ETV Bharat / bharat

Maharashtra Crisis: ମୁମ୍ବାଇ ଓ ଥାଣେରେ 144 ଧାରା ଜାରି

author img

By

Published : Jun 25, 2022, 4:41 PM IST

Maharashtra Crisis: ମୁମ୍ବାଇ ଓ ଥାଣେର କିଛି ସ୍ଥାନରେ 144 ଧାରା ଜାରି
Maharashtra Crisis: ମୁମ୍ବାଇ ଓ ଥାଣେର କିଛି ସ୍ଥାନରେ 144 ଧାରା ଜାରି

ମୁମ୍ବାଇ ଓ ଥାଣେରେ 144 ଧାରା ଜାରି । ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଉପରେ ରୋକ । ସମସ୍ତ ରାଜନୈତିକ ଦଳର କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

ମୁମ୍ବାଇ: ମହାରଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସମଗ୍ର ରାଜ୍ୟର ଉଷ୍ମତା ବଢାଇଛି । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦେଖି ମୁମ୍ବାଇ ପୋଲିସ ପକ୍ଷରୁ ମୁମ୍ବାଇ ସହରରେ ଓ ଥାଣେରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା 144 ଜାରି କରାଯାଇଛି । କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ ।

ଥାଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଧାରା 144 ଧାରା ଜାରି କରାଯାଇଛି । ବିଦ୍ରୋହୀ ବିଧାୟକ ତଥା ସମଗ୍ର ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ଗଡ ହେଉଛି ଥାଣେ । ଥାଣେରୁ ନିର୍ବାଚିତ ବିଧାୟକ ହେଉଛନ୍ତି ସିନ୍ଧେ । ତେଣୁ ସେଠାରେ କୌଣସି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ନେଇ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । 30 ତାରିଖ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ବାହାର କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

ସେହିପରି ରାଜ୍ୟ ରାଜଧାନୀ ମୁମ୍ବାଇରେ ମଧ୍ୟ ସମସ୍ତ ଥାନାକୁ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ସମସ୍ତ ରାଜନୈତିକ ଦଳର କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ସହରର ସ୍ଥିତି ନେଇ ଗୁଇନ୍ଦା ବିଭାଗ ସୂଚନା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକ ମୁମ୍ବାଇରେ ଫେରିବା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ମଧ୍ୟ ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.