ETV Bharat / bharat

ବିପଦରେ ମହାରାଷ୍ଟ୍ର ସରକାର, ଉଦ୍ଧବଙ୍କୁ ଫୋନ୍‌ କରି ସାହସ ଦେଲେ ସୋନିଆ

author img

By

Published : Jun 26, 2022, 1:04 PM IST

ବିପଦରେ ମହାରାଷ୍ଟ୍ର ସରକାର, ଉଦ୍ଧବଙ୍କୁ ଫୋନ କରି ସାହାସ ଦେଲେ ସୋନିଆ
ବିପଦରେ ମହାରାଷ୍ଟ୍ର ସରକାର, ଉଦ୍ଧବଙ୍କୁ ଫୋନ କରି ସାହାସ ଦେଲେ ସୋନିଆ

ମହାରାଷ୍ଟ୍ର ସରକାର ଉପରେ ପଡିଛି ମହାସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫୋନ କରି ସାହସ ଦେଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ବଦଳୁଛି ରାଜନୈତିକ ସମୀକରଣ । ଶିବସେନାର ବିଦ୍ରୋହୀ ନେତାଙ୍କ ବିଦ୍ରୋହ ଉଦ୍ଧବ ସରକାରଙ୍କ ଅକଲ ଗୁଡୁମ କରିଦେଇଛି । ୪୦ ବିଧାୟକଙ୍କୁ ନେଇ ଗୌହାଟୀରେ ସରକାର ଭାଙ୍ଗିବାକୁ ରଣନୀତି ଚଳାଇଛନ୍ତି ଏକନାଥ ସିନ୍ଧେ । ଯଦିଓ ଏନସିପି ଏବଂ କଂଗ୍ରେସ ମହାବିକାଶ ଅଘାଡି ସପକ୍ଷରେ ରହିଛନ୍ତି, ତଥାପି ବିଦ୍ରୋହୀଙ୍କୁ ମାତ୍ ଦେବାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନାକେଦମ ହେଉଛନ୍ତି । ଏପରି ସ୍ଥିତିରେ ଉଦ୍ଧବଙ୍କୁ ଫୋନ କରି ସାହାସ ବଢାଇଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ।

''ଏହି ସଙ୍କଟ ସମୟରେ ଆମେ ଆପଣଙ୍କ ସହ ରହିଛୁ, ବ୍ୟସ୍ତ ହୁଅନ୍ତୁ ନାହିଁ'' ବୋଲି ସୋନିଆ ଆଶ୍ବାସନା ଦେଇଛନ୍ତି । ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ NCP ମୁଖ୍ୟ ଶରଦ ପାୱାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଏବେ କଂଗ୍ରେସ ହାଇକାମାଣ୍ଡ ତାଙ୍କ ସହ ଆଲୋଚନା କରି ସାହାସ ବଢାଇଛନ୍ତି । କଂଗ୍ରେସ ଆରମ୍ଭରୁ ଉଦ୍ଧବଙ୍କ ବିଶ୍ବସ୍ତ ରହିଆସିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ମଧ୍ୟ ମୁମ୍ବାଇ ଆସିବା ସମୟରେ ନିଜର ପୂର୍ଣ୍ଣ ସମର୍ଥନ ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.