ETV Bharat / bharat

Delhi Excise Policy: ଜେରା ପାଇଁ ସିସୋଦିଆଙ୍କୁ ପୁଣି ଥରେ CBIର ଡାକରା

author img

By

Published : Feb 18, 2023, 1:44 PM IST

Updated : Feb 18, 2023, 2:20 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପୁଣିଥରେ ମନୀଷ ସିସୋଦିଆଙ୍କୁ ସମନ କଲା ସିବିଆଇ । ଆସନ୍ତାକାଲି ହାଜର ହେବେ ସିସୋଦିଆ । ଅଧିକ ପଡନ୍ତୁ

Manish Sisodia called for questioning by CBI
Manish Sisodia called for questioning by CBI

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ପୁଣିଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇରୁ ଡାକରା ଆସିଛି । ଏହି ମଦ ଦୁର୍ନୀତି ମାମଲା ସଂକ୍ରାନ୍ତରେ ପଚରାଉଚରା ପାଇଁ ଆସନ୍ତାକାଲି ହାଜର ହେବାକୁ ସିବିଆଇ ସିସୋଦିଆଙ୍କୁ ସମନ ଜାରି କରିଛି । ତିନି ମାସ ତଳେ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୁକ୍ତ ଭାବେ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନଥିଲା । ଏହି ମାମଲାରେ ସିସୋଦିଆ ଏବଂ ଅନ୍ୟ କିଛି ସନ୍ଦିଗ୍ଧଙ୍କ ବିରୁଦ୍ଧରେ ଏବେ ବି ତଦନ୍ତ ଜାରି ରହିଥିବାରୁ ଚାର୍ଜସିଟରେ ନାଁ ନଥିବା ସିବିଆଇ ପକ୍ଷରୁ କୁହାଯାଇଛି ।

  • सीबीआई ने कल फिर बुलाया है. मेरे ख़िलाफ़ इन्होंने CBI, ED की पूरी ताक़त लगा रखी है, घर पर रेड, बैंक लॉकर तलाशी, कहीं मेरे ख़िलाफ़ कुछ नहीं मिला
    मैंने दिल्ली के बच्चों के लिए अच्छी शिक्षा का इंतज़ाम किया है। ये उसे रोकना चाहते हैं।
    मैंने जाँच में हमेशा सहयोग किया है और करूँगा.

    — Manish Sisodia (@msisodia) February 18, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ସିବିଆଇର ସମନ ପରେ ନିଜ ସିସୋଦିଆ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତାକାଲି ସିବିଆଇ ମୋତେ ଡାକିଛି । ସେମାନେ ମୋ ବିରୁଦ୍ଧରେ ସିବିଆଇ ଓ ଇଡିର ପୂର୍ଣ୍ଣ ଶକ୍ତି ବ୍ୟବହାର କରିଛନ୍ତି । ମୋ ଘରେ ଚଢାଉ କରିବା ସହ ବ୍ୟାଙ୍କ ଲକର ଛାନଭିନ କରିଛନ୍ତି । ହେଲେ କିଛି ବି ମୋ ବିରୁଦ୍ଧରେ ମିଳିନଥିଲା । ମୁଁ ଦିଲ୍ଲୀର ପିଲାଙ୍କୁ ଭଲ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛି । ସେମାନେ ମୋତେ ଏହି କାର୍ଯ୍ୟ କରିବାରୁ ରୋକିବାକୁ ଚାହାଁନ୍ତି । ମୁଁ ସବୁବେଳେ ତଦନ୍ତରେ ସହଯୋଗ କରିଛି ଓ ଆଗକୁ ମଧ୍ୟ କରିବି ବୋଲି ମନୀଷ ସିସୋଦିଆ କହିଛନ୍ତି ।

ଏହି ମଦ ଦୁର୍ନୀତି ମାମଲାରେ ଗତବର୍ଷ ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା । ପାଖାପାଖି ୯ ଘଣ୍ଟା ଧରି ସିବିଆଇର ପ୍ରଶ୍ନର ସାମ୍ନା କରିଥିଲେ ଆପ୍ ନେତା । ଏହିସହିତ ତଦନ୍ତକାରୀ ସଂସ୍ଥା ସିସୋଦିଆଙ୍କ ଘରେ ଛାପା ମାରିବା ସହ ତାଙ୍କ ବ୍ୟାଙ୍କ ଲକର ଯାଞ୍ଚ କରିଥିଲା । ଦିଲ୍ଲୀ ଅବକାରୀ ନୀତି ପଲିସି ୨୦୨୧-୨୨ ପ୍ରଣୟନ ଓ ଲାଗୁ ସମୟରେ ବଡ ଧରଣର ଦୁର୍ନୀତି ହୋଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଥିବା ସିବିଆଇ କହିଛି ।

ଏହାମଧ୍ୟ ପଢନ୍ତୁ: ମହାଶିବରାତ୍ରୀରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା

ପ୍ରକାଶଥାଉ କି, ଏହି ମଦ ଦୁର୍ନୀତି ମାମଲାରେ କିଛି ଦିନ ତଳେ ଇଡି ଆନ୍ଧ୍ରପ୍ରଦେଶ ୱାଇଏସଆଇଆର କଂଗ୍ରେସ ପାର୍ଟିର ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଗୁଣ୍ଟା ରାଘବଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ସିବିଆଇ ଦ୍ବାରା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ପୂର୍ବତନ ଚାଟାର୍ଡ ଆକାଉଣ୍ଟ ବୁଚିବାବୁ ଗୋରେଣ୍ଟଲା ଗିରଫ ହୋଇଥିଲେ । ସେହିପରି ଏହି ଘଟଣାରେ କେସିଆରଙ୍କ ଝିଅକୁ ମଧ୍ୟ ସିବିଆଇ ପଚରାଉଚରା କରିଥିଲା ।

Last Updated : Feb 18, 2023, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.