ETV Bharat / bharat

ଅନଲାଇନରେ ପଡିଲା ହାତଗଣ୍ଠି, ସାକ୍ଷୀ ରହିଲା YouTube

author img

By

Published : Jun 28, 2021, 7:04 AM IST

Maharashtra Parents Attend Son's Canada Wedding Online Amid Covid Restrictions
ଅନଲାଇନରେ ପୁଅର ବାହାଘର ଦେଖିଲେ ବୃଦ୍ଧ ଦମ୍ପତି

କୋରୋନା ପାଇଁ ଅନଲାଇନରେ ହେଲା ବାହାଘର । ବ୍ରାହ୍ମଣ ମନ୍ତ୍ର ପଢିବା ସହ ହାତଗଣ୍ଠି ବି ପଡିଲା । ସାତ ଜନ୍ମର ସାଥି ହେଲେ ଦମ୍ପତି । ଅଧିକ ପଢନ୍ତୁ...

ମୁମ୍ବାଇ: କୋରୋନା ପାଇଁ ଅନଲାଇନରେ ହେଲା ବାହାଘର । ବ୍ରାହ୍ମଣ ମନ୍ତ୍ର ପଢିବା ସହ ହାତ ଗଣ୍ଠି ବି ପଡିଲା । ସାତ ଜନ୍ମର ସାଥି ହେଲେ ଦମ୍ପତି । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲିରେ ।

ସୂଚନା ଅନୁସାରେ, ଡୋମ୍ବିଭଲିରେ ବସବାସ କରନ୍ତି ଏକ ବୃଦ୍ଧ ଦମ୍ପତି । କିନ୍ତୁ ଦମ୍ପତିଙ୍କ ପୁଅ କାନାଡାରେ ରୁହନ୍ତି । ହେଲେ କୋରୋନା ସଂକ୍ରମଣ ପାଇଁ ପୁଅ ଭୂଷଣ ଚୌଧୁରୀଙ୍କ ବାହାଘର ବିଳମ୍ବ ହେଉଥିଲା । ସଂକ୍ରମଣ ନ କମିବାରୁ ନିଜ ପୁଅର ଅନଲାଇନରେ ବାହାଘର କରିବାକୁ ସ୍ଥିର କରିଥିଲେ ପରିବାର ଲୋକେ ।

ଅନଲାଇନରେ ହୋଇଥିଲା ପୁଅର ବାହାଘର । ଅନଲାଇନରେ ବ୍ରାହ୍ମଣ ରହି ମନ୍ତ୍ରପାଠ କରିବା ସହ ଫେସବୁକ ଓ ୟୁଟ୍ୟୁବରେ ଲାଇଭଷ୍ଟ୍ରିମ ହୋଇଥିଲା । ବୃଦ୍ଧ ଦମ୍ପତିଙ୍କ ସହ ବନ୍ଧୁ, ପରିବାର ବର୍ଗଙ୍କ ସହ ସାଙ୍ଗ ସାଥିମାନେ ଯୋଡି ହୋଇଥିଲେ । ନବ ବିବାହିତ ଦମ୍ପତିଙ୍କ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଆଶୀର୍ବାଦ ସୂରୁପ ସେମାନଙ୍କ ଉପରକୁ ଚାଉଳ ମଧ୍ୟ ପକାଇଥିଲେ ।

ସେପଟେ, ଏହି ବାହାଘରରେ ଉଭୟ ପକ୍ଷ ବେଶ ଖୁସି ଥିବା କହିଛନ୍ତି । ବରର ବାପା ହିରାମନ କହିଛନ୍ତି ଯେ,ଏହି ବାହାଘରରୁ ଆଗକୁ ବଢାଇବା ପାଇଁ ଉଭୟ ପରିବାର ଚାହୁଁଥିଲେ । ଅନଲାଇନ ବାହାଘରରେ ଅର୍ଥ ସଞ୍ଚୟ ହୋଇଥିବା ମଧ୍ୟ ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.