ETV Bharat / bharat

ଲୋକସଭାରେ ସମ୍ବୋଧନ ପୂର୍ବରୁ TMC ସାଂସଦଙ୍କ ଟ୍ବିଟ, କହିଲେ ଗୋମୁତ୍ର ପିଇ ପ୍ରସ୍ତୁତ ରହୁ ବିଜେପି ଟିମ

author img

By

Published : Feb 3, 2022, 7:59 PM IST

ଲୋକସଭାରେ ସମ୍ବୋଧନ ପୂର୍ବରୁ TMC ସାଂସଦଙ୍କ ଟ୍ବିଟ, କହିଲେ ଗୋମୁତ୍ର ପିଇ ପ୍ରସ୍ତୁତ ରହୁ ବିଜେପି ଟିମ
ଲୋକସଭାରେ ସମ୍ବୋଧନ ପୂର୍ବରୁ TMC ସାଂସଦଙ୍କ ଟ୍ବିଟ, କହିଲେ ଗୋମୁତ୍ର ପିଇ ପ୍ରସ୍ତୁତ ରହୁ ବିଜେପି ଟିମ

ଲୋକସଭାରେ ଚର୍ଚ୍ଚା ପୂର୍ବରୁ ଟିଏମସି ସାଂସଦଙ୍କ ଚର୍ଚ୍ଚିତ ଟ୍ବିଟ । ବିଜେପି ସଦସ୍ୟଙ୍କୁ କହିଲେ ଗୋମୁତ୍ର ପିଇ ପ୍ରସ୍ତୁତ ରହିବାକୁ କଲେ ଆହ୍ବାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ପ୍ରତିକ୍ରିୟା ରଖିବା ପୂର୍ବରୁ ବିବାଦୀୟ ଟ୍ବିଟ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ସେ ଆଜି ଗୃହରେ ନିଜ ପ୍ରତିକ୍ରିୟା ପୂର୍ବରୁୁ ମୋଇତ୍ରା ଟ୍ବିଟ କରି କହିଛନ୍ତି ସେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ସେ ସଂନ୍ଧ୍ୟାରେ ପ୍ରତିକ୍ରିୟା ରଖିବେ । ବିଜେପି ନିଜର ହେଲକର ଟିମକୁ ଗୋମୁତ୍ର ପିଆଇ ପ୍ରସ୍ତୁତ ରଖିବାକୁ ଟ୍ବିଟରେ କହିଛନ୍ତି ମହୁଆ ।

  • Am speaking this evening in Lok Sabha on President’s Address.

    Just wanted to give early heads up to @BJP to get heckler team ready & read up on imaginary points of order. Drink some gaumutra shots too.

    — Mahua Moitra (@MahuaMoitra) February 3, 2022 " class="align-text-top noRightClick twitterSection" data=" ">

ତେବେ ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ସରକାରଙ୍କୁ ଦୃଢ ସମାଲୋଚନା କରିଥିଲେ । ଅର୍ଥନୀତି ବିଫଳତା ବେରୋଜଗାରୀ ଠାରୁ ଆରମ୍ଭ କରି ବୈଦେଶିକ ନୀତି ପର୍ଯ୍ୟନ୍ତ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କର ଏପରି ଟ୍ବିଟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.