ETV Bharat / bharat

ଶାହଙ୍କୁ ଭେଟି ମଣିପୁର ସ୍ଥିତି ଅବଗତ କଲେ ବିରେନ, ‘ଜୁନ 13 ପରଠୁ ହିଂସାରେ ଯାଇନି କାହାର ଜୀବନ’

author img

By

Published : Jun 25, 2023, 10:01 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ରାଜ୍ୟର ହିଂସା ସ୍ଥିତି ନେଇ ଅବଗତ କଲେ । କହିଲେ ଜୁନ 13 ପରଠୁ କୌଣସି ମୃତ୍ୟୁ ଘଟଣା ସାମ୍ନାକୁ ଆସିନି । ଅଧିକ ପଢନ୍ତୁ

ମଣିପୁର ହିଂସା ଘଟଣା
http://10.10.50.90:6060/reg-lowres/25-June-2023/manipure_2506newsroom_1687693564_396.JPG

ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ଆଜି (ରବିବାର) ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ଉତ୍ତର-ପୂର୍ବ ରାଜ୍ୟରେ ଏବେ ହିଂସା ସ୍ଥିତି ଓ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ଶାହଙ୍କୁ ଅବଗତ କରିଛନ୍ତି । ଉଭୟଙ୍କ ମଧ୍ୟରେ ମଣିପୁର ସ୍ଥିତି ନେଇ ଆଲୋଚନା ହୋଇଥିବା ନିଜେ ବିରେନ ସିଂ ସୂଚନା ମଧ୍ୟ ଦେଇଛନ୍ତି ।

  • Called on Hon’ble Union Home Minister, Shri @AmitShah Ji in New Delhi today and briefed about the evolving situation on the ground in Manipur. Under Amit Shah Ji’s close supervision, the State and Central Govt have been able to control the violence to a great extent in the past… pic.twitter.com/Rz4qToLDni

    — N.Biren Singh (@NBirenSingh) June 25, 2023 " class="align-text-top noRightClick twitterSection" data=" ">

ଏହି ଆଲୋଚନା ସମ୍ପର୍କରେ ଏକ ଦୀର୍ଘ ଟ୍ବିଟ କରି ବିରେନ ସିଂ ଲେଖିଛନ୍ତି, ଆଜି ମଣିପରୁ ବର୍ତ୍ତମାନ ସ୍ଥିତିରେ ସମ୍ପର୍କରେ ସେ ଶାହଙ୍କୁ ଅବଗତ କଲେ । ଅମିତ ଶାହ ଓ କେନ୍ଦ୍ର ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରାଜ୍ୟରେ ହିଂସା ରୋକିବାରେ ବଡ ସଫଳତା ମିଳିଛି । ଯାହାର ଫଳସ୍ବରୁପ ରାଜ୍ୟରେ ଚଳିତ 13 ତାରିଖ ପରଠାରୁ ହିଂସାରେ କୌଣସି ଗୋଟିଏ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସିନାହିଁ ।

କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟରେ ହିଂସା ବନ୍ଦ କରିବା ଓ ଶାନ୍ତି ଫେରାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ବସନା ମଧ୍ୟ ଦେଇଛନ୍ତି । ସେହିପରି ହିଂସା ବନ୍ଦ ପାଇଁ ସରକାର ଗ୍ରହଣ କରଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖୁ ବୋଲି ଅମିତ ଶାହ ତାଙ୍କୁ ପରାମର୍ଶ ମଧ୍ୟ ଦେଇଥିବା ଟ୍ବିଟରେ କହିଛନ୍ତି ବିରେନ ।

ଏହା ମଧ୍ୟ ପଢନ୍ତୁ:- All-party meeting for Manipur: ‘ଭରସା ରଖ, ମୁଁ ଶାନ୍ତି ଫେରାଇବି’

ଗତକାଲି ଏହି ପ୍ରସଙ୍ଗରେ ବସିଥିବା ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ (କଂଗ୍ରେସ), ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଇନ୍, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ଡିଏମକେ ନେତା ତିରୁଚି ଶିବା, ଓଡିଶାରୁ ଶାସକ ବିଜେଡି ସାଂସଦ ପିନାକୀ ମିଶ୍ର, ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତା ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ସାମିଲ ହୋଇଥିଲେ । ବିରୋଧୀଙ୍କ ଆଶ୍ବସନା ଦେଇ ଶାହ କହିଥିଲେ, କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛି । ସେମାନେ ଭରସା ରଖନ୍ତୁ, ଆଗାମୀ ଦିନରେ ମଣିପୁରରେ ଶାନ୍ତି ଫେରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.