ETV Bharat / bharat

ପ୍ରେମିକର ନାରକୀୟ କାଣ୍ଡ, ପ୍ରେମିକାକୁ ହତ୍ୟା କରି ହ୍ବାଟ୍ସଆପରେ ଷ୍ଟାଟସ ଦେଲା ମୃତଦେହ ଫଟୋ

author img

By ETV Bharat Odisha Team

Published : Dec 2, 2023, 4:09 PM IST

Man kills girlfriend in hotel
Man kills girlfriend in hotel

ନର୍ସିଂ ଛାତ୍ରୀଙ୍କୁ ହତ୍ୟା କଲା ପ୍ରେମିକ । ହତ୍ୟା ପରେ ହ୍ବାଟ୍ସଆପ ଷ୍ଟାଟସରେ ରଖିଲେ ମୃତଦେହର ଫଟୋ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କରେ ଉତ୍ୟକ୍ତ ହୋଇ ପ୍ରମିକାର ଗଳା ଚିପି ହତ୍ୟା କଲା ପ୍ରେମିକ । ଅଧିକ ପଢ଼ନ୍ତୁ

ଚେନ୍ନାଇ: ନର୍ସିଂ ଛାତ୍ରୀଙ୍କୁ ହତ୍ୟା କଲା ପ୍ରେମିକ । ହତ୍ୟା ପରେ ହ୍ବାଟ୍ସଆପ ଷ୍ଟାଟସରେ ରଖିଲା ମୃତଦେହର ଫଟୋ । ଷ୍ଟାଟସ ଦେଖି ସାଙ୍ଗମାନେ ପୋଲିସକୁ ସୂଚନା ଦେବା ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ତେବେ ଏଭଳି ଏକ ଘଟଣା ଦେଖିବକୁ ମିଳିଛି ତାମିଲନାଡ଼ୁର କ୍ରୋମପେଟର ସିଏଲସି ୱାର୍କସ ରୋଡ ଅଞ୍ଚଳରେ ।

ସୂଚନା ଅନୁସାରେ, କେରଳର କୋଲାମରୁର ଫୌସିଆ (20) ତାମିଲନାଡୁର କ୍ରୋମପେଟରରେ ଏକ କଲେଜରେ ଦ୍ୱିତୀୟ ବର୍ଷର ନର୍ସିଂ ଛାତ୍ରୀ ଥିଲେ ଏବଂ ନ୍ୟୁ କଲୋନୀର ଏକ ହଷ୍ଟେଲରେ ରହୁଥିଲେ । ତେବେ ଫୌସିଆଙ୍କ ପ୍ରେମିକ ଆଶିକ୍ (20) ମଧ୍ୟ କ୍ରୋମପେଟରରେ ରହୁଥିଲେ । ଉଭୟ ପାଞ୍ଚ ବର୍ଷ ଧରି ସମ୍ପର୍କରେ ଥିଲେ । ଦୁହେଁ ଗୁପ୍ତରେ ବିବାହ ମଧ୍ୟ କରିଥିଲେ । ସେମାନଙ୍କର ଏକ ସନ୍ତାନ ଥିବା ବେଳେ ପିଲାଟିକୁ ଚିକମାଗାଲୁରର ଏକ ଅନାଥ ଆଶ୍ରମରେ ଛାଡି ଦେଇଛନ୍ତି ।

ଅନୁସନ୍ଧାନକାରୀ କହିଛନ୍ତି ଯେ, ଏହି ଦମ୍ପତି ଶୁକ୍ରବାର ଦିନ 10.30 ସମୟରେ ଏକ ହୋଟେଲକୁ ଯାଇଥିଲେ । ହୋଟେଲରେ ରହିବା ଭିତରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଶିକ ଅନ୍ୟ ଜଣେ ମହିଳାଙ୍କ ସହ ଥିବାର ଫଟୋକୁ ଆଶିକଙ୍କ ଫୋନରେ ଦେଖିଥିଲେ ଫୌସିଆ । ଏନେଇ ଆଶିକଙ୍କୁ ଏହି ଫଟୋ ବିଷୟରେ ପଚାରିଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଫୌସିଆଙ୍କୁ ଆଶିକ ମାର ପିଟ କରିବା ସହ ଉତ୍ୟକ୍ତ ହୋଇ ଟି-ସାର୍ଟରେ ତାଙ୍କ ଗଳାକୁ ଚିପି ହତ୍ୟା କରିଥିଲେ । ପରେ ସେ ହ୍ବାଟସଆପ୍ ଷ୍ଟାଟସରେ ଫୌସିଆଙ୍କ ମୃତ ଶରୀରର ଫଟୋ ଅପଲୋଡ୍ କରିଥିଲେ । ତେବେ ଫୌସିଆଙ୍କ କିଛି କଲେଜ ବନ୍ଧୁଙ୍କ ପାଖରେ ଆଶିକଙ୍କ ନମ୍ବର ମଧ୍ୟ ଥିଲା । ସେମାନେ ସନ୍ଧ୍ୟା ପ୍ରାୟ 5 ଟାରେ ଆଶିକର ଷ୍ଟାଟସ୍‌ ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ଫଢ଼ନ୍ତୁ........Delhi Murder: 21 ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା, ନୃଶଂସ ପ୍ରେମିକ ଗିରଫ

ସପଟେ ଖବର ପାଇବା ପରେ ଉକ୍ତ ଅଞ୍ଚଳର ସମସ୍ତ ଲଜ୍ ଏବଂ ହୋଟେଲରେ ଖୋଜାଖୋଜି କରିଥିଲା ପୋଲିସ । କ୍ରୋମପେଟର ସିଏଲସି ୱାର୍କସ ରୋଡରେ ଥିବା ଏକ ହୋଟେଲରେ ପୀଡିତାଙ୍କ ମୃତଦେହ ମିଳିଥିଲା । ପୋଲିସ ଉକ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ନିକଟସ୍ଥ ଏକ ହୋଟେଲରୁ ଆଶିକ୍କୁ ଗିରଫ କରିଥିଲା । ପୋଲିସର କହିବା ଅନୁସାରେ, ଦୁଇ ବର୍ଷ ପୂର୍ବେ ଫୌସିୟା ଜାଣିବାକୁ ପାଇଥିଲେ ଯେ, ଆଶିକ୍ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି । ଏହା ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଫୌସିୟା ପୋସ୍କୋ ଆକ୍ଟ ଅନୁଯାୟୀ, କେରଳ ପୋଲିସରେ ଆଶିକ୍ ବିରୋଧରେ ମାମଲା ଦାୟର କରିଥିଲେ । ପୋଲିସ ଆଶିକକୁ ଗିରଫ କରି ଜେଲକୁ ମଧ୍ୟ ପଠାଇଥିଲା । ପରେ ଉଭଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇ ଉଭୟ ପୁଣି ଏକାଠି ରହିଥିଲେ । ତେବେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବତୀଙ୍କ ହତ୍ୟା କରିବା ପଛରେ ଅନ୍ୟ କୌଣସି କାରଣ ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.