ETV Bharat / bharat

ଆତଙ୍କବାଦୀ ଆକ୍ରମଣ, ଜଣେ CRPF ଯବାନ ଆହତ

author img

By

Published : Feb 6, 2021, 6:33 PM IST

ସେନା ଉପରେ ଆତଙ୍କୀ ଆକ୍ରମଣ, ଜଣେ ସିଆରପିଏଫ ଯବାନ ଆହତ
ସେନା ଉପରେ ଆତଙ୍କୀ ଆକ୍ରମଣ, ଜଣେ ସିଆରପିଏଫ ଯବାନ ଆହତ

ଜମ୍ମୁ କାଶ୍ମୀର ଶ୍ରୀନଗର ଜିଲ୍ଲାର ନୋଭଗାମ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ । ଜଣେ ଯବାନ ଆହତ । ଅଧିକ ପଢନ୍ତୁ....

ଶ୍ରୀନଗର: ଜମ୍ମୁ କାଶ୍ମୀର ଶ୍ରୀନଗର ଜିଲ୍ଲାର ନୌଗାମ ଅଞ୍ଚଳରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି ।

ସେନା ଉପରେ ଆତଙ୍କୀ ଆକ୍ରମଣ, ଜଣେ ସିଆରପିଏଫ ଯବାନ ଆହତ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଆରପିଏଫର 29 ବାଟାଲିୟନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ସିଆରପିଏଫ ଯବାନଙ୍କ ଗୋଡରେ ଗୁଳି ବାଜିଥିବା ସୂଚନା ରହିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଆତଙ୍କୀଙ୍କୁ ଧରିବା ପାଇଁ ପୁରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆକ୍ରମଣ ହୋଇଥିବା ସ୍ଥାନରେ କର୍ଡନ କରାଯାଇଛି ଆତଙ୍କୀଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.