ETV Bharat / bharat

ପୋଲିସ ସୁରକ୍ଷା ମାଗିଲେ ନାମାଙ୍କନ ପ୍ରତ୍ୟାହାର କରିଥିବା ଆପ ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା

author img

By

Published : Nov 17, 2022, 9:05 PM IST

ପୋଲିସ ସୁରକ୍ଷା ମାଗିଲେ ନାମାଙ୍କନ ପ୍ରତ୍ୟାହାର କରିଥିବା ଆପ ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା
ପୋଲିସ ସୁରକ୍ଷା ମାଗିଲେ ନାମାଙ୍କନ ପ୍ରତ୍ୟାହାର କରିଥିବା ଆପ ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା

ପୋଲିସ ସୁରକ୍ଷା ମାଗିଲେ ନାମାଙ୍କନ ପ୍ରତ୍ୟାହାର କରିଥିବା ଆପ ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା (Kanchan Jariwala seek police protection)। କହିଲେ କଂଗ୍ରେସ ପ୍ରାର୍ଥୀଙ୍କ ସହଯୋଗୀଙ୍କ ଠାରୁ ରହିଛି ହତ୍ୟାର ଆଶଙ୍କା । ଅଧିକ ପଢନ୍ତୁ

ଅହମ୍ମଦାବାଦ: ସୁରଟ ପୂର୍ବ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି (AAP) ଟିକେଟରେ ନାମାଙ୍କନ ଭରି ପରେ ନାଟକୀୟ ଢଙ୍ଗରେ ପ୍ରତ୍ୟାହାର କରି ଚର୍ଚ୍ଚାରେ ଥିବା କାଞ୍ଚନ ଜରିଓ୍ବାଲା ପୋଲିସ ସୁରକ୍ଷା ମାଗିଛନ୍ତି (Kanchan Jariwala seek police protection)। ତାଙ୍କ ଜୀବନ ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସେ ପୋଲିସ ସୁରକ୍ଷା ମାଗିଛନ୍ତି । ମଙ୍ଗଳବାର ସଂଧ୍ୟାରୁ ସେ ହଠାତ ଅନ୍ତର୍ଧ୍ୟାନ ହୋଇଯାଇଥିବା ବେଳେ ତାଙ୍କୁ ଭାରତୀୟ ଜନତା ପାର୍ଟି ଦ୍ବାରା ଅପହରଣ କରାଯାଇଥିବା ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଥିଲା । ପରେ ସେ ଗତକାଲି (ବୁଧବାର) ହଠାତ ଆର୍ବିଭାବ ହେବା ସହ ସିଧା ସ୍ଥାନୀୟ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନିଜ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ସେ ତାଙ୍କ ବିବେକ ଅନୁସାରେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା କହିବା ସହ AAP ବିଜେପି ବିରୋଧରେ ଆଣିଥିବା ଅପହରଣ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ ।

ପୋଲିସ ସୁରକ୍ଷା ମାଗିଲେ ନାମାଙ୍କନ ପ୍ରତ୍ୟାହାର କରିଥିବା ଆପ ପ୍ରାର୍ଥୀ କାଞ୍ଚନ ଜରିଓ୍ବାଲା

ତେବେ ସେ ସୁରକ୍ଷା ପାଇଁ ପୋଲିସ କମିଶନରଙ୍କୁ ଲେଖିଥିବା ଚିଠିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସିଧା କଂଗ୍ରେସ ପ୍ରାର୍ଥୀ ଅସଲମ ସାଇକିଲଓ୍ବାଲାଙ୍କ ନାମ ନେଇଛନ୍ତି । ତାଙ୍କୁ ଯଦି ପୋଲିସ ସୁରକ୍ଷା ପ୍ରଦାନ ନକରାଯାଏ, ତେବେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଅସଲମ ସାଇକିଲଓ୍ବାଲାଙ୍କ ସହଯୋଗୀ ହତ୍ୟା କରିପାରନ୍ତି ବୋଲି ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଗତକାଲି ହଠାତ ନଜର ଆସି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ପୁଣି କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । ଗତକାଲିର ପ୍ରତ୍ୟାହାର ପରେ ତାଙ୍କୁ ଆଉ ଦେଖିବାକୁ ମିଳିନି ।


ଏହା ମଧ୍ୟ ପଢନ୍ତୁ :-Gujarat poll: ଆପ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର !

ଗତକାଲି ତାଙ୍କ ନାଟକୀୟ ଇସ୍ତଫାକୁ ସ୍ବାଭାବିକ ଭାବେ ଗ୍ରହଣ କରିନଥିଲା ଆମ ଆଦମୀ ପାର୍ଟି । ତାଙ୍କୁ ଆକ୍ରମଣର ଧମକ ଦେଇ, ଚାପଗ୍ରସ୍ତ କରାଇ ଏପରି କରିବା ପାଇଁ ବାଧ୍ୟ କରାଯାଇଥିବା ଦର୍ଶାଇ ଆପ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ନାମାଙ୍କନ ପ୍ରତ୍ୟାହାର ଗ୍ରହଣ ନକରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଆପ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.