ETV Bharat / bharat

Maharashtra Political Crisis: ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିବେ ମୁଖ୍ୟମନ୍ତ୍ରୀ !

author img

By

Published : Jun 22, 2022, 1:05 PM IST

Maharashtra Political Crisis
Maharashtra Political Crisis

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(Chief Minister of Maharashtra Uddhav Thackeray)ଙ୍କ ବିଶ୍ବସ୍ତ ସହଯୋଗୀ ତଥା ମନ୍ତ୍ରୀ ଏକନାଥ ସିନ୍ଧେ(Eknath Shinde)ଙ୍କ ଶଣ୍ଢୁଆଶି ଆକ୍ରମଣରେ ଫସିଗଲା ରାଜ୍ୟର ମହାବିକାଶ ଅଘାଡି ସରକାର । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(Chief Minister of Maharashtra Uddhav Thackeray)ଙ୍କ ବିଶ୍ବସ୍ତ ସହଯୋଗୀ ତଥା ମନ୍ତ୍ରୀ ଏକନାଥ ସିନ୍ଧେ(Eknath Shinde)ଙ୍କ ଶଣ୍ଢୁଆଶି ଆକ୍ରମଣରେ ଫସିଗଲା ରାଜ୍ୟର ମହାବିକାଶ ଅଘାଡି ସରକାର (Maha Vikas Aghadi Govt) । ଅନେକ କସରତ ପରେ ଗଠନ ହୋଇଥିବା ମହାବିକାଶ ଅଘାଡି ସରକାରକୁ ବର୍ତ୍ତମାନ ଅଭିଜ୍ଞ ଚାଣକ୍ୟ ଶରଦ ପାୱର(NCP chief Sharad Pawar ) ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇନପାରନ୍ତି ।

ଏଭଳି ସ୍ଥଳରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ନେଇ ଗୌହ୍ବାଟି (Guwahati)ରେ ଡେରା ପକାଇଥିବା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଆହୁରି ବଳଶାଳୀ ହୋଇଛି । ବିଜେପିର ପୁରା ସାଥରେ ବିଦ୍ରୋହୀ ବିଧାୟକ ଆସାମ ସ୍ଥାନାନ୍ତର ହେବା ପରେ ଶିବସେନା(Shiv sena)ର ଅକଲ ଏକ ପ୍ରକାର ଗୁଡୁମ ହୋଇଯାଇଛି । ଏକନାଥଙ୍କ ସିନ୍ଧେଙ୍କ ରଣନୀତି ଆଗରେ ଉଦ୍ଧବଙ୍କ ପାୱାର, ସଞ୍ଜୟ ରାଉତ(Sanjay Raut)ଙ୍କ ରଣନୀତି ଓ ଚାଣକ୍ୟ ଶରଦ ପାୱାରଙ୍କ ଚର୍ଚ୍ଚିତ ନୀତି ମଧ୍ୟ ଅକାମୀ ହୋଇପଡିଛି ।

ଏପରି ସ୍ଥଳେ ସରକାର ବଞ୍ଚାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଫଳରେ ଆଜି ଅପରାହ୍ନ ୧.୩୦ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ (CM Calls for Cabinet Meeting) ଡାକିଛନ୍ତି । ଯେଉଁଥିରେ ରାଜ୍ୟ ବିଧାନସଭା ଭଙ୍ଗ ପ୍ରସ୍ତାବ ଗୃହିତ ହୋଇପାରେ । ଏହାସହ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିପାରନ୍ତି । ଯାହାର ସଂକେତ ମଧ୍ୟ ଶିବସେନା ସାଂସଦ ସଞ୍ଜୟ ରାଉତ ଦେଇଛନ୍ତି । ଏହାସହ ମନ୍ତ୍ରୀ ଆଦିତ୍ୟ ଠାକରେ(Aaditya Thackeray)ଙ୍କ କିଛି ଆଭିମୁଖ୍ୟ ମଧ୍ୟ ଏହା ସ୍ପଷ୍ଟ ସଂକେତ ଦେଉଛି ।

ସେପଟେ ଏକନାଥ ସିନ୍ଧେଙ୍କ କ୍ୟାମ୍ପରେ ବର୍ତ୍ତମାନ ୪୦ ରୁ ଅଧିକ ଶିବସେନା ବିଧାୟକ ଓ କିଛି ସ୍ବାଧୀନ ବିଧାୟକ ମଧ୍ୟ ଅଛନ୍ତି । କିନ୍ତୁ ପ୍ରକୃତରେ କେତେ ବିଧାୟକ ଅଛନ୍ତି ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଗତକାଲି ସମସ୍ତ ବିଧାୟକ ମହାରାଷ୍ଟ୍ରରୁ ସୁରଟ ଯିବା ପରେ, ବିଳମ୍ବିତ ରାତିରେ ଗୌହ୍ବାଟି ସମସ୍ତ ବିଦ୍ରୋହୀ ବିଧାୟକ ପହଞ୍ଚିଛନ୍ତି ।

ସଞ୍ଜୟ ରାଉତ ବର୍ତ୍ତମାନ ସ୍ଥିତି ନେଇ କହିଛନ୍ତି କଣ ହେବ...? ଅତି ବେଶିରେ ସରକାର ଭାଙ୍ଗିଯିବ । ଗଣତନ୍ତ୍ରରେ ସରକାର ଆସିବ ଯିବ । ସଞ୍ଜୟଙ୍କ ଏହି ବୟାନ ବେଶ କିଛି ଇଙ୍ଗିତ କରୁଛି । ଏକନାଥ ସିନ୍ଧେଙ୍କୁ ନେଇ ଆଜି ସକାଳୁ ସଞ୍ଜୟ କହିଥିଲେ ତାଙ୍କ ସହ ଆଲୋଚନା ଚାଲିଛି । ବିଧାୟକ ମାନଙ୍କ ସହ ମଧ୍ୟ ଆଲୋଚନା ଚାଲିଛି । ଏକନାଥ ଆମର ପୁରୁଣା ବନ୍ଧୁ । ଦଳ ତାଙ୍କୁ କେବେ ଛାଡିପାରିବ ନାହିଁ କି ସେ ଦଳକୁ କେବେ ଧକ୍କା ଦେବେ ନାହିଁ । ହେଲେ ସମୟ ଯେତେ ବଢୁଛି ସଞ୍ଜୟଙ୍କ ଏହି ଦମ୍ଭୋକ୍ତି ସେତେ ଦୁର୍ବଳ ହେଉଛି ।

ଯଦି ବିଧାନସଭା ଭାଙ୍ଗ ହୁଏ...

ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭା ଭାଙ୍ଗିବା ପାଇଁ ସୁପାରିଶ କରନ୍ତି, ଏହାସହ ରାଜ୍ୟପାଳଙ୍କ ଉପରେ ନିର୍ଭର କରୁଛି ସେ ଗ୍ରହଣ କରିବେ କି ନାହିଁ । ଏପରି ସ୍ଥଳେ ରାଜ୍ୟପାଳ ସରକାରଙ୍କୁ ବିଧାନସଭା (State Assembly)ରେ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି କିମ୍ବା ବିରୋଧୀ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରନ୍ତି । ଯଦି ବିରୋଧୀ ଦଳ ସରକାର ଗଠନ ପାଇଁ ସକ୍ଷମ ହୁଏ ତ ସରକାର ଅବଶିଷ୍ଟ କାର୍ଯ୍ୟକାଳ ପୂର୍ଣ୍ଣ କରିବ । ନଚେତ ରାଜ୍ୟପାଳ ରାଷ୍ଟ୍ରପତି ଶାସନ (President Rule)ଜାରି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ । ପରବର୍ତ୍ତୀ ୬ ମାସ ମଧ୍ୟରେ ପୁଣି ଥରେ ବିଧାନସଭା ନିର୍ବାଚନ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.