ETV Bharat / bharat

Anti-terror-conference-2023: ‘ଆତଙ୍କବାଦର ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞାବଦ୍ଧ ମୋଦି ସରକାର’

author img

By ETV Bharat Odisha Team

Published : Oct 5, 2023, 6:05 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦିଲ୍ଲୀରେ ତୃତୀୟ ଆଣ୍ଟି-ଟେରର କନଫରେନ୍ସକୁ ଉଦଘାଟନ କଲେ ଶାହ । କହିଲେ କେବଳ ଆତଙ୍କବାଦ ମୁକାବିଲା ନୁହେଁ ବରଂ ଏହାର ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞାବଦ୍ଧ ମୋଦି ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶର ଆତଙ୍କବାଦ, ଗ୍ୟାଙ୍ଗଷ୍ଟାର କଲଚର, ମାନବ ଚାଲାଣ ଓ ନିଶା କାରବାର ରାକେଟ ନିରୋଧୀ ଲଢେଇରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ବର୍ତ୍ତମାନ ଦେଶରେ ଶାସନରେ ଥିବା ମୋଦି ସରକାର ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞାବଦ୍ଧ । ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଦିଲ୍ଲୀରେ ଆରମ୍ଭ ହୋଇଥିବା ଦୁଇଦିନିଆ ୩ୟ ଆଣ୍ଟି ଟେରର କନଫରେନ୍ସର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

  • The Modi government is firmly committed to rooting out terrorism from our country.
    Will inaugurate the '3rd Anti-terror Conference' hosted by @NIA_India in New Delhi today and illustrate Modi Ji's vision behind the policy of zero tolerance for terrorism adopted by our nation. https://t.co/LhdepmmAeY

    — Amit Shah (@AmitShah) October 5, 2023 " class="align-text-top noRightClick twitterSection" data=" ">

ଆଜି ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ ବା ଆଣ୍ଟି ଟେରର କନଫରେନ୍ସ । ଆଜି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ମିଳନୀରେ ୧୪ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ସମସ୍ତ ଆଣ୍ଟି ଟେରର ସ୍କ୍ବାଡ (ଏଟିଏସ) ୟୁନିଟର ମୁଖ୍ୟଙ୍କ ସମେତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସୁରକ୍ଷା ବ୍ୟାପାର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି । ସେହିପରି ଏହି ସମ୍ମିଳନୀରେ ଦେଶର ଗୁଇନ୍ଦା ସଂସ୍ଥା ‘ର’ ମୁଖ୍ୟ, ଇଣ୍ଟେଲିଜେନ୍ସି ବ୍ୟୁରୋ (ଆବି) ମୁଖ୍ୟ, ଆତଙ୍କୀ ଲିଙ୍କର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟ, ସ୍ଥଳସେନା, ଜାତୀୟ ସୁରକ୍ଷା ବଳ (ଏନଏସଜି) ଓ ଆତଙ୍କବାଦ ନିରୋଧୀ ଅପରେସନରେ ଅଂଶଗ୍ରହଣ କରୁଥିବା ସମସ୍ତ ଫୋର୍ସର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଦେଶର ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା, ଆହ୍ବାନ ଓ ଆଗମୀ ସୁରକ୍ଷା ରଣନୀତି ନେଇ ଏହି ସମ୍ମିଳନୀରେ ମାନସ ମନ୍ଥନ ହେବ ।

ଏହା ମଧ୍ୟ ପଢନ୍ତୁ:- Encounter in J&K: କୁଲଗାମରେ ୨ ଆତଙ୍କୀ ସଫା, ଅପରେସନ ଜାରି

ତେବେ ଆଜି ଏହି ସମ୍ମିଳନୀକୁ ଉଦଘାଟନ କରିବା ସହ ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ଶାହ କହିଛନ୍ତି । ଶାହ କହିଛନ୍ତି ମୋଦି ସରକାର କେବଳ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଦେଶରୁ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ପ୍ରତିଜ୍ଞାଦ୍ଧ । ସେ ଦିଗରେ କାର୍ଯ୍ୟ ଜାରି ରହିଛି । ଦେଶର ସୁରକ୍ଷା ବଳ ତମାମ ଅପରେସନ ଜାରି ରଖିଛି ବୋଲି ଶାହ କହିଛନ୍ତି । ଏବେ ବିଦେଶରେ ଖଲିସ୍ତାନୀ ଆନ୍ଦୋଳନ ଓ ଭାରତ ବିରୋଧୀ ଷଡଯନ୍ତ୍ର ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ଦେଶର ସୀମାନ୍ତ ରାଜ୍ୟରେ ଅନୁପ୍ରବେଶ, ସୀମାପାର ନିଶା କାରବାର ପରି ବିଭିନ୍ନ ଘଟଣା ମଧ୍ୟ କ୍ରମାଗତ ଆସିବାରେ ଲାଗିଛି । ଏହି ସମସ୍ତ ଆହ୍ବାନ ଏହି ସମ୍ମିଳନୀରେ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.