ETV Bharat / bharat

ହିଂସାରେ ପରିଣତ ହେଲା କେରଳର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା, ୫୦୦ PFI କର୍ମୀ ଗିରଫ

author img

By

Published : Sep 23, 2022, 10:01 PM IST

Many PFI workers arrested after violence during bandh call in Kerala
ହିଂସାରେ ପରିଣତ ହେଲା କେରଳର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା, ୫୦୦ PFI କର୍ମୀ ଗିରଫ

ହିଂସାରେ ପରିଣତ ହେଲା କେରଳର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା । PFI କର୍ମକର୍ତ୍ତା ଶୁକ୍ରବାର କେରଳରେ ୧୨ ଘଣ୍ଟା ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ । ତେବେ ଏହି ବନ୍ଦ ଡାକରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ PFI କର୍ମୀ । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ହିଂସାରେ ପରିଣତ ହେଲା କେରଳର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା । NIAର ଅତର୍କିତ ଚଢ଼ାଉକୁ ବିରୋଧ କରି PFI କର୍ମକର୍ତ୍ତା ଶୁକ୍ରବାର କେରଳରେ ୧୨ ଘଣ୍ଟା ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ । ତେବେ ଏହି ବନ୍ଦ ଡାକରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ PFI କର୍ମୀ । କାର୍ଯ୍ୟାନୁଷ୍ଠାନ ନେଇ କେରଳ ପୋଲିସ ପୂରା ରାଜ୍ୟରେ ମୋଟ ୫୦୦ PFI କର୍ମୀଙ୍କୁ ଗିରଫ କରିଥିବା ବେଳେ ୪୦୦ PFI କର୍ମୀଙ୍କୁ ଅଟକ ରଖିଛି ।

ଏହି କ୍ରମର PFI କର୍ମୀ କନ୍ନୌରରେ ଏକ ରାଷ୍ଟ୍ରିୟ ସ୍ବୟଂ ସେବକ କାର୍ଯ୍ୟାଳୟ ଉପରେ ପଥରମାଡ଼ କରିଛନ୍ତି । ଏହାକୁ ନେଇ କେରଳ ପୋଲିସ ଉପ ନିର୍ଦ୍ଦେଶକ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ୫୦୦ PFI କର୍ମୀଙ୍କୁ ଗିରଫ କରାଯାଇଛି । ତା ସହିତ ୪୦୦ PFI କର୍ମୀଙ୍କୁ ଅଟକ ରଖାଯାଇଛି । RSSର ଏକ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ କରି ଆଇନଶୃଙ୍ଖଳା ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି PFI କର୍ମୀ ।"

ଖାଲି ସେତିକି ନୁହେଁ, କେତେକ ସ୍ଥାନରେ PFI କର୍ମୀ ସାଥୀରେ ବିସ୍ଫୋରକ ସାମଗ୍ରୀ ନେଇ ବନ୍ଦ ପାଳନ କରିବାକୁ ବାହାରିଥିଲେ । ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବମ୍‌ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହାପୂର୍ବରୁ RSS କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବମ୍‌ ମାଡ଼ କରିଥିଲେ PFI କର୍ମୀ । ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ ବଜରା ସମସ୍ତ ସ୍ଥାନରେ ବନ୍ଦ ରହିଥିଲା । ଯେଉଁସବୁ ସ୍ଥାନରେ ଦୋକାନ ଖୋଲା ରହିଥିଲା ସେଠାରେ ଜୋର ଜବରଦସ୍ତ ଦୋକାନ ବନ୍ଦ କରାଇଥିଲେ ଆନ୍ଦୋଳନକାରୀ ।

ରାଜ୍ୟର ପ୍ରମୁଖ ସହର ସହ ଛୋଟ ସହରାଞ୍ଚଳରେ ଚକାଜାମ ରହିଥିଲା । ଫଳରେ ନାହିଁ ନଥିବା ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ଅଧିକାଂଶ ସ୍ଥାନରେ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । କେରଳର ସରକାରୀ ବସ୍‌ଠାରୁ ଆରମ୍ଭ କରି ଅଟୋରିକ୍ସାକୁ ଭାଙ୍ଗିଛନ୍ତି PFI କର୍ମୀ ।

ଏକ ବସ୍‌ କୋଝିକୋଡ୍‌ ଯାଉଥିବା ବେଳେ ଏହାକୁ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ଦୁଇ ଜଣ ଦୁର୍ବୃତ୍ତ ହିଂସା ଘଟାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ପୋଲିସ କର୍ମୀ । ତେବେ ଦୁର୍ବୃତ୍ତ ପୋଲିସକୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ । ଦୁଇ ଗୁରୁତର ଆହତ ପୋଲିସ କର୍ମୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । PFI କର୍ମୀଙ୍କ ଭୟରେ ରାସ୍ତାଘାଟ ଶୁନ୍‌ଶାନ୍‌ ରହିଥିଲା । ହିଂସାକାଣ୍ଡରେ ସମ୍ପୃକ୍ତ କର୍ମୀଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.