ETV Bharat / bharat

Maharashtra Political Crisis: ଉଦ୍ଧବଙ୍କ ଶେଷ କ୍ୟାବିନେଟ୍‌ର ଶେଷ ନିଷ୍ପତ୍ତି !

author img

By

Published : Jun 29, 2022, 8:04 PM IST

Maharashtra Political Crisis: ଉଦ୍ଧବଙ୍କ ଶେଷ କ୍ୟାବିନେଟ୍‌ର ଶେଷ ନିଷ୍ପତ୍ତି !
Maharashtra Political Crisis: ଉଦ୍ଧବଙ୍କ ଶେଷ କ୍ୟାବିନେଟ୍‌ର ଶେଷ ନିଷ୍ପତ୍ତି !

ଗୁରୁବାର ଫ୍ଲୋର୍‌ ଟେଷ୍ଟ ହେବାକୁ ଥିବାବେଳେ ଶେଷ ଥର ପାଇଁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଉଦ୍ଧବ ଠାକ୍‌ରେ । କ୍ୟାବିନେଟ୍‌ ବୈଠକରେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ଜିଲ୍ଲା ଓ ଗୋଟିଏ ବିମାନ ବନ୍ଦରର ନାମ ପରିବର୍ତ୍ତନ କରିଛନ୍ତି ଉଦ୍ଧବ ଠାକ୍‌ରେ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ସରକାର ବଞ୍ଚାଇବାକୁ ସମସ୍ତ ସମ୍ଭବ ଚେଷ୍ଟା କରୁଛନ୍ତି ଠାକ୍‌ରେ ସରକାର । ଗୁରୁବାର ଫ୍ଲୋର୍‌ ଟେଷ୍ଟ ହେବାକୁ ଥିବାବେଳେ ଶେଷ ଥର ପାଇଁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଉଦ୍ଧବ ଠାକ୍‌ରେ । କ୍ୟାବିନେଟ୍‌ ବୈଠକରେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ଜିଲ୍ଲା ଓ ଗୋଟିଏ ବିମାନବନ୍ଦରର ନାମ ପରିବର୍ତ୍ତନ କରିଛନ୍ତି ଉଦ୍ଧବ ଠାକ୍‌ରେ ।

ଔରଙ୍ଗାବାଦ୍‌ର ନାମ ପରିବର୍ତ୍ତନ କରି ସମ୍ଭାଜୀନଗର ରଖାଯାଇଛି । ସେହିଭଳି ଓସ୍‌ମାନାବାଦ୍‌ର ନାମ ପରିବର୍ତ୍ତନ କରି ଧରାଶିବ କରାଯାଇଛି । ଏହି କ୍ରମରେ ନଭୀ ମୁମ୍ବାଇ ବିମାନବନ୍ଦରର ନାମ ପରିବର୍ତ୍ତନ କରି ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦର କରାଯାଇଛି ।

କୌଣସି ମତେ ମହା ଅଘାଡ଼ି ସରକାର ବଞ୍ଚାଇବାକୁ ଚାହୁଁଛନ୍ତି ଉଦ୍ଧବ ଠାକ୍‌ରେ । ଏହାପୂର୍ବରୁ ବିଦ୍ରୋହୀ ବିଧାୟକଙ୍କୁ ଯେକୌଣସି ମତେ ମନାଇବାକୁ ସେ ଜୋରଦାର ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ଏହା ଫଳପ୍ରଦ ହେଉଥିବା ଦେଖା ଯାଉନାହିଁ । ଗୁରୁବାର ମହା ବିକାଶ ଅଘାଡ଼ି ସରକାରକୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଅଛି । ଏହାପୂର୍ବରୁ ସମସ୍ତ ରାସ୍ତା ଆପଣାଉଛନ୍ତି ଉଦ୍ଧବ ଠାକ୍‌ରେ । ଗତକାଲି ମଧ୍ୟ ସେ ବାଗୀ ବିଧାୟକଙ୍କୁ ମୁମ୍ବାଇ ଫେରି ଆସିବାକୁ ଭାବୁକ ଅପିଲ୍‌ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.