିକାର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ତେନ୍ଦୁଲକରଙ୍କ ଆସିଲା ଡିପ୍‌ଫେକ୍‌ ଭିଡିଓ, ସୋସିଆଲ ମିଡିଆରେ ବର୍ଷିଲେ

ସୂଚନା ଥାଉ କି, ସଚିନଙ୍କ ଲାଡଲି ସାରା ତେନ୍ଦୁଲକର ପୂର୍ବରୁ ମଧ୍ୟ ଡିପଫେକ ଭିଡିଓ ମାମଲାର ଶିକାର ହୋଇଥିଲେ । ସାରା ତେନ୍ଦୁଲକର ଓ ଶୁଭମନ ଗିଲ ଡେଟିଂ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଉଭୟଙ୍କ ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ସାରା ତାଙ୍କ ଭାଇ ଅର୍ଜୁନଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ହେଲେ ଏହି ଫଟୋରେ ଅର୍ଜୁନଙ୍କ ପରିବର୍ତ୍ତେ ଏହାକୁ ଏଡିଟ କରି ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ମୁହଁ ଲଗାଯାଇଥିଲା । ଯାହା ପରେ ଏପରି କରିଥିବା ବ୍ୟକ୍ତି ଉପରେ ବର୍ଷିବା ସହଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ଏହା ପୂର୍ବରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଏବଂ କାଜୋଲ ଡିଫପେକର ଶିକାର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.