ETV Bharat / bharat

Hijab controversy: ହିଜାବକୁ ଅନୁମତି ପ୍ରଦାନ କରିବାକୁ ଶୁଣାଣିରେ ଦାବି କଲେ ଆବେଦନକାରୀ

author img

By

Published : Feb 15, 2022, 9:11 PM IST

ବୁଧବାରକୁ ଘୁଞ୍ଚିଲା ହିଜାବ ଶୁଣାଣି । ଶିକ୍ଷାନୁଷ୍ଠାନ ପରିସରରେ ହିଜାବକୁ ଅନୁମତି ଦେବା ପାଇଁ ଦକ୍ଷିଣ ଆଫ୍ରିକାର ଏକ ମାମଲାର ରାୟ ଉଦାହରଣ ଦେଲେ ଆବେଦନକାରୀ । ଅନ୍ୟପଟେ ସ୍କୁଲ ଯାଉନାହାନ୍ତି ସଂଖ୍ୟାଲଘୁ ଛାତ୍ରୀ । ଅଧିକ ପଢନ୍ତୁ

hijab controversy: ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ପ୍ରଦାନ ଶୁଣାଣି ବେଳେ ଦାବି କଲେ ଆବେଦନକାରୀ
hijab controversy: ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ପ୍ରଦାନ ଶୁଣାଣି ବେଳେ ଦାବି କଲେ ଆବେଦନକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟରେ ଜାରି ରହିଥିବା ହିଜାବ ବିବାଦର ଶୁଣାଣି ସମୟରେ କ୍ଲାସରୁମରେ ହିଜାବ ପିନ୍ଧିବାର ଅନୁମତି ଦେବାକୁ ଦାବି କରିଛନ୍ତି ଆବେଦନକାରୀ । ତେବେ ଦକ୍ଷିଣ ଆଫ୍ରିକାରେ ଏପରି ଏକ ବିବାଦରେ କୋର୍ଟ ଦେଇଥିବା ରାୟକୁ ଉଦାହରଣ ଭାବେ ଖଣ୍ଡପୀଠଙ୍କ ସାମ୍ନାରେ ରଖିବା ସହ ହିଜାବ ବାରଣ କାରଣରୁ ସଂଖ୍ୟାଲଘୁ ଛାତ୍ରୀମାନେ ସ୍କୁଲରେ ଅନୁପସ୍ଥିତ ରହିଥିବା ପ୍ରସଙ୍ଗ ଉଠାଇଥିଲେ ଆବେଦନକାରୀ ପକ୍ଷର ଓକିଲ ।

ଆଜି (ମଙ୍ଗଳବାର) ପ୍ରଧାନ ବିଚାରପତି ରିତୁରାଜ ଅଷ୍ଟି ଏବଂ ଜଷ୍ଟିସ୍ କ୍ରୀଷ୍ଣା ଏସ. ଦୀକ୍ଷିତ ଏବଂ ଖଜୀ ମୋହିଉଦ୍ଦିନଙ୍କୁ ନେଇ ଗଠିତ ବୃହତ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଏକାଧିକ ଦିଗକୁ ନେଇ ଦୀର୍ଘ 2 ଘଣ୍ଟା 15 ମିନିଟ ପର୍ଯ୍ୟନ୍ତ ତର୍କ ଉପସ୍ଥାପିତ ହୋଇଥିଲା । ତେବେ ଆଜିର ଶୁଣାଣି ଆସନ୍ତାକାଲି (ବୁଧବାର) ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ ।

ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ, ମହମ୍ମଦ ତାହିର ଏବଂ ରବିବର୍ମା କୁମାର ହିଜାବ ପିନ୍ଧିବାକୁ ଦାବି କରୁଥିବା ସଂଖ୍ୟାଲଘୁଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ । ସେହିପରି ପ୍ରତିପକ୍ଷ ତଥା ସରାକରୀ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭଲିଙ୍ଗ ନାଭାଡାଗି ପ୍ରତିନିଧିତ୍ୱ କରିଥିଲ ।

ହିଜାବକୁ ଶିକ୍ଷାନୁଷ୍ଠାନ ପରିସରରେ ଅନୁମତି ଦେବା ନେଇ ଅନୁରୋଧ କରିବା ସମୟରେ ଆବେଦନକାରୀଙ୍କ ପକ୍ଷରୁ ଏକ ସମାନ ମାମଲାର ରାୟକୁ ଉଦାହରଣ ଭାବେ ମଧ୍ୟ ଖଣ୍ଡପୀଠଙ୍କ ସମ୍ମୁଖରେ ଆବେଦନକାରୀଙ୍କ ପକ୍ଷରୁ ରଖାଯାଇଥିଲା ।

ଦକ୍ଷିଣ ଆଫ୍ରିକା କୋର୍ଟର ଏକ ରାୟର ଉଲ୍ଲେଖ କରି ଆବେଦନକାରୀ ଦର୍ଶାଇଥିଲେ ଯେ, ସେଠାରେ ଜଣେ ତାମିଲ ଛାତ୍ରୀଙ୍କୁ ନାକଫୁଲ ପିନ୍ଧିଥିବା କାରଣରୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ପରେ ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଶୁଣାଣି ପରେ ଏହାକୁ ଅନୁମତି ପ୍ରଦାନ କରାଯାଇଥିବା ଦର୍ଶାଇ ହାଜାବକୁ ମଧ୍ୟ ଅନୁମତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଥିଲେ ଆବେଦନକାରୀ । ତେବେ ଉଭୟ ପକ୍ଷର ଯୁକ୍ତିକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଶୁଣିବା ପରେ ଆସନ୍ତାକାଲିକୁ ଶୁଣାଣି ସ୍ଥଗିତ କରିଛନ୍ତି ଖଣ୍ଡପୀଠ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.