ETV Bharat / bharat

Morbi Bridge Collapse: ନଭେମ୍ବର ୧୪ରୁ ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Nov 1, 2022, 7:54 PM IST

Updated : Nov 1, 2022, 10:36 PM IST

ମୋର୍ବି ଝୁଲାପୋଲ ଅଘଟଣକୁ ନେଇ ସାରା ଦେଶ ସ୍ତବ୍ଧ । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଏହାକୁ ନେଇ ନଭେମ୍ବର ୧୪ ତାରିଖରୁ ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

morbi-bridge-collapse-sc-to-hear-plea-on-nov-14-for-judicial-probe
Morbi Bridge Collapse: ନଭେମ୍ବର ୧୪ରୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋର୍ବି ଝୁଲାପୋଲ ଅଘଟଣ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । କେଉଁ ପରିସ୍ଥିତିରେ ଏହି ୧୪୦ ବର୍ଷରୁ ଅଧିକ ପୁରୁଣା ଝୁଲା ପୋଲ ଖସି ପଡ଼ିଲା ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଏହାକୁ ନେଇ ନଭେମ୍ବର ୧୪ ତାରିଖରୁ ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ ।

ଏହି ଅଘଟଣକୁ ନେଇ ଏକ ବିଚାର ବିଭାଗୀୟ କମିଶନ ଗଠନ କରିବାକୁ ଆବେଦନ କରାଯାଇଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି କମିଶନର ମୁଖ୍ୟ କରାଯାଉ ବୋଲି ଆବେଦନକାରୀ ଅପିଲ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଓ ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗ୍ରହଣ କରିଛନ୍ତି । ନଭେମ୍ବର ୧୪ ତାରିଖରୁ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।

ଆଡଭୋକେଟ ବିଶାଳ ତିୱାରୀ ମୋର୍ବି ଝୁଲାପୋଲ ଅଘଟଣକୁ ନେଇ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି । ନ୍ୟାୟିକ ତଦନ୍ତ କମିଶନ ମାଧ୍ୟମରେ ଏହି ଅଘଟଣ ତଦନ୍ତ କରାଇବାକୁ ଚାହୁଁଥିବା ଆବେଦନକାରୀ ଦର୍ଶାଇଛନ୍ତି । ଗୁଜରାଟରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସର୍ବେକ୍ଷଣ ପାଇଁ ଏକ କମିଟି ଗଠନ ପାଇଁ ଆବେଦନ କରିଛନ୍ତି ଆବେଦନକାରୀ । ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଚାହିଁଛନ୍ତି । ଏହି କମିଟି ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ତଥା ପୁରାତନ ପୋଲର ସ୍ଥିତି ଯାଞ୍ଚ କରିବ । ଏହି କମିଟି ପର୍ଯ୍ୟଟନସ୍ଥଳୀର ପରିବେଶ ମୁତାବକ କାର୍ଯ୍ୟକ୍ଷମତା ତଥା ଏଠାରେ ପର୍ଯ୍ୟଟକଙ୍କ ନିରାପତ୍ତାକୁ ନିଶ୍ଚିତ କରିବ ।

ଏଭଳି ଘଟଣା ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ପରିଚାଳନା ଟିମ୍‌ ମୁତୟନ ରଖିବାକୁ ଦାବି ହୋଇଛି । ଏହି ଟିମ୍‌ ଏଭଳି ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ପାରିବ । ରାଜ୍ୟ ସରକାର ଏକ ନିର୍ମାଣ ତଦନ୍ତ ବିଭାଗ ଗଠନ କରନ୍ତୁ । ଯାହାଦ୍ବାରା ଏଭଳି ଘଟଣାରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇ ପାରିବ । ଏହି ବିଭାଗ ସାର୍ବଜନିକ ନିର୍ମାଣର ଗୁଣବତ୍ତା ଓ ସୁରକ୍ଷା ଯାଞ୍ଚ କରିବ । ଏହି ସମସ୍ତ ଅପିଲ୍‌କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅପିଲ୍‌ କରିଛନ୍ତି ଆବେଦନକାରୀ ।

ଗୁଜୁରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ସାରା ଦେଶ ସ୍ତବ୍ଧ । ଅନେକ ନିଜ ଅତ୍ମୀୟଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି । ଏଯାବତ ମୃତ୍ୟୁସଂଖ୍ୟା 135ରେ ପହଞ୍ଚିଥିବାବେଳେ ଏବେବି ଦୁର୍ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ଅନେକ ଚିକିତ୍ସିତ ହେଉଛନ୍ତି । ଏହି ଅଘଟଣରେ ଅନେକ ପରିବାର ଉଜୁଡ଼ି ଯାଇଛି ।

Last Updated : Nov 1, 2022, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.