ETV Bharat / bharat

ଦିଲ୍ଲୀରେ ପୁଣି ଜଣେ ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର, ଜଣେ ଗିରଫ

author img

By

Published : Jan 14, 2023, 9:53 PM IST

ଦିଲ୍ଲୀରେ ପୁଣି ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର
ଦିଲ୍ଲୀରେ ପୁଣି ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର

ପଶ୍ଚିମ ଦିଲ୍ଲୀରେ ପୁଣି ଜଣେ ବ୍ୟକ୍ତିଙ୍କୁ ଏକ କାର ପ୍ରାୟ 200 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଡ୍ରାଇଭରକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାର ଟ୍ରାଜେଡିକୁ ନେଇ ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଜଣେ ବ୍ୟକ୍ତିଙ୍କୁ ଏକ କାର ଘୋଷାଡି ନେଇଥିବା ଦେଖିବାକୁ ମିଳିଛି । ଅବଶ୍ୟ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ ଏରିଆରେ ଏକ କାରର ବନେଟରେ ଜଣେ ବ୍ୟକ୍ତି ଓହଳି ହରିଥିବା ବେଳେ କାରଟି ତାଙ୍କୁ କିଛି ବାଟ ଘୋଷାଡି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଗତ 12 ତାରିଖର ବୋଲି କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି । କାର ଚଳାଉଥିବା ବ୍ୟକ୍ତିକୁ ଗିରଫ କରିଛି ।

  • #WATCH | A man was dragged on car's bonnet in Delhi's Rajouri Garden(12.01)

    An incident of road rage occured that led to incident shown in video. Case registered under IPC sec 279, 323, 341, 308. Accused identified, being interrogated: Delhi Police

    (Visuals confirmed by Police) pic.twitter.com/RdVGuU7QXL

    — ANI (@ANI) January 14, 2023 " class="align-text-top noRightClick twitterSection" data=" ">

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଜୟପ୍ରକାଶ ଓ ଇଶାନ୍ତ ନାମକ ଦୁଇ କାର ଚାଳକ ମଧ୍ୟରେ ଏକ ସାମାନ୍ୟ ଦୁର୍ଘଟଣା ଘଟିଥିଲା । ଉଭୟ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଦୁହେଁ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତେଜିତ ହୋଇ ଇଶାନ୍ତ ଜୟପ୍ରକାଶଙ୍କୁ ଗାଡି ମଡାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ନିଶାନ୍ତ ଏକ ସୁଜୁକି ଡିଜାଏର କାର ଚଳାଉଥିବା ବେଳେ ଜୟପ୍ରକାଶଙ୍କୁ ଗାଡି ମଡାଇ ଦେଇଥିଲା । ଜୟପ୍ରକାଶ କାର ବନେଟରେ ଓହଳି ରହିଥିଲେ । କାରଟି ତାଙ୍କୁ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ପରେ ଜୟପ୍ରକାଶ ଗାଡିରୁ ଖସି ପଡିଥିଲେ । ନିଶାନ୍ତ କାର ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତେବେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନିଶାନ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଇଶାନ୍ତଙ୍କୁ ଗିରଫ କରାଯିବା ସହ ସମ୍ପୃକ୍ତ କାରକୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡିବିଧି ଆଇନ ଧାରା 279, 323, 341 ଏବଂ 308 ଅନୁଯାୟୀ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଜାରି ରହିଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।

ନିକଟରେ ହୋଇଥିବା ଅଞ୍ଜଳି କାର ଟ୍ରାଜେଡି ମାମଲାରେ ଦାୟିତ୍ବରେ ଅବହେଳା ପାଇଁ 11ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଏକ ବାଲେନୋ କାର ଜଣେ ଯୁବତୀଙ୍କୁ ପ୍ରାୟ 12 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ କାରରେ ଥିବା ସମସ୍ତ 5 ଅଭିଯୁକ୍ତଙ୍କ ସମେତ ଅନ୍ୟ 2ଜଣଙ୍କୁ ମିଶାଇ ମୋଟ 7ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.