ETV Bharat / bharat

ପ୍ରେମ କଲା ପାଗଳ: ପ୍ରେମିକ ସହ ରହିବା ପାଇଁ ୩ ବର୍ଷର ଶିଶୁକୁ ହତ୍ୟା

author img

By

Published : Apr 13, 2022, 8:59 PM IST

କେରଳର ଇଲାପ୍ପୁଲ୍ଲିରୁ ନିଜ ଛୁଆକୁ ହତ୍ୟା ଅଭିଯୋଗରେ ମହିଳାଙ୍କୁ ପୋଲିସ ଗିରଫ କରିଛି । ତିନି ବର୍ଷର ଛୁଆକୁ ହତ୍ୟା କଲା ମାଆ । ନିଜ ପ୍ରେମିକ ସହ ରହିବା ପାଇଁ ମହିଳା ଜଣଙ୍କ ଏହି ବୀଭତ୍ସ କାଣ୍ଡ ଭିଆଇଛନ୍ତି । ଅଧିକ ପଢନ୍ତୁ

ପିଶାଚୀ ମାଆ, ତିନି ବର୍ଷର ଛୁଆକୁ ହତ୍ୟା କଲା ମାଆ
ପିଶାଚୀ ମାଆ, ତିନି ବର୍ଷର ଛୁଆକୁ ହତ୍ୟା କଲା ମାଆ

ଥିରୁଅନନ୍ତପୁରମ: କେରଳର ଇଲାପ୍ପୁଲ୍ଲିରୁ ନିଜ ଛୁଆକୁ ହତ୍ୟା ଅଭିଯୋଗରେ ମହିଳାଙ୍କୁ ପୋଲିସ ଗିରିଫ କରିଛି । ତିନି ବର୍ଷର ଛୁଆକୁ ହତ୍ୟା କଲା ମାଆ । ନିଜ ପ୍ରେମିକ ସହ ରହିବା ପାଇଁ ମହିଳା ଜଣଙ୍କ ଏହି ବୀଭତ୍ସ କାଣ୍ଡ ଭିଆଇଛନ୍ତି ।

ସେହିପରି ପୋଲିସର ପଚରାଉଚୁରା ପରେ ଅଭିଯୁକ୍ତ ମହିଳା ମାନିବା ସହ ନିଜ ଛୁଆକୁ ହତ୍ୟା କରିଥିବା ସ୍ବୀକାର କରିଛି । ତେବେ ତିନି ବର୍ଷୀୟ ମହମ୍ମଦ ଶାନ ମଙ୍ଗଳବାର ସକାଳେ ଛୋଟିପାରା ଠାରେ ତାଙ୍କ ମାଆଙ୍କ ଘରେ ରହସ୍ୟମୟ ପରିସ୍ଥିତିରେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ଶିଶୁଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ପକ୍ଷରୁ ଶିଶୁର ମାଆ ଆସିଆଙ୍କୁ ଘଟଣା ସମ୍ପର୍କରେ ପଚାରିବାବେଳେ ସେ କିଛି ଜାଣି ନଥିବା କହିଥିଲେ । ତେବେ ପୋଲିସ ପଚରାଉଚୁରା କରିବା ପରେ ସେ ଶାନଙ୍କୁ ତଣ୍ଟିଚିପ ହତ୍ୟା କରିଥିବା ସ୍ବୀକାର କରିଥିଲା ।

ଅନ୍ୟପଟେ ପୋଲିସର କହିବା ଅନୁସାରେ, ସ୍ୱାମୀ ଶାମିର ମହମ୍ମଦଙ୍କ ଠାରୁ ବହୁ ଦିନ ଦୂରରେ ରହି ଆସୁଥିବା ଆସିଆ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡିଯାଇଥିଲେ । ସେ ତାଙ୍କ ପ୍ରେମିକ ସହିତ ରହିବା ପାଇଁ ନିଜ ପୁଅକୁ ହତ୍ୟା କରିଥିବା ପୋଲିସ କହିଛି । ସେହିଭଳି ତାଙ୍କୁ ବୁଧବାର ଜୁଡିସିଆଲ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପରେ ତାଙ୍କୁ ନ୍ୟାୟିକ ହେପାଜତରେ ରିମାଣ୍ଡରେ ନିଆଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.