ETV Bharat / bharat

ପରକୀୟା ପ୍ରୀତିରେ କଣ୍ଟା ସାଜିଲା ଛୁଆ, ପ୍ରେମିକ ସହ ମିଶି ପୁଅକୁ ହତ୍ୟା କଲା ମାଆ

author img

By

Published : Feb 26, 2023, 8:05 AM IST

ପ୍ରେମିକ ସହ ମିଶି ଚାରି ବର୍ଷର ପୁଅକୁ ହତ୍ୟା କଲା ମାଆ
ପ୍ରେମିକ ସହ ମିଶି ଚାରି ବର୍ଷର ପୁଅକୁ ହତ୍ୟା କଲା ମାଆ

ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି 4 ବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମାଆ । ଅଧିକ ପଢ଼ନ୍ତୁ

କୋଲକାତା: ମରିଗଲା ମମତା । ପ୍ରେମିକ ସହ ମିଶି ଚାରି ବର୍ଷର ନୀରିହ ଶିଶୁପୁତ୍ରକୁ ହତ୍ୟା କଲା ମାଆ । ଏପରି ହୃଦୟ ବିଦାରକ ଏବଂ ଅମାନୁଷିକ ଘଟଣା ଘଟିଛି ପଶ୍ଚିମବଙ୍ଗର ଦକ୍ଷିଣ୨୪ ପ୍ରଗଣା ଜିଲ୍ଲା କୁଲଟାଲି ଅଞ୍ଚଳରେ । ପରକୀୟା ପ୍ରୀତି ପାଇଁ ନିଜ ଗର୍ଭରୁ ଜନ୍ମିତ ସନ୍ତାନକୁ ହତ୍ୟା କଲା ମାଆ । ପ୍ରେମିକ ସହ ସୁଖ ସଂସାର ଗଢିବା ରାସ୍ତାରେ ସନ୍ତାନ କଣ୍ଟା ସାଜୁଥିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଲା । ଏପରି ବର୍ବରୋଚିତ ଘଟଣାର ଖବର ପାଇବା ପରେ ଅଭିଯୁକ୍ତ ମହିଳା ଏବଂ ତା'ର ପ୍ରେମିକକୁ ଗିରଫ କରିଛି ପୋଲିସ ।

ଅବୁଲ ହୁସେନ୍‌ ନାମକ ଯୁବକଙ୍କ ସହ ଅଭିଯୁକ୍ତ ମହିଳାଙ୍କ ପରକୀୟା ପ୍ରୀତି ରହିଥିଲା । ମହିଳାଙ୍କ ସ୍ୱାମୀ ଘରେ ନଥିବା ସମୟରେ ଅବୁଲ ହୁସେନ୍‌ ଘରକୁ ଆସୁଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମର ସମ୍ପର୍କ ନିବିଡ଼ ହୋଇଥିଲା । ମହିଳାଙ୍କ ସ୍ୱାମୀ ତେବ ଅଲ୍ଲୀ କାମ ପାଇଁ ବାହାରେ ରହୁଥିଲେ । ସେ କୋଲକାତାରେ ଶ୍ରମିକ ଭାବ କାର୍ଯ୍ୟ କରନ୍ତି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ତେବ କାମକୁ ଯାଇଥିବା ବେଳେ ମହିଳାଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲେ । ନିଜ ସ୍ବାମୀ ସହ ସମସ୍ତ ସମ୍ପର୍କ ଛିନ୍ନ କରି ପ୍ରେମିକ ସହ ବିବାହ କରିବାକୁ ସେ ସ୍ଥିର କରିଥିଲେ । ହେଲେ ତାଙ୍କର ପ୍ରେମ ସମ୍ପର୍କରେ କଣ୍ଟା ସାଜିଲା 4 ବର୍ଷୀୟ ନିରୀହ ଶିଶୁ । ନିଜ ଛୁଆକୁ ରାସ୍ତାରୁ ହଟେଇବା ପାଇଁ ପ୍ରେମିକ ସହ ମିଶି ହତ୍ୟା କରିବା ପରେ ଗାଁ ଛାଡି ଫେରାର ହେଇଯାଇଥିଲେ ଉଭୟ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କ ସ୍ୱାମୀ ତେବ ତାଙ୍କ ପତ୍ନୀ ଏବଂ ପ୍ରେମିକ ଅବୁଲ ହୁସେନ୍‌ଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକକୁ ଖୋଜାଖୋଜି କରିଥିଲା । ଏହାପରେ ଅଭିଯୁକ୍ତ ମହିଳାଙ୍କୁ ଏକ ଗାଁରୁ ଗିରଫ କରି ବରୁପୁର କୋର୍ଟରେ ହାଜର କରିଛି ପୋଲିସ । କୋର୍ଟ ଅଭିଯୁକ୍ତଙ୍କୁ ଛଅ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି । ଅନ୍ୟପଟେ ତାଙ୍କ ପ୍ରେମିକଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଅନୁରୋଧ କରିଛି ପୋଲିସ । ତେବେ ରିମାଣ୍ଡ ସମୟରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.