ETV Bharat / bharat

ଘାଟିକୁ ଓଲଟିଲା ଟୁରିଷ୍ଟ ବସ, ଜଣେ ମୃୃତ ୪୦ ଆହତ

author img

By

Published : Jan 1, 2023, 11:36 AM IST

tourist bus falls in gorge in Kerala
tourist bus falls in gorge in Kerala

ଷ୍ଟଡି ଟୁରରେ ଯାଉଥିବା ବେଳେ ଘାଟିକୁ ଖସିଲା ବସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଥିରୁଅନନନ୍ତପୁରମ: କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଷ୍ଟଡି ଟୁରରେ ଯାଉଥିବା ବେଳେ ଘାଟିକୁ ଖସିଲା ବସ । ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଇଡୁକି ଜିଲ୍ଲାର ଆଦିମାଲି ଅଞ୍ଚଳରେ ଏହି ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ମିଲହାଜ୍ଜି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-Zero Nightରେ ମର୍ମନ୍ତୁଦ ଦୁର୍ଘଟଣା, କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୫ ମୃତ

ମିଳିଥିବା ସୂଚନା ଅନୁଯାୟୀ, ମାଲାପୁରମର ତିରୁର ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ(Tirur Industrial Training Institute in Malappuram) ର ସମସ୍ତ ଛାତ୍ର ଓ ଶିକ୍ଷକ ଆଜି ସକାଳ ସମୟରେ ଏକ ବସରେ ଷ୍ଟଡି ଟୁରରେ ବାହାରିଥିଲେ । ଏହାପରେ ଆଦିମାଲି ଅଞ୍ଚଳରେ ଭାରସାମ୍ୟ ହରାଇ ବସଟି ଘାଟିକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ତେବେ ବସରେ ମୋଟ କେତେ ଯାତ୍ରୀ ଥିଲେ ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.