ETV Bharat / bharat

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଜିଓର ନୂଆ ଅଧ୍ୟକ୍ଷ ଆକାଶ ଅମ୍ବାନୀ

author img

By

Published : Jun 28, 2022, 5:50 PM IST

Updated : Jun 28, 2022, 6:06 PM IST

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଜିଓର ନୂଆ ଅଧ୍ୟକ୍ଷ ଆକାଶ ଅମ୍ବାନୀ
ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଜିଓର ନୂଆ ଅଧ୍ୟକ୍ଷ ଆକାଶ ଅମ୍ବାନୀ

ରିଲିଆନ୍ସ ଜିଓର ନୂଆ ଅଧ୍ୟକ୍ଷ ହେଲେ ଆକାଶ ଅମ୍ବାନୀ । ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ପୁଅ ଆକାଶଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରିଲିଆନ୍ସ ଜିଓର ନୂଆ ଅଧ୍ୟକ୍ଷ ହେଲେ ଆକାଶ ଅମ୍ବାନୀ(Akash Ambani Is New Jio Chairman) । ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ବଡପୁଅ ଆକାଶଙ୍କୁ ବୋର୍ଡର ଅଧ୍ୟକ୍ଷ(chairman) ଭାବେ ନିଯୁକ୍ତ କରାଯାଇଛି । କମ୍ପାନୀର ବୋର୍ଡ ବୈଠକରେ ଆକାଶଙ୍କ ନିଯୁକ୍ତିଙ୍କୁ ମଞ୍ଜୁରୀ ମିଳିଛି ।

ସୂଚନା ଅନୁଯାୟୀ, ଜୁନ ୨୭ ଅର୍ଥାତ୍ ସୋମବାର ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦ ଛାଡିଛନ୍ତି । ସେ ଇସ୍ତଫା ଦେଇଥିବାରୁ ତାଙ୍କ ବଡପୁଅ ଆକାଶ ବୋର୍ଡର ନୂଆ ଅଧ୍ୟକ୍ଷ ହେବା ସହ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ(non-executive director) ହୋଇଛନ୍ତି । ସେହିପରି ପଙ୍କଜ ମୋହନ ପାୱାର(Pankaj Mohan Pawar)ଙ୍କୁ ଜୁନ ୨୭ରୁ ୫ ବର୍ଷ ପାଇଁ କମ୍ପାନୀର ଏମଡି ଭାବେ ନିଯୁକ୍ତ କରାଯାଇଛି । କେଭି ଚୌଧୁରୀ( KV Chowdary) ଓ ରମିନ୍ଦର ସିଂହ ଗୁଜରାଲ(Raminder Singh Gujral)ଙ୍କୁ ୫ ବର୍ଷ ପାଇଁ ସ୍ବାଧୀନ ନିର୍ଦ୍ଦେଶକ(independent directors) ଭାବେ ଦାୟିତ୍ବ ମିଳିଛି ।

Last Updated :Jun 28, 2022, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.