ETV Bharat / bharat

ଧୋନିଙ୍କ ମାନହାନୀ ମକଦ୍ଦମାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି, 15 ଦିନ ଜେଲରେ ରହିବେ IPS ସମ୍ପତ

author img

By ETV Bharat Odisha Team

Published : Dec 15, 2023, 1:35 PM IST

madras high court
ଧୋନିଙ୍କ ମାନହାନୀ ମକଦ୍ଦମାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି

MS Dhoni contempt plea: କ୍ରିକେଟର ମହେନ୍ଦ୍ର ସିଂହ ଧୋନି ପକ୍ଷରୁ ଆଇପିଏସ ସମ୍ପତ କୁମାରଙ୍କ ବିରୋଧରେ ମାନହାନୀ ଓ କୋର୍ଟକୁ ଅବମାନନା କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି ମାଡ୍ରାସ ହାଇକୋର୍ଟ । ସମ୍ପତ କୁମାରଙ୍କୁ 15 ଦିନ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଚେନ୍ନାଇ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ପକ୍ଷରୁ ଆଇପିଏସ ସମ୍ପତ କୁମାରଙ୍କ ବିରୋଧରେ ମାନହାନୀ ଓ କୋର୍ଟକୁ ଅବମାନନା କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି ମାଡ୍ରାସ ହାଇକୋର୍ଟ । ଏହି ମାମଲାରେ ସମ୍ପତ କୁମାରଙ୍କୁ 15 ଦିନ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ଖଣ୍ଡପୀଠ ଆଇପିଏଏସ ସମ୍ପତ କୁମାରଙ୍କୁ ସଜ୍ଜା ବିରୋଧରେ ମାମଲା ଦାୟର କରିବାକୁ ଅନୁମତି ଦେଇ ସଜ୍ଜାକୁ 30 ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି ।

ତେବେ 2013 ମସିହାରେ ଆଇପିଏଲ ମ୍ୟାଚ ଫିକ୍ସିଙ୍ଗ୍ ଓ ବେଟିଙ୍ଗ ମାମଲାରେ ଗଣମାଧ୍ୟମରେ ଅପମାନଜନକ ଟିପ୍ପଣୀ ପ୍ରକାଶ କରିବା ଅଭିଯୋଗରେ ଆଇପିଏସ ଅଧିକାରୀ ସମ୍ପତ କୁମାର, ଏକ ଜଣାଶୁଣା ଗଣମାଧ୍ୟମ ଓ ଅନ୍ୟମାନଙ୍କ ବିରୋଧରେ 2014 ମସିହାରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟରେ ମାନହାନି ଓ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ମାମଲା ଦାୟର କରିଥିଲେ । ଆଜି(ଶୁକ୍ରବାର) ସେହି ମାମଲାରେ ଶୁଣାଣି କରି ଧୋନିଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।

ଏହାମଧ୍ୟ ପଢନ୍ତୁ.. ଧୋନିଙ୍କ ଖୁଲାସା: କହିଲେ ନିରାଶ କରିଥିଲା ୨୦୧୯ ବିଶ୍ବକପ ସେମି ବିଫଳତା, ଅବସର ପାଇଁ ସେବେ ନେଇଥିଲି ନିଷ୍ପତ୍ତି

ତେବେ 2013 ମସିହାରେ ଆଇପିଏଲ ମ୍ୟାଚ ଫିକସିଙ୍ଗ୍ ଓ ବେଟିଙ୍ଗ ମାମଲାରେ ଧୋନିଙ୍କ ସମ୍ପତ୍ତି ନେଇ ଗଣମାଧ୍ୟମ ଆଗରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବେଳେ ମିଡିଆ ମଧ୍ୟ ଏନେଇ ଖବର ପ୍ରକାଶିତ କରିଥିଲା । ଯାହାକୁ ନେଇ 2014 ମସିହାରେ ଆଇପିଏସ ଅଧିକାରୀ ସମ୍ପତ କୁମାର ଓ ଅନ୍ୟମାନଙ୍କ ବିରୋଧରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟରେ ମାନହାନି ମାମଲା ଦାୟର କରିଥିଲେ । ଧୋନି ମାନହାନୀ ମାମଲା ଦାୟର କରିଥିଲେ ।

ଧୋନି 2013ରେ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ମ୍ୟାଚ ଫିକ୍ସିଂରେ ସାମିଲ ଥିବା ନେଇ ଅପପ୍ରଚାର କରାଯାଇଥିଲା । ତେବେ ଏହି ମାମଲାରେ କୋର୍ଟ ଶୁଣାଣି କରି ବିବାଦୀୟ ଟିପ୍ପଣୀ ଜାରି କରିବା କିମ୍ବା ଏଭଳି ଖବର ପ୍ରକାଶ କରିବାକୁ ପାଇଁ ଅନ୍ତରୀଣ ନିଷେଧାଜ୍ଞା ଜାରି କରିିଥିଲେ । ଆଉ ମଧ୍ୟ ସମ୍ପତ କୁମାର ଓ ଅନ୍ୟମାନଙ୍କୁ ଧୋନିଙ୍କ ମାନହାନୀ ହେଲା ଭଳି ବୟାନ ଦେବା ପାଇଁ ରୋକ ଲଗାଇଥିଲେ ।

ଏହାପରେ ମାନହାନି ମୋକଦ୍ଦମା ଜବାବରେ ନିଜ ଲିଖିତ ବୟାନ ଜାରି କରିଥିଲେ ଆଇପିଏସ ସମ୍ପତ କୁମାର । ଯେଉଁଥିରେ ଧୋନିଙ୍କୁ ପୁନର୍ବାର ମାନହାନୀ କଲା ଭଳି ବୟାନ ଜାରି କରିଥିବା ନେଇ ଅଭିଯୋଗ ଆଣିଥିଲେ । କୋର୍ଟଙ୍କୁ ଅବମାନନା କରାଯାଇଥିବା ନେଇ ପୁନଃ ଯାଚିକା ଦାୟର କରିଥିଲେ ଏମଏସ ଧୋନି । ଯେଉଁ ଆବେଦନର ଶୁଣାଣି କରି ଧୋନିଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । ଓ ସମ୍ପତ କୁମାରଙ୍କୁ 15 ଦିନ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏମଏସ ଧୋନିଙ୍କ ପକ୍ଷରୁ ଓକିଲ ପିଆର ରମଣ ଏହି କେସ ଲଢୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.