ETV Bharat / bharat

Money inside Gutkha Pouch: ଯାତ୍ରୀଙ୍କ ଚୋରି ବିଦ୍ୟା, ଗୁଟଖା ପ୍ୟାକେଟରେ ଡଲାର ଚାଲାଣ

author img

By

Published : Jan 9, 2023, 4:08 PM IST

Money inside Gutkha Pouch
Money inside Gutkha Pouch

ଗୁଟଖା ପ୍ୟାକେଟ ମଧ୍ୟରେ ପୁଳା ପୁଳା ଟଙ୍କା । ଉପରକୁ ଗୁଟଖା ପ୍ୟାକେଟ ଦିଶୁଥିବା ବେଳେ ଭିତରେ ରହିଛି ଲକ୍ଷ ଲକ୍ଷ ଟଙ୍କା (Money inside Gutkha Pouch) । ଏପରି ବିଚକ୍ଷଣ ବୁଦ୍ଧିକୁ ଉପଯୋଗ କରି ବ୍ୟାଙ୍କକକୁ ହେଉଥିଲା ଟଙ୍କା ଚାଲାଣ । ମାତ୍ର କୋଲକାତା କଷ୍ଟମ ବିଭାଗ ହାତରେ ଶେଷରେ ଧରାପଡ଼ିଛନ୍ତି ବିମାନ ଯାତ୍ରୀ । ଅଧିକ ପଢନ୍ତୁ

Money inside Gutkha Pouch: ଯାତ୍ରୀଙ୍କ ଚୋରି ବିଦ୍ୟା, ଗୁଟଖା ପ୍ୟାକେଟରେ ଚାଲାଣ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

କୋଲକାତା: ବିମାନ ଯାତ୍ରୀଙ୍କ ଚୋରି ବିଦ୍ୟା । ଲକ୍ଷ ଲକ୍ଷ ଟଙ୍କା ଚାଲାଣ ପାଇଁ ଉପଯୋଗ କରିଥିଲେ ବିଚକ୍ଷଣ ବୁଦ୍ଧି (Impressive Packaging) । ଗୁଟଖା ପାଉଚ ମଧ୍ୟରେ ସିଲ୍‌ ହୋଇଥିଲା ବିଡ଼ା ବିଡ଼ା ନୋଟ (Money inside Gutkha Pouch) । ଆମେରିକୀୟ ଡଲାର ୪୦୦୦୦ ହଜାର ନୋଟ ଚାଲାଣ କରୁଥିବା ବେଳେ ତାଙ୍କୁ ଧରିଛି କୋଲକାତା କଷ୍ଟମ ବିଭାଗର AIU ଅଫିସିଆଲ (AIU officials of Kolkata Customs) । ଭାରତୀୟ ମୁଦ୍ରାରେ ପ୍ରାୟ ୩୨ ଲକ୍ଷ ଟଙ୍କା ଯାତ୍ରୀଙ୍କଠୁ ଜବତ ହୋଇଛି (32 laks rupees concealed inside Gutkha pouches) ।

ମିଳିଥିବା ସୂଚନା ଅନୁସାରେ ଏହି ଯାତ୍ରୀ ଜଣକ ରବିବାର ବ୍ୟାଙ୍କକ୍‌କୁ ଯାତ୍ରା କରୁଥିଲେ । କୋଲକାତା ବିମାନ ବନ୍ଦରରେ ବ୍ୟାଗେଜ ଚେକ-ଇନ୍‌ (Baggage Check-in) ସମୟରେ ତାଙ୍କୁ ଧରିଥିଲା ପୋଲିସ । ତାଙ୍କ ବ୍ୟାଗ ଭିତରେ ହଜାର ହଜାର ଗୁଟଖା ପ୍ୟାକେଟ ଦେଖିବାକୁ ମିଳିଥିଲା । ତେବେ ଏହାକୁ ଖୋଲିବା ପରେ ପ୍ୟାକେଟ ଭିତରୁ ମିଳିଥିଲା ପୁଳା ପୁଳା ଟଙ୍କା । ଆମେରିକୀୟ ଡଲାର ନୋଟକୁ କିଛି ଭାଙ୍ଗ କରି ଏହି ପ୍ୟାକେଟ ମଧ୍ୟରେ ରଖାଯାଇଥିଲା ।

ଏହା ବି ପଢନ୍ତୁ- ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ଉପରୁ ଏହା ଗୁଟଖା ପ୍ୟାକେଟ ଦେଖାଯାଉଥିବା ବେଳେ ଏହା ମଧ୍ୟରେ ରହିଥିଲା ଡଲାର । କଷ୍ଟମ ବିଭାଗର ଅଫିସର ଏହି ପ୍ୟାକେଟକୁ ଫାଡ଼ି ଦେଖିବା ପରେ ତା ମଧ୍ୟରୁ ନୋଟ୍‌ ମିଳିଥିଲା । ପ୍ରାୟ ୪୦ ହଜାର ଡଲାର ମିଳିଥିବା ବେଳେ ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୩୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏଯାବତ ଯାତ୍ରୀଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.