ETV Bharat / bharat

Lakhimpur Kheri Violence: ବଢ଼ିଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧି

author img

By

Published : Apr 24, 2023, 12:31 PM IST

ଲଖୀମପୁର ଖେରୀ ହିଂସା
interim bail of accused Ashish Mishra extended

ବହୁ ଚର୍ଚ୍ଚିତ ଲଖୀମପୁର ଖେରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସର୍ତ୍ତମୂଳକ ଜାମିନ ଅବଧି ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଜୁଲାଇ 11 ଯାଏଁ ସର୍ତ୍ତମୂଳକ ଜାମିନ ଅବଧି ବଢିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧି ବୃଦ୍ଧି ହୋଇଛି । ସର୍ତ୍ତମୂଳକ ଜାମିନ ପାଇଥିବା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଅବିଧିକୁ ଜୁଲାଇ 11 ଯାଏଁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ଜାନୁଆରୀ 25ରେ ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ ଆଶିଷ ମିଶ୍ରା । ଖେରୀ ହିଂସା ମାମଲାର ଶୁଣାଣି କରି ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । 8 ସପ୍ତାହ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମାମଲାର ଆଜି ଶୁଣାଣି କରି ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଅବଧିକୁ ଜୁଲାଇ 11 ତାରିଖ ଯାଏଁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ ।

ଏହା ବି ପଢନ୍ତୁ...India Corona: ତଳମୁହାଁ କୋରୋନା ଗ୍ରାଫ, ଦିନକରେ ୭୧୭୮ ନୂଆ ମାମଲା

ଜାନୁଆରୀରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଆଶିଷଙ୍କୁ 8 ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । କୋର୍ଟଙ୍କ ସର୍ତ୍ତ ମୁତାବକ ଆଶିଷ ଉତ୍ତରପ୍ରଦେଶ ଯାଇପାରିବେ ନାହିଁ । ଟ୍ରାଏଲ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟରେ ଉତ୍ତରପ୍ରଦେଶ ଆସିପାରିବେ ବୋଲି ଅନୁମତି ରହିଥିଲା । ଟ୍ରାଏଲ କୋର୍ଟରେ ହାଜର ହେବାକୁ ଡାକରା ଆସିବା ପରେ ସେ ଉତ୍ତରପ୍ରଦେଶ ଆସିବେ ବୋଲି ସର୍ତ୍ତ ରହିଥିଲା । ଚାଷୀଙ୍କ ଉପରେ ଗାଡ଼ି ଚଢାଇବା ଅଭିଯୋଗରେ ଦୀର୍ଘ ଦିନ ହେବ ଜେଲ୍‌ରେ ଥିବା ଆଶିଷ ଜାମିନ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ଶୁଣାଣି କରି ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଚଳିତ ବର୍ଷ ଜାନୁଆରୀରେ ମାମଲାର ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଆଜି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, 'ଆବେଦନକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଇଛି । କିନ୍ତୁ ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡିକ ପ୍ରମାଣିତ ହେବା ଦରକାର ।'

ଏହା ବି ପଢନ୍ତୁ...Amritpal Singh Arrested: ମୋ ପୁଅ ସିିଂହ ଭଳି ଆତ୍ମସମର୍ପଣ କରିଛି କହିଲେ ଅମ୍ରିତପାଲଙ୍କ ମାଆ

ପ୍ରକାଶଥାଉ କି, 2021 ମସିହା ଅକ୍ଟୋବର 3 ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକଙ୍କ ଆନ୍ଦୋଳନ ହୋଇଥିଲା । ଏହି ସମୟରେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ 8ଜଣ କୃଷକଙ୍କ ସମେତ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା । ରକ୍ତ ରଞ୍ଜିତ ହୋଇଥିବା ରାଜରାସ୍ତା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.