ETV Bharat / bharat

ଆଦିବାସୀ ଇଲାକାରେ ଥାନା ଅଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ତାଲିମ: MHA

author img

By

Published : Apr 3, 2022, 5:25 PM IST

ଆଦିବାସୀ ଇଲାକାରେ ଥାନା ଅଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ତାଲିମ: MHA
ଆଦିବାସୀ ଇଲାକାରେ ଥାନା ଅଧିକାରୀଙ୍କୁ ମିଳିବ ସ୍ବତନ୍ତ୍ର ତାଲିମ: MHA

ଆଦିବାସୀ ଇଲାକାରେ ବଦଳିବ ପୋଲିସର କାର୍ଯ୍ୟଶୈଳୀ । ବଦଳିବ ପୋଲିସଙ୍କ କାର୍ଯ୍ୟ କରିବାର ତରିକା ଓ ବ୍ୟବହାର । ଏଥିପାଇଁ ପୋଲିସ ଅଧିକାରୀଙ୍କୁ ଦିଆଯିବ ସ୍ବତନ୍ତ୍ର ତାଲିମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଦିବାସୀ ଇଲାକାରେ ବଦଳିବ ପୋଲିସର କାର୍ଯ୍ୟଶୈଳୀ । ବଦଳିବ ପୋଲିସଙ୍କ କାର୍ଯ୍ୟ କରିବାର ତରିକା ଓ ବ୍ୟବହାର । ଏଥିପାଇଁ ପୋଲିସ ଅଧିକାରୀଙ୍କୁ ଦିଆଯିବ ସ୍ବତନ୍ତ୍ର ତାଲିମ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ପୋଲିସକୁ ଆଦିବାସୀ ଅଞ୍ଚଳରେ ଅପରାଧର ମୁକାବିଲା ପାଇଁ ପୃଥକ ତାଲିମ ପାଇଁ ମଡ୍ୟୁଲ ସ୍ଥାପନ କରିବାକୁ ଚିଠି ଲେଖିଛି । ଖାସ କରି ଅଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଗୁଡିକ ଏହାର କଡାକଡି ପାଳନ କରିବାକୁ କୁହାଯାଇଛି । ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଗୁଡିକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଚିଠି ମାଧ୍ୟମରେ କୁହାଯାଇଛି ।

ସେହିପରି ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅତିକମ୍‌ରେ ୬ ସପ୍ତାହରୁ ୮ ସପ୍ତାହ କରିବା଼କୁ କେନ୍ଦ୍ର ସରକାରଙ୍କୁ ପକ୍ଷରୁ କୁହାଯାଇଛି । ତେବେ ପୋଲିସ ଅଧିକାରୀଙ୍କୁ ଆଦିବାସୀ ଇଲାକରେ ଥିବା ଥାନାରେ ନିଯୁକ୍ତି ଦେବା ପୂର୍ବରୁ ଏହି ତାଲିମ ପ୍ରଦାନ କରିବାକୁ କୁହାଯାଇଛି । ଏହା ସହିତ ଆଦିବାସୀ ଅଞ୍ଚଳରେ ଦୀର୍ଘ ଦିନ ଧରି କାମ କରିଥିବା ପୋଲିସ ଅଧିକାରୀଙ୍କ ଠାରୁ ସେମାନଙ୍କର ଅଭିଜ୍ଞତା, ଅପରାଧ ନିୟନ୍ତ୍ରଣ ଏବଂ ଆଦିବାସୀ ଇଲାକାରେ ହେଉଥିବା ସାଂସ୍କୃତିକ ଓ ତାଙ୍କ ପରମ୍ପରା ବିଷୟରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି ।

ସେହିଭଳି ରାଜ୍ୟ ପୋଲିସର ଅଧିକାରୀମାନେ ଆଦିବାସୀ ଅଞ୍ଚଳରେ ଅପରାଧର ମୁକାବିଲା ପାଇଁ ତାଲିମ କେନ୍ଦ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ଟ୍ରେନିଂ ମାନୁଆଲରେ ସଂଶୋଧନ ପାଇଁ ସହଯୋଗ ହେବ ବୋଲି କେନ୍ଦ୍ର ସରକାର ପକ୍ଷରୁ ଅବଗତ କରାଯାଇଛି । ଫଳରେ ପୋଲିସ ଅଧିକାରୀ ଓ କର୍ମଚାରୀ ସଚେତନ ହେବେ । ବିଶେଷ କରି ଆଦିବାସୀ ତଥା ଅନ୍ୟାନ୍ୟ ଅସୁରକ୍ଷିତ ଗୋଷ୍ଠୀର ସ୍ଥାନୀୟ ପରମ୍ପରା ଏବଂ ରୀତିନୀତି ବିଷୟରେ ଜାଣିବା ସହ ଏହାର ସମଧାନ ଓ ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଏତଦ୍‌ବ୍ୟତିତ୍‌ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ପୋଲିସ ତାଲିମ ପ୍ରତିଷ୍ଠାନ ଗୁଡ଼ିକୁ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀ (SVPNPA) ହାଇଦ୍ରାବାଦ ଏବଂ ଉତ୍ତର ପୂର୍ବ ପୋଲିସ ଏକାଡେମୀ (NEPA), ସିଲଙ୍ଗ ସହିତ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି । ଏଥିସହ ପୋଲିସ କର୍ମଚାରୀଙ୍କ ତାଲିମ ପାଠ୍ୟକ୍ରମର ଏକ ଅଂଶ ଭାବରେ ଆଦିବାସୀଙ୍କ ଆକାଂକ୍ଷା ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀ (SVPNPA) ହାଇଦ୍ରାବାଦ ଏବଂ ଉତ୍ତର ପୂର୍ବ ପୋଲିସ ଏକାଡେମୀ (NEPA), ସିଲଙ୍ଗ ଏକ ତାଲିମ ମଡ୍ୟୁଲ ପ୍ରସ୍ତୁତ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ତେବେ ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ ପରେ ସଂସଦରେ ଉପସ୍ଥାପିତ ହେବା ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିସହ କମିଟି ଏହାର ୨୩୭ତମ ରିପୋର୍ଟରେ ରାଜ୍ୟ ପୋଲିସ ଦ୍ୱାରା ଆଦିବାସୀ ଅଞ୍ଚଳରେ କରାଯାଉଥିବା ଅପରାଧର ନିୟନ୍ତ୍ରଣ ଓ ପାରସ୍ପରିକ କଥାବାର୍ତ୍ତା ଏବଂ ନିୟନ୍ତ୍ରଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ଆଦିବାସୀ ଅଞ୍ଚଳରେ ରାଜ୍ୟ ପୋଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କମିଟି କହିଛି ଯେ, ଜଣେ ଆଦିବାସୀ ଅଭିଯୁକ୍ତଙ୍କୁ ସେମାନଙ୍କ ରୀତିନୀତି ଏବଂ ପରମ୍ପରାକୁ ସମ୍ମାନ ଦେଇ କୌଶଳପୂର୍ଣ୍ଣ ବ୍ୟବହାର କରାଯିବା ଦରକାର ।

ଅନ୍ୟପକ୍ଷରେ ପୋଲିସ ଅଧିକାରୀଙ୍କୁ ଦିଆଯାଉଥିବା ତାଲିମ ସିଲାବସକୁ ପରିବର୍ତ୍ତନ କରିବା ସହ ଆଉ ଥରେ କରିବା ପାଇଁ କୁହାଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ରୀତିନୀତି ଏବଂ ପରମ୍ପରା ଉପରେ ଆଧାରିତ ହେବା ଉଚିତ କାରଣ ପୋଲିସ ଦ୍ବାରା କରାଯାଉଥିବା ବ୍ୟବହାର ବେଳେବେଳେ ଆଦିବାସୀଙ୍କ ନିୟନ୍ତ୍ରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ଫଳରେ ସମାଜରେ ଉଗ୍ରବାଦୀ ଗୋଷ୍ଠୀକୁ ମଧ୍ୟ ଉତ୍ସାହିତ କରିବାରେ ଏହା ସହାୟକ ହୋଇଥାଏ ବୋଲି ସଂସଦୀୟ କମିଟି ନୀରକ୍ଷଣ ପରେ ଏହା କହିଛି । ଏଥିସହ ଆଦିବାସୀ ଇଲାକାରେ ନିଯୁକ୍ତି ପାଇବାକୁ ଥିବା ପୋଲିସ ଅଧିକାରୀଙ୍କୁ ତାଲିମ ସହ ତାଲିମ ପରେ ସେମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଆଦିବାସୀ ନେତା, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ, ଅଣ ସରକାରୀ ପ୍ରତିନିଧି ଓ ବିଶ୍ବ ବିଦ୍ୟାଳୟ ପ୍ରଫେସର ଏସବୁ ନିୟନ୍ତ୍ରଣ କରିବାରେ ମାହିର ହୋଇଥିବାରୁ ସେମାନଙ୍କ ସହ ପୋଲିସ ଦରକାର ପଡିଲେ ସାହାଯ୍ୟ ନେବାକୁ କୁହାଯାଇଛି । ମାତ୍ର ଏହି ପରିବର୍ତ୍ତନ ପୋଲିସ ବିଭାଗର ନୂଆ ଦିଗ ସୃଷ୍ଟି କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।



@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.