ETV Bharat / bharat

ଏକ ତରଫା ପ୍ରେମରୁ ନାରକୀୟ କାଣ୍ଡ, ପେଟ୍ରୋଲ ଢାଳି ପ୍ରେମିକାକୁ ଜାଳିଦେଲା ପ୍ରେମିକ

author img

By

Published : May 18, 2023, 5:29 PM IST

ପେଟ୍ରୋଲ ଢାଳି ନିଆଁ ଲଗାଇ ପ୍ରେମିକାକୁ ହତ୍ୟା ଉଦ୍ୟମ
lover burnt girlfriend alive with petrol

ପେଟ୍ରୋଲ ଢାଳି ନିଆଁ ଲଗାଇ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଛି ନୃଶଂସ ପ୍ରେମିକ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ବିବାହ ପାଇଁ ଅରାଜି ହେବାରୁ ପେଟ୍ରୋଲ ଢାଳି ପ୍ରେମିକାକୁ ଜାଳିଦେଲା ପ୍ରେମିକ । ଉତ୍ତରପ୍ରଦେଶ ସ୍ଥିତ କାସଗଞ୍ଜ ଜିଲ୍ଲାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । କୋତୱାଲି ଥାନା ଅନ୍ତର୍ଗତ ପଟିଆଲି ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପ୍ରେମିକାଙ୍କର ବିବାହ ଅନ୍ୟତ୍ର ହେବାକୁ ଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଅତି ନୃଶଂସ ଭାବେ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ ପ୍ରେମିକ । ତେବେ ଅଭିଯୁକ୍ତ ଜଣକର ନାଁ ନୀରଜ ହୋଇଥିବାବେଳେ ସେ ପେଶାରେ ଜଣେ ରିକ୍ସା ଚାଳକ ବୋଲି ଜଣାପଡ଼ିଛି ।

ପୀଡିତାଙ୍କ ବାପା ଦେଇଥିବା ବୟାନ ଅନୁସାରେ ପଡ଼ିଶା ଘରେ ରହୁଥିବା ନୀରଜ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଯୁବତୀ ଜଣକ ନାବାଳିକା ହୋଇଥିବା ସତ୍ତ୍ବେ ବିବାହ କରିବା ପାଇଁ ବାଧ୍ୟ କରୁଥିଲା ନୀରଜ । ଯେଉଁ କାରଣରୁ ଭୟଭୀତ ହୋଇ ଝିଅର ଭବିଷ୍ୟତ ଚିନ୍ତାରେ ନିଜ ଝିଅ ପାଇଁ ଅନ୍ୟତ୍ର ବିବାହ କରାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ ପୀଡିତାଙ୍କ ବାପା । ଏହି ବିଷୟରେ ଜାଣିବା ପରେ ନୀରଜ ରାଗ ଜର୍ଜରିତ ହୋଇ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା । ଚିତ୍କାର ଶୁଣି ଯୁବତୀଙ୍କ ବାପା ସେଠାରେ ପହଞ୍ଚିବା ସହ ଝିଅକୁ ଉଦ୍ଧାର କରି କାସଗଞ୍ଜ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ଦେହର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଲିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହେଲେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

ଅପରପକ୍ଷେ, ପୀଡ଼ିତାଙ୍କ ବାପାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ତେବେ ଖୁବଶୀଘ୍ର ନୀରଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ମଙ୍ଗଳବାର ମଧ୍ୟ ମେନପୁରୀରୁ ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା । ଅଶାଳୀନ ବ୍ୟବହାରକୁ ବିରୋଧ କରିବାରୁ ଘରେ ପଶି ଡିଜେଲ ଢାଳି ଯୁବତୀଙ୍କୁ ଜାଳି ଦେଇଥିଲେ ପଡ଼ୋଶୀ । ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ପୀଡ଼ିତା ଆଖି ବୁଜିଥିଲେ । ଅଞ୍ଚଳରେ ଅପରାଧ ବଢି ଚାଲିଥିବାବେଳେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ସଙ୍ଗୀନ ମାମଲା ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଦୋଷୀଙ୍କୁ କଡ଼ା ଦଣ୍ଡ ବିଧାନର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.