ETV Bharat / bharat

ନିଶାମୁକ୍ତ ବିହାରରେ ମଦ ମାଫିଆଙ୍କ ଆତଙ୍କରାଜ, ପୋଲିସକୁ ମରଣାନ୍ତକ ଆକ୍ରମଣ

author img

By ETV Bharat Odisha Team

Published : Sep 10, 2023, 11:25 AM IST

ଦିନକୁ ଦିନ ବଢ଼ୁଛି ମଦ ମାଫିଆଙ୍କ ଆତଙ୍କରାଜ । ବିହାରରେ ପୋଲିସକୁ ମଦ ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ମଦ ମାଫିଆଙ୍କ ଆତଙ୍କରାଜ
ମଦ ମାଫିଆଙ୍କ ଆତଙ୍କରାଜ

ପାଟନା: ମଦମୁକ୍ତ ବିହାରରେ ମଦ ମାଫିଆଙ୍କ ଦୌରାତ୍ମ୍ୟ । ଦିନକୁ ଦିନ ବଢ଼ୁଛି ମଦ ମାଫିଆଙ୍କ ଆତଙ୍କରାଜ । ପୁଣିଥରେ ପୋଲିସ ଉପରେ ଆକ୍ରମଣ କଲେ ମାଫିଆ । ପୋଲିସ ଅଧିକାରୀଙ୍କୁ ମାରପିଟ କରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଆଖିକୁ ଆକ୍ରମଣ କରିଛନ୍ତି । ତେବେ ପୋଲିସ ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଏନେଇ ଛାନଭିନ କରୁଛି ପୋଲିସ ।

ସୂଚନା ଅନୁସାରେ, ବିହାରର ବାଙ୍କା ଜିଲ୍ଲାର ମହାଦେବପୁର ଗାଁର ଲାଖପତି ସିଂହ ଝାରଖଣ୍ଡ ସଶସ୍ତ୍ର ପୋଲିସ ବାହିନୀରେ କାର୍ଯ୍ୟ କରନ୍ତି। ତେବ ମଙ୍ଗଳବାର ରାତିରେ ଲାଖପରି ଏବଂ ତାଙ୍କ ସ୍ତ୍ରୀ ରିମା କୁମାରୀଙ୍କ ସହ ଘର ବାହାରେ ବସିଥିଲେ । ତେବେ ଏତିକି ବେଳେ ଗାଁର ମିଥିଳେଶ ଶର୍ମା ଏବଂ ତାଙ୍କ ପୁଅ ରୋହିତ କୁମାର ଓ ଛୋଟୁ କୁମାର ଲାଠି ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ତାଙ୍କ ଘର ନିକଟକୁ ଆସିଥିଲେ। ଏହାପରେ ସେମାନେ ଲାଖପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଲାଖପତି ତଳେ ପଡି଼ଯାଇଥିଲେ। ତେବେ ଲାଖପତି ତଳେ ପଡିଯିବା ପରେ ମଧ୍ୟ ସେମାନେ ତାଙ୍କୁ ପିଟିବାରେ ଲାଗିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ପୋଲିସକୁ ମଦ ପିଆଇ କଏଦୀ ଚମ୍ପଟ, ମଦ୍ଯପ କନଷ୍ଟେବଳ ନିଲମ୍ବିତ

ତେବେ ପୋଲିସ ଯବାନଙ୍କୁ ମାଡ଼ ମାରିବା ସହ ମିଥିଳେଶ ଶର୍ମା ତାଙ୍କ ଦୁଇ ପୁଅଙ୍କୁ କହିଥିଲେ ଯେ, ସେ ଆମ ମଦ ବେପାରରେ ବାଧା ଦେଉଛି ତେଣୁ ତାକୁ ଜୀବନରୁ ମାରିଦିଅ । ଏହା ପରେ ଛୋଟୁ କୁମାର ଲାଖପତିଙ୍କ ଛାତି ଉପରେ ଚଢ଼ି ତାଙ୍କ ଆଖିକୁ ଆକ୍ରମଣ କରିଥିଲା। ଏହି ସମୟରେ ମିଥିଳେଶ ଶର୍ମା ଏକ ମାରଣାଅସ୍ତ୍ରକୁ ନେଇ ଲାଖପତିଙ୍କ ଡାହାଣ ଆଖିରେ ଭର୍ତ୍ତି କରି ଦେଇଥିଲା । ତେବେ ଏହା ଦେଖି ଲାଖପତିଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ତେବେ ତାଙ୍କ ଚିତ୍କାର ଶୁଣି ପାଖ ପଡୋଶୀମାନେ ଚାଲି ଆସିଥିଲେ । ସେପଟେ ଲୋକମାନେ ଆସୁଥିବାର ଦେଖି ବାପା ପୁଅ ତିନି ଜଣ ସେଠାରୁ ଚମ୍ପଟ ମାରିଥିଲେ ।


ଏହାପରେ ସ୍ଥାନୀୟ ପଡୋଶୀମାନେ ଲାଖପତିଙ୍କୁ ଗୁରୁତର ଅବସ୍ଥାରେ ରେଫରଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ଭାଗଲପୁର ମେଡିକାଲକୁ ରେଫର କରିଥିଲେ । ଅଧିକ ଚିକିତ୍ସା ପାଇଁ ଲାଖପତିଙ୍କୁ ଭାଗଲପୁରରୁ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ଶୁକ୍ରବାର ତାଙ୍କ ଆଖିର ଚିକିତ୍ସା କରାଯାଇଛି । ସେପଟେ ଏନେଇ ଲାଖପତିଙ୍କ ସ୍ତ୍ରୀ ରିମା କୁମାରୀ ତିନି ଅଭିଯୁକ୍ତଙ୍କ ନାମରେ ଅମରପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.