ETV Bharat / bharat

ଆର୍ଯ୍ୟନ ଡ୍ରଗ୍ସ କେସ, କିରଣ ଗୋସାଭି ଗିରଫ

author img

By

Published : Oct 28, 2021, 8:39 AM IST

Updated : Oct 28, 2021, 10:09 AM IST

ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଲାଞ୍ଚ ଅଭିଯୋଗରେ ଗିରଫ ହେଲେ NCB ସାକ୍ଷୀ ଗୋସାଭି
ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଲାଞ୍ଚ ଅଭିଯୋଗରେ ଗିରଫ ହେଲେ NCB ସାକ୍ଷୀ ଗୋସାଭି

ଗିରଫ ହେଲେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭି । ଏନସିବି କାର୍ଯ୍ୟାଳୟରେ ଆର୍ଯ୍ୟନଙ୍କ ସହ ଫଟୋ ଉଠାଇ ଚର୍ଚ୍ଚାରେ ଥିଲେ । ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି ପୁଣେ ପୋଲିସ । ଅଧିକ ପଢନ୍ତୁ...

ମୁମ୍ବାଇ: ଗିରଫ ହେଲେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭି । ପୁଣେ ପୋଲିସର ଏକ ଦଳ ତାଙ୍କୁ ଉତ୍ତର ପ୍ରଦେଶରର ଲକ୍ଷ୍ନୌରୁ ଗିରଫ କରିଛି । ୨୦୧୮ର ଏକ ଠକେଇ ମାମଲାରେ ତାଙ୍କୁ ପୁଣେ ପୋଲିସ ଗିରଫ କରିଛି ।

ତେବେ ଗୋସାଭିଙ୍କୁ ପୁଣେ ପୋଲିସ ଲୁକ୍-ଆଉଟ୍ ନୋଟିସ୍ ଜାରି କରିଥିଲା । ପୁଣେର ଫାର୍ସାଖାନା ପୋଲିସ ଷ୍ଟେସନରେ ତାଙ୍କ ନାମରେ ଠକେଇ ମାମଲା ରୁଜୁ ହୋଇଥିଲା । ପୋଲିସ ତାଙ୍କୁ ଆଜି ଅପରାହ୍ନ ମଧ୍ୟରେ କୋର୍ଟରେ ହାଜର କରିବ । ତେବେ ୨୦୧୮ରେ କିରଣ ଏବଂ ଶେରବାନୋ କୁରେଶି ନାମକ ଜଣେ ବ୍ୟକ୍ତି ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ ମାଲେସିଆରେ ଚାକିରି କରାଇଦେବାକୁ କହି ତାଙ୍କୁ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଣେ ପୋଲିସ ପୂର୍ବରୁ ଶରବାନୋ କୁରେଶିଙ୍କୁ ମୁମ୍ବାଇରୁ ଗିରଫ କରିସାରି ଥିବାବେଳେ ଆଜି ଗୋସାଭିଙ୍କୁ ଗିରଫ କରିଛି ।

ତେବେ କିରଣ ଗୋସାଭି ହେଉଛନ୍ତି ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାର ଏନସିବି ସାକ୍ଷୀ । ତାଙ୍କ ନାମରେ ଆର୍ଯ୍ୟନଙ୍କୁ ଛାଡିଦେବାପାଇଁ ଲାଞ୍ଚ ଅଭିଯୋଗ ହୋଇଥିଲା । ସେ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କ ସହ ୨୫ କୋଟିର ଡିଲ୍ କରିଥିବା ଅଭିଯୋଗ କରିଥିଲେ ଏନସିବିର ସାକ୍ଷୀ କିରଣ ଗୋସାଭିଙ୍କ ଅଙ୍ଗରକ୍ଷୀ । ଅନ୍ୟପଟେ ପୂର୍ବରୁ ମଧ୍ୟ କିରଣ ଗୋସାଭି ଆର୍ଯ୍ୟନଙ୍କ ସହ ଏନସିବି କାର୍ଯ୍ୟାଳୟରେ ସେଲଫି ନେଇ ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ଏସବୁ କୌଣସି କାରଣ ପାଇଁ ତାଙ୍କୁ ଗିରଫ କରାଯାଇନାହିଁ । ୨୦୧୮ ର ଏକ ଠକେଇ ମାମଲାରେ ଗିରଫ କରାଯାଇଛି । ବର୍ତ୍ତମାନର ମାମଲା ସହ ତାଙ୍କର ସମ୍ପୃକ୍ତିକୁ ତଦନ୍ତ ପରିସରଭୂକ୍ତ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 28, 2021, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.