ETV Bharat / bharat

ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟକାଣ୍ଡ, ପତ୍ନୀ ଓ 3 ଶିଶୁକୁ ହତ୍ୟା କଲା ସ୍ବାମୀ

author img

By ETV Bharat Odisha Team

Published : Jan 2, 2024, 2:04 PM IST

Man kills his family
Man kills his family

Man kills his family : ଛତିଶଗଡର ବିଳାସପୁରରେ ପରକୀୟା ପ୍ରୀତି ସନ୍ଦେହକୁ ନେଇ ସ୍ତ୍ରୀ ଏବଂ ୩ ଶିଶୁଙ୍କୁ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ରାୟପୁର: ସଇତାନ ସାଜିଲା ସ୍ବାମୀ । ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟକାଣ୍ଡ । ସ୍ତ୍ରୀ ସହ ୩ ଶିଶୁଙ୍କୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଛତିଶଗଡର ବିଳାସପୁର ଜିଲ୍ଲାରୁ । ଏହି ଘଟଣାକୁ ନେଇ ଅଭିଯୁକ୍ତ ସ୍ବାମୀ ଉମେନ୍ଦ୍ର କେବଟଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି ।

ସୂଚନା ମୁତାବକ, ବିଳାସପୁର ଜିଲ୍ଲାର ମସ୍ତୁରୀ ଥାନା ଅନ୍ତର୍ଗତ ହିରୀ ଗ୍ରାମର ଉମେନ୍ଦ୍ର ତାଙ୍କ ପରିବାର ସହ ରହୁଥିଲେ । ତାଙ୍କର ୩ ଜଣ ପିଲା ଥିଲେ । ଦୁଇ ଝିଅ ଓ ଗୋଟିଏ ପୁଅ । ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ହେଲେ ଗତ କିଛିଦିନ ହେବ ତାଙ୍କ ସ୍ତ୍ରୀଙ୍କର ଅବୈଧ ସଂମ୍ପର୍କ ଥିବା ନେଇ ଉମେନ୍ଦ୍ର ସନ୍ଦେହ କରୁଥିଲେ । ଯାହାକୁ ନେଇ ଦୁହିଁଙ୍କ ଭିତରେ ଝଗଡା ଲାଗି ରହୁଥିଲା । ଉମେନ୍ଦ୍ର ତାଙ୍କ ସ୍ତ୍ରୀକୁ ମାରପିଟ ମଧ୍ୟ କରୁଥିଲେ । ତେବେ ନୂଆବର୍ଷ ପୂର୍ବ ଦିନ ପରିବାରର ସମସ୍ତେ ସେଲିବ୍ରେସନ କରିଥିଲେ । ଅଭିଯୁକ୍ତଙ୍କ ମାଆ ଏବଂ ପିତାଙ୍କ ବିବାହ ବାର୍ଷିକୀ ଓ ନୂଆ ବର୍ଷ ହୋଇଥିବାରୁ କେକ୍ କାଟି ପାଳନ କରିଥିଲେ ।

ଏହାପରେ ସମସ୍ତେ ଏକାଠି ରାତ୍ରି ଭୋଜନ କରି ସମସ୍ତେ ଶୋଇବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା। ଏହା ପରେ ସେ ନିଜେ ମସ୍ତୁରୀ ପୋଲିସ ଷ୍ଟେସନକୁ ଯାଇ ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଏନେଇ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସହ ପୋଲିସ ପହଞ୍ଚିଥିଲା। ଏହା ପରେ ପରିବାର ସଦସ୍ୟ ଘଟଣା ବିଷୟରେ ଜାଣିବାକୁ ପାଇଲେ।

ଏହା ମଧ୍ୟ ପଢନ୍ତୁ- ପରିବାରର 4 ଜଣଙ୍କୁ ହତ୍ୟା କରି ନିଜ ଜୀବନ ନେଲେ ପୋଷ୍ଟମାଷ୍ଟର

ଏହା ମଧ୍ୟ ପଢନ୍ତୁ- ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ କାଣ୍ଡ, ଯୁବକଙ୍କୁ 50 ଥର ଛୁରୀ ଭୁସି ହତ୍ୟା

ଏନେଇ ପୋଲିସ ଅଧିକ୍ଷକ ଅର୍ଚ୍ଚନା ଝା କହିଛନ୍ତି ଯେ, ଅଭିଯୁକ୍ତ ଝାଡଖଣ୍ଡରେ କାମ କରୁଥିବା ବେଳେ, ନୂଆବର୍ଷ ଥିବାରୁ ସେ ଡିସେମ୍ବର ୩୧ ତାରିଖ ଦିନ ଗାଁକୁ ଫେରିଥିଲେ । ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀର ପରକୀୟା ପ୍ରୀତିକୁ ନେଇ ସନ୍ଦେହ କରୁଥିଲେ । ଯେଉଁଥିପାଇଁ ସେ ନିଜ ସ୍ତ୍ରୀ ଓ ୩ ଶିଶୁଙ୍କ ହତ୍ୟା କରିଛି । ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.