ETV Bharat / bharat

Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ୍ ପଠାଇପାରନ୍ତି ଉପବାଚସ୍ପତି

author img

By

Published : Jun 25, 2022, 7:52 AM IST

Maharashtra Politics: ଆଜି ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ୍ ପଠାଇପାରନ୍ତି ଉପବାଚସ୍ପତି !
Maharashtra Politics: ଆଜି ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ୍ ପଠାଇପାରନ୍ତି ଉପବାଚସ୍ପତି !

ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ଆଜି ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ୍ ପଠାଇପାରନ୍ତି ଉପବାଚସ୍ପତି ନରହରି ଜିରୱାଲ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ସୃଷ୍ଟି ଝଡ ଥମିବାର ନାଁ ନେଉନି । ବିଦ୍ରୋହୀ ବିଧାୟକଙ୍କୁ ନେଇ ଆସାମ ଗୌହାଟୀରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକନାଥ ସିନ୍ଧେ । ଏପଟେ ମୁମ୍ବାଇରେ ସରକାର ବଞ୍ଚାଇବା ପାଇଁ ଲାଗିପଡିଛନ୍ତି ଉଦ୍ଧବ ଠାକରେ । ଏହାରି ଭିତରେ ଆଜି ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲ(Narhari Zirwal) ୧୬ ବିଦ୍ରୋହୀ ବିଧାୟକଙ୍କୁ ଆଯୋଗ୍ୟ ନୋଟିସ୍ ପଠାଇପାରନ୍ତି ବୋଲି ସୂଚନା ମିଳିଛି । ଏହି ନୋଟିସ ଉପରେ ଆସନ୍ତା ସୋମବାର ଶୁଣାଣି ହେବ । ଏଥିରେ ବିଦ୍ରୋହୀମାନଙ୍କୁ ଉପସ୍ଥିତ ରହିବାକୁ ପଡିବ ବୋଲି ସୂତ୍ରରୁ ଜଣାପଡିଛି ।

ଉପବାଚସ୍ପତି ନୋଟିସ ପଠାଇବା ଅର୍ଥ ହେଉଛି, ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ବିଧାୟକଙ୍କ ଟିମ୍‌କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଟିମ୍ ଦ୍ବାରା କରାଯାଇଥିବା ଆବେଦନକୁ ସ୍ବୀକାର କରିବା । ଏହାଦ୍ବାରା ସମ୍ପୃକ୍ତ ବିଧାୟକମାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହେବ । ସୋମବାର ଦିନ ଏହି ଅଯୋଗ୍ୟ ଘୋଣଷା ଆବେଦନର ଶୁଣାଣି ରହିଥିବାର ସୂଚନା ମିଳିଛି । ଏଥିରେ ନିଜର ପକ୍ଷ ରଖିବା ପାଇଁ ବିଦ୍ରୋହୀମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ପଡିବ ।

ସେହିପରି ଶୁକ୍ରବାର ସିନ୍ଧେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି । ଏହାସହିତ ସେ ବିଦ୍ରୋହୀ ଶିବରରୁ ଶିବସେନା ବିଧାୟକ ଭରତ ଗୋଗାୱଲେଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ରୂପେ ନିଯୁକ୍ତି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.