ETV Bharat / bharat

ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକ

author img

By

Published : Jun 24, 2022, 1:05 PM IST

Updated : Jun 24, 2022, 1:34 PM IST

Maharastra Politics: ସିନ୍ଧେଙ୍କୁ ନିଜର ନେତା ଘୋଷଣା କଲେ ବିଦ୍ରୋହୀ ବିଧାୟକ
Maharastra Politics: ସିନ୍ଧେଙ୍କୁ ନିଜର ନେତା ଘୋଷଣା କଲେ ବିଦ୍ରୋହୀ ବିଧାୟକ

ଏକନାଥ ସିନ୍ଧେଙ୍କୁ ଗୃହରେ ବିଧାୟକ ଦଳ ନେତା ଘୋଷଣା କରି ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକ ଦଳର ନେତା ଏକନାଥ ସିନ୍ଧେ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ଶିବସେନାର ୩୭ ବିଦ୍ରୋହୀ ବିଧାୟକଙ୍କୁ ନେଇ ଆସାମ ଗୌହାଟୀରେ ଡେରା ପକାଇଛନ୍ତି ବିଦ୍ରୋହର ମୁଖ୍ୟ ନାୟକ ଏକନାଥ ସିନ୍ଧେ । ଏହାରି ଭିତରେ ଆଜି ସିନ୍ଧେଙ୍କୁ ଗୃହରେ ନିଜର ନେତା ଘୋଷଣା କରିଛନ୍ତି ବିଦ୍ରୋହୀ ବିଧାୟକ । ସେମାନେ ଏ ସଂକ୍ରାନ୍ତୀୟ ଏକ ଚିଠି ଆଜି(ଗୁରୁବାର) ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କୁ ପଠାଇଛନ୍ତି । ବିଧାନସଭା ଗୃହରେ ଏକନାଥ ସିନ୍ଧେ ବିଧାୟକ ଦଳର ନେତା ରହିବେ ବୋଲି ଚିଠିରେ କୁହାଯାଇଛି ।

କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଉପବାଚସ୍ପତି ସିନ୍ଧେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ଗୃହରେ ଶିବସେନାର ବିଧାୟକ ଦଳ ନେତା ରୂପେ ମଞ୍ଜୁରୀ ଦେଇଥିଲେ । ହେଲେ ସିନ୍ଧେଙ୍କୁ ନେତା କରିବା ପାଇଁ ସମସ୍ତ ୩୭ ବିଦ୍ରୋହୀ ବିଧାୟକ ନିଜର ହସ୍ତକ୍ଷର ସମ୍ବଳିତ ଏକ ଚିଠି ଉପବାଚସ୍ପତିଙ୍କୁ ପଠାଇଛନ୍ତି । ଏଥିସହ ସୁନୀଲ ପ୍ରଭୁଙ୍କ ସ୍ଥାନରେ ଶିବସେନା ବିଧାୟକ ଭରତ ଗୋଗାୱଲେଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ରୂପେ ନିଯୁକ୍ତି କରାଯାଇଥିବା ଚିଠିରେ ସୂଚିତ କରିଛନ୍ତି ।

ସେହିପରି ସୁନୀଲ ପ୍ରଭୁଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ବିଦ୍ରୋହୀ ବିଧାୟକମାନେ ସାମିଲ ନ ହେବା ଯୋଗୁଁ ପ୍ରଭୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଘଟଣାରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ସିନ୍ଧେ । ''ହ୍ବିପ୍ କେବଳ ବିଧାନସଭା କାର୍ଯ୍ୟ ପାଇଁ ଜାରି ହୋଇଥାଏ । ଆମେ ଆପଣଙ୍କ ଚାଲାଖି ଭଲ ଭାବେ ଜାଣିଛୁ ଏବଂ ଆଇନକୁ ମଧ୍ୟ ବୁଝିଛୁ'' ବୋଲି ସନ୍ଧେ ଟ୍ବିଟ୍ କରିଛନ୍ତି ।

Last Updated :Jun 24, 2022, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.