ବାଚସ୍ପତିଙ୍କ ଅଫିସ ସାମ୍ନାରେ ଶାସକ-ବିରୋଧୀ ସଂଘର୍ଷ: 4 ବିରୋଧୀ ବିଧାୟକ ଆହତ

author img

By

Published : Mar 16, 2023, 6:30 AM IST

ବାଚସ୍ପତିଙ୍କ ଅଫିସ ସାମ୍ନାରେ ଶାସକ-ବିରୋଧୀ ସଂଘର୍ଷ: 4 ବିରୋଧୀ ବିଧାୟକ ଆହତ

କେରଳରେ ବାଚସ୍ପତିଙ୍କ ଅଫିସ ସାମ୍ନାରେ ଶାସକ-ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହାତାହାତି । 4 ବିରୋଧୀ ବିଧାୟକ ଆହତ ସୂଚନା । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳରେ ବିଧାନସଭା ପରିସରରେ ଥିବା ବାଚସ୍ପତିଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ହାତାହାତି ହେଲେ ଶାସକ ଓ ବିରୋଧୀ ବିଧାୟକ । ନିକଟରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ କାବୁ କରିବାରେ ନାକେଦମ ହୋଇପଡିଥିଲେ । ଏଥିରେ 4ଜଣ ବିରୋଧୀ ଦଳର ବିଧାୟକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ବିଧାୟକ ମଧ୍ୟ ରହିଛନ୍ତି । ଏଥିରେ ଉଭୟ ପକ୍ଷର ବିଧାୟକମାନେ ପରସ୍ପର ଉପରେ ଆକ୍ରମଣ ଅଭିଯୋଗ କରିଛନ୍ତି । କେରଳ ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଗତକାଲି(ବୁଧବାର) ବିରୋଧୀ ଦଳର ବିଧାୟକମାନେ ବାଚସ୍ପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ସେଠାରୁ ତାଙ୍କୁ ଉଠାଇବା ପାଇଁ ପ୍ରୟାସ କରିଥିଲେ । ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ଏଥିରେ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା । ବିରୋଧୀ ଦଳର 5 ଜଣ ବିଧାୟକ ଆହତ ହୋଇଥିଲେ । ଆହତ ବିଧାୟକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବିଧାନସଭା ସୁରକ୍ଷାରେ ଥିବା ଅଧିକାରୀମାନେ ବିଧାୟକମାନଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବିଧାନସଭା କମ୍ପ୍ଲେକ୍ସ ଭିତରେ ଥିବା ବାଚସ୍ପତି ଏନ.ଏନ ଶାମସିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧୀ ଦଳର ବିଧାୟକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ନିକଟରେ ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଜିଦ ଧରିଥିଲେ ବିରୋଧୀ । ହେଲେ ବାଚସ୍ପତି ଏହାକୁ ଆଲୋଚନା ପାଇଁ ଗ୍ରହଣ କରିନଥିଲ । ଯାହାକୁ ନେଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ବିରୋଧୀ । ସେମାନେ ଗୃହତ୍ୟାଗ କରିବା ସହ ବାହାରକୁ ଯାଇ ସେହି କମ୍ପ୍ଲେକ୍ସ ପରିସରରେ ଥିବା ବାଚସ୍ପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ।

ଏହି ସମୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ଧରି ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିଲା । କେରଳର 15ତମ ବିଧାନସଭା ଅଧିବେଶନର ଜାରି ରହିଛି । ଏହା ମାର୍ଚ୍ଚ 30ରେ ଶେଷ ହେବାକୁ ଯାଉଛି । ରାଜ୍ୟରେ ମହିଳାଙ୍କୁ ଆକ୍ରମଣ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଅଧିବେଶନ ଜାରି ରହିଥିବା ବେଳେ ଗତକାଲି ବିଧାନସଭା ପରିସରରେ ଘଟିଥିବା ଘଟଣା କେରଳ ରାଜନୀତିରେ ପୂର୍ବରୁ କେବେ ଘଟିନଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.