ETV Bharat / bharat

ମହାରାଷ୍ଟ୍ରରେ ଦାଦା-ପୁତୁରା ଲଢେଇ: ଅଜିତଙ୍କ କ୍ୟାମ୍ପରୁ ଏନସିପି ଫେରିଲେ ବିଧାୟକ ଓ ସାଂସଦ

author img

By

Published : Jul 4, 2023, 12:41 PM IST

ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା
ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା

ମହାରାଷ୍ଟ୍ର ରାଜନୀତିରେ ହଟଚମଟ । ଅଜିତ ପାୱାରଙ୍କ ଗୋଷ୍ଠୀ ଛାଡି ଶରଦ ପାୱାରଙ୍କ ଟିମ୍‌କୁ ଫେରିଲେ ଦୁଇ ବିଧାୟକ ଓ ଜଣେ ସାଂସଦ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ଲାଗି ରହିଛି । ଏଠାରେ ଘଡିକେ ଘୋଡା ଛୁଟୁଛି । ଦଳରେ ବିଦ୍ରୋହ କରି ସିନ୍ଦେ ସରାକାରରେ ସାମିଲ ହୋଇଥିବା ଅଜିତ ପାୱାରଙ୍କୁ ଏବେ ବଡ ଝଟକା ଲାଗିଛି । ଅଜିତଙ୍କ ସହ ବିଦ୍ରୋହ କରିଥିବା ଜଣେ ବିଧାୟକ ଓ ସାଂସଦ ଦିନକ ପରେ ନାଟକୀୟ ଢଙ୍ଗରେ ଶରଦ ପାୱାରଙ୍କ ଟିମ୍‌କୁ ଫେରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଅଜିତଙ୍କ ସହ ଉପସ୍ଥିତ ଥିବା ସତାରା ବିଧାୟକ ମକରନ୍ଦ ପାଟିଲଙ୍କୁ ଏହାର ପରଦିନ ପାୱାରଙ୍କ ଗାଡିରେ ବସିଥିବାର ଦେଖିବାକୁ ମିଳିଛି । ସିରୁର ସାଂସଦ ଅମୋଲ କୋହ୍ଲେ ମଧ୍ୟ ଅଜିତ ଗୋଷ୍ଠୀରୁ ଏନସିପି ଫେରି ଆସିଛନ୍ତି ।

ଅଜିତ ପାୱାରଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ସତାରା ବିଧାୟକ ମକରନ୍ଦ ପାଟିଲ ଓ ସାଂସଦ ଅମୋଲ କୋହ୍ଲେ ଉପସ୍ଥିତ ରହିଥିଲେ । ହେଲେ ଦିନକ ପରେ ସେମାନେ ପୁଣି ୟୁ ଟର୍ଣ୍ଣ ମାରି ଶରଦଙ୍କ ଏନସିପି ଶିବିରକୁ ବାହୁଡିଛନ୍ତି । ଶରଦ ପାୱାରଙ୍କ କରାଦ ଗସ୍ତ ଅବସରରେ ବିଧାୟକ ପାଟିଲଙ୍କୁ ତାଙ୍କ କାରରେ ଦେଖିବାକୁ ମିଳିଛି । ତେଣୁ ପାୱାର ଗୋଟି ଚଳାଇ ରାତାରାତି ଗେମ୍ ବଦଳାଇ ଦେଇଥିବା କୁହାଯାଉଛି ।

ବିଧାୟକ ମକରନ୍ଦ ପାଟିଲଙ୍କୁ ଶରଦ ପାୱାରଙ୍କ ବିଶ୍ବସ୍ତ ଭାବେ ଜଣାଯାଏ । ପୂର୍ବତନ ସ୍ବର୍ଗତ ସାଂସଦ ଲକ୍ଷ୍ମଣ ପାଟିଲ ପାୱାରଙ୍କ ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କର ନାତି ହେଉଛନ୍ତି ମକରନ୍ଦ ପାଟିଲ । ୱାଇ ବିଧାୟକ ସମେତ ଏକାଧିକ ବିଧାୟକଙ୍କୁ ନେଇ ଅଜିତ ପାୱାର ବିଦ୍ରୋହ କରିବା ପରେ ଶରଦ ପାୱାର ଆକ୍ସନ ମୋଡକୁ ଆସିଥିଲେ । ଗତକାଲି ଗୁରୁପୂର୍ଣ୍ଣିମା ଅବସରରେ ନିଜର ଗୁରୁ ସ୍ବର୍ଗତ ଯଶୱନ୍ତରାଓ ଚଭନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ସମାଧିସ୍ଥଳକୁ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ । ଏହାପରେ କରାଦ ଗସ୍ତ ସମୟରେ ମକରନ୍ଦ ପାଟିଲଙ୍କୁ ପାୱାରଙ୍କ ଗାଡ଼ିରେ ବସିଥିବା ମିଳିଥିଲା । ଯାହା ସମସ୍ତଙ୍କୁ ପୁଣିଥରେ ଚକିତ କରିଦେଇଥିଲା ।

ଏହାମଧ୍ୟ ପଢନ୍ତୁ: ମହାରାଷ୍ଟ୍ର ମହାଡ୍ରାମା; ମିଳିତ ବିରୋଧୀ କ୍ୟାମ୍ପରେ କମ୍ପନ, ବେଙ୍ଗାଲୁରୁ ଏକତା ବୈଠକ ସ୍ଥଗିତ

ପ୍ରକାଶଥାଉ କି, ଗତ ରରିବାର ଦିନ ଏନସିପି ନେତା ଅଜିତ ପାୱାର ନିଜ ସମର୍ଥିତ ବିଧାୟକଙ୍କୁ ନେଇ ସିନ୍ଦେ ନେତୃତ୍ବାଧୀନ ସରକାରରେ ମିଶିଥିଲେ । ସେହିଦିନ ହିଁ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । ବଡ଼ କଥା ହେଉଛି, ଶରଦ ପାୱାରଙ୍କ ଖୁବ୍ ବିଶ୍ବସ୍ତ କୁହାଯାଉଥିବା ଓ ନିକଟରେ ଏନସିପି କାର୍ଯ୍ୟକାରୀ ସଭାପତି ହୋଇଥିବା ପ୍ରଫୁଲ୍ଲ ପଟେଲ ମଧ୍ୟ ଅଜିତଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.