ETV Bharat / bharat

ଦୁର୍ଗାପୂଜାରେ ଅଘଟଣ: ମଣ୍ଡପରେ ଦଳାଚକଟା ହେବାରୁ ୩ ମୃତ, ମୃତକଙ୍କ ମଧ୍ୟରେ ଶିଶୁ

author img

By ETV Bharat Odisha Team

Published : Oct 23, 2023, 11:04 PM IST

ଦୁର୍ଗାପୂଜାରେ ଅଘଟଣ
ଦୁର୍ଗାପୂଜାରେ ଅଘଟଣ

ଦୁର୍ଗାପୂଜାରେ ଅଘଟଣ । ବିହାରର ରାଜାଦଲ ପୂଜା ମଣ୍ଡପରେ ଦଳା ଚକଟାରେ ତିନି ଜଣଙ୍କର ମୃତ୍ୟୁ । ମୃତ୍ୟୁ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ଜଣେ ଛୋଟପିଲାର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ପାଟନା: ଦୁର୍ଗାପୂଜାରେ ଅଘଟଣ । ବିହାରର ରାଜାଦଲ ପୂଜା ମଣ୍ଡପରେ ଭକ୍ତମାନଙ୍କ ମଧ୍ୟରେ ଦଳା ଚକଟାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ଜଣେ ଛୋଟପିଲା ରହିଛନ୍ତି । ଏହାସହ ପ୍ରବଳ ଗହଳି ଓ ଦଳାଚକଟା ଭିତରେ 10ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ତୁରନ୍ତ ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରାଜାଦଲ ପୂଜା ମଣ୍ଡପରେ ପୋଲିସ ମୁତୟନ ନହୋଇଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

ଆଜି ମହା ନବମୀ ହୋଇଥିବା ବେଳେ ମା'ଙ୍କ ଦର୍ଶନ କରିବା ପାଇଁ ପୂଜା ମଣ୍ଡପମାନଙ୍କରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେବେ ବିହାରର ରାଜାଦଲ ପୂଜା ମଣ୍ଡପରେ ମଧ୍ୟ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିଲା । ଭିଡ଼ ଭିତରେ ପୂଜା ମଣ୍ଡପର ମୁଖ୍ୟ ଦ୍ବାର ଠାରୁ କିଛି ଦୂରରେ ଏକ ଛୋଟପିଲା ପଡ଼ିଯାଇଥିଲା । ପିଲାଟିକୁ ବଞ୍ଚାଇବା ପାଇଁ ତାକୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳେ ଗହଳି ଭିତରେ ଲୋକମାନେ ପରସ୍ପର ସହ ଧକ୍କା ହେବା ଫଳରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନଙ୍କର ଭିଡ଼ ଭିତରେ ଦୁଇ ଜଣ ବୃଦ୍ଧ ତଳେ ପଡ଼ିଯାଇଥିଲେ । ଫଳରେ ଲୋକମାନଙ୍କ ଦଳା ଚକଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ ....ଗଣେଶ ପୂଜାରେ ଅଘଟଣ , ପୋଖରୀରେ ବୁଡି ୪ ନାବାଳିକା ମୃତ

ଏଭଳି ଅଭାବନୀୟ ଘଟଣାରେ 3 ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲୁଛି । ତେବେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ଥିବା ଜଣାପଡ଼ିଛି ।

ନବମୀ ପାଇଁ ରାଜାଦଲ ପୂଜା ମଣ୍ଡପର୍ ଶ୍ରଦ୍ଧାଳୁମାନଙ୍କ ଭିଡ଼ ବଢ଼ିଥିଲା । ଗୁଜୁରାଟର ଶ୍ରୁତି ମନ୍ଦିର ଆକାରରେ ରାଜାଦଲ ପେଣ୍ଡାଲର ନିର୍ମାଣ କରାଯାଇଥିଲା । ଏହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଭିଡ଼ ହୋଇଥିଲା । ଏହି ସମୟରେ ଏଭଳି ଦୁଃଖଦ ଦୁର୍ଘଟଣା ଘଟିଥିଲା ​​। ତେବେ ବର୍ତ୍ତମାନ ପ୍ରଶାସନ ପେଣ୍ଡାଲରେ ଭକ୍ତମାନଙ୍କ ଦର୍ଶନକୁ ନିଷିଦ୍ଧ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଏହା ବ୍ୟତୀତ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରାଯାଇଛି । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.