ETV Bharat / bharat

ସାମାନ୍ୟ ବଚସାରୁ ଯବାନଙ୍କ ଶକ୍ତ ଚାପୁଡା, ଟଳିପଡିଲେ ଜନୈକ ବ୍ୟକ୍ତି

author img

By ETV Bharat Odisha Team

Published : Sep 25, 2023, 12:11 PM IST

Man dies as cop slaps him during argument
Man dies as cop slaps him during argument

ଗାଡିଲାଇଟକୁ ନେଇ ବଚସା । ଯବାନଙ୍କ ଚାପୁଡା ମାଡରେ ଜୈନିକ ବ୍ୟକ୍ତିଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଗାଡିର ହେଡଲାଇଟକୁ ନେଇ ତୁମୁଳ କାଣ୍ଡ । ଯବାନଙ୍କ ଚାପୁଡ଼ାରେ ଚଳିପଡିଲେ 54 ବର୍ଷୀୟ ବ୍ୟକ୍ତି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରର ୱାଥୋଡା ପୋଲିସ ଷ୍ଟେସନ ଅନ୍ତର୍ଗତ ମାତା ମନ୍ଦିର ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ମୁରଲୀଧର ରାମରାଓଜୀ ନେୱେର । ଯବାନ ଜଣଙ୍କ ମହାରାଷ୍ଟ୍ର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ନିଖିଲ ଗୁପ୍ତା । ଏନେଇ ସୂଚନା ଦେଇଛନ୍ତି ଜଣେ ପୋଲିସ ଅଧିକାରୀ ।

ଗୁରୁବାର ରାତିରେ ମହାରାଷ୍ଟ୍ର ରିଜର୍ଭ ପୋଲିସରେ କାର୍ଯ୍ୟରତ ନିଖିଲ ଗୁପ୍ତା ତାଙ୍କ ଭଉଣୀଙ୍କୁ ଦେଖା କରିବାକୁ ୱାଥୋଡା ପୋଲିସ ଷ୍ଟେସନ ଅନ୍ତର୍ଗତ ମାତା ମନ୍ଦିର ଅଞ୍ଚଳରେ ପହଞ୍ଚିଥିଲେ । କାର ପାର୍କିଂ କରିବା ସମୟରେ ଗାଡିର ହେଡଲାଇଟ ବିମ୍ ଉକ୍ତ ଅଞ୍ଚଳର ବାସିନ୍ଦା ମୃତ ମୁରଲୀଧର ରାମରାଓଜୀ ନେୱେରଙ୍କ ମୁହଁରେ ପଡିଥିଲା । ଏହାପରେ ସେ ଯବାନ ଜଣଙ୍କୁ ଗାଡିର ଲାଇଟ ବନ୍ଦ କରିବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରେନରେ ଗୁଳିମାଡ କଲେ ଆରପିଏଫ କନେଷ୍ଟବଳ, ଏଏସଆଇଙ୍କ ସହ 3 ଯାତ୍ରୀ ମୃତ

ଶେଷରେ ଉତକ୍ଷିପ୍ତ ହୋଇ ମୁରଲୀଧରଙ୍କ ଚାପୁଡ଼ା ମାରିଥିଲେ ନିଖିଲ ଗୁପ୍ତା । ଫଳରେ ଘଟଣା ସ୍ଥଳରେ ଟଳିପଡ଼ିଥିଲେ ମୁରଲୀଧର । ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ଶନିବାର ମୁରଲିଧରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ମହାରାଷ୍ଟ୍ର ରିଜର୍ଭ ପୋଲିସରେ କାର୍ଯ୍ୟରତ ଯବାନ ନିଖିଲ ଗୁପ୍ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ଯବାନ ଜଣଙ୍କୁ ଗିରଫ କରାଯାଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।

ଜୁଲାଇ 31 ତାରିଖରେ ମହାରାଷ୍ଟ୍ରର ଏକ ଟ୍ରେନ୍‌ରେ ଗୁଳିକାଣ୍ଡ ଘଟିଥିଲା। ପାଲଘର ରେଳ ଷ୍ଟେସନ ନିକଟରେ ଜୟପୁର-ମୁମ୍ବାଇ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସରେ ଚେତନ୍‌ସିନ୍ ଚୌଧୁରୀ ନାମକ ଜଣେ ରେଳବାଇ ପୋଲିସ କର୍ମଚାରୀ ଗୁଳିକାଣ୍ଡ ଘଟାଇଥିଲେ । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁଳିମାଡ ପରେ ଦହିସର ରେଲ୍‌ୱେ ଷ୍ଟେସନ ନିକଟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ ଆରପିଏଫ କନେଷ୍ଟବଳ ଚେତନ କୁମାର । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଚେତନ୍‌ସିନ୍ ଚୌଧରୀସରକାରୀ ବନ୍ଧୁକରୁ ପ୍ରଥମେ ଜଣେ ରେଳବାଇ ପୋଲିସର କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ B5 କୋଚ୍‌ରେ ଥିବା ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ, ପରେ ସେ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍‌ରେ ଆଉ ଜଣେ ଯାତ୍ରୀ ଏବଂ S6 କୋଚ୍‌ରେ ଆଉ ଜଣେ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.