ETV Bharat / bharat

Hate Slogan: ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ଆଉ ୧୮ଜଣ ଗିରଫ

author img

By

Published : May 28, 2022, 1:08 PM IST

Many peoples have been arrested in PFI slogan
ପିଏଫଆଇ ସ୍ଲୋଗାନରିଂ

ରାଲିରେ ଉତ୍ତେଜନପୂର୍ଣ୍ଣ ସ୍ଲୋଗାନକୁ ଗମ୍ଭୀରତାର ସହ ନେଇଛନ୍ତି କେରଳ ହାଇକୋର୍ଟ । କେରଳ ପୋଲିସ ଶୁକ୍ରବାର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର(PFI) ରାଲିରେ Hate slogan ମାମଲାରେ ଆଉ ୧୮ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ(କେରଳ): ରାଲିରେ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନକୁ ଗମ୍ଭୀରତାର ସହ ନେଇଛନ୍ତି କେରଳ ହାଇକୋର୍ଟ । କେରଳ ପୋଲିସ ଶୁକ୍ରବାର Hate slogan ମାମଲାରେ ଆଉ ୧୮ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା । ପୋଲିସ ପକ୍ଷରୁ ଏହା କୁହାଯାଇଛି ଯେ, ଗିରଫ ବ୍ୟକ୍ତିମାନେ ବାଳକ ଜଣଙ୍କ ଉତ୍ତେଜନା ମୂଳକ ସ୍ଲୋଗାନ ଦେବାପରେ ସ୍ଲୋଗାନକୁ ପୁନାରାବୃତ୍ତି କରୁଥିଲେ ।

ଗତ ମଇ ୨୧ ତାରିଖରେ ଆଲପ୍ପୁଜାଠାରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର(PFI) ରାଲି ସମୟରେ ଧମକପୂର୍ଣ୍ଣ ସ୍ଲୋଗାନ ମାମଲାରେ କେରଳ ହାଇକୋର୍ଟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ଏରଟ୍ଟୁଏପେଟ୍ଟା ନିବାସୀ ଅନାସ, ଯିଏକି ନାବାଳକ ଜଣଙ୍କୁ କାନ୍ଧରେ ବସାଇଥିଲେ ଏହି ମାମଲାରେ ପୋଲିସ ପ୍ରଥମେ ତାଙ୍କୁ ଗିରଫ କରିଥିଲା ।

ଭାଇରାଲ ଭିଡିଓରେ ନାବାଳକ ଜଣଙ୍କ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମାର ଲୋକମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ସ୍ଲୋଗାନ ଦେଉଥିବା ଦେଖାଯାଇଛି । ବାଳକ ଜଣଙ୍କ କହୁଛି ଯେ, "ଶେଷକୃତ୍ୟ ପାଇଁ ହିନ୍ଦୁ ଚାଉଳ ରଖିବା ଉଚିତ୍‌ ଓ ଖ୍ରୀଷ୍ଟିଆନମାନେ ସେମାନଙ୍କର ଶେଷ ରୀତିନୀତି ପାଇଁ ଧୂପ ରଖିବା ଉଚିତ୍ । ଯଦି ତୁମେ ଶାଳୀନତାର ସହ ବଞ୍ଚିବାକୁ ଚାହୁଁଛ, ତେବେ ଆମ ଯାଗାରେ ତୁମେ ରହିପାରିବ, ଯଦି ଶାଳୀନତାରେ ରହିବ ନାହିଁ ତେବେ ଆମକୁ ସ୍ବାଧୀନତା(ଆଜାଦି) ଜଣା ଅଛି । ଶାଳୀନତାରେ ବଞ୍ଚ, ଶାଳୀନତାରେ ବଞ୍ଚ, ଶାଳୀନତାରେ ବଞ୍ଚ(Live decently) ।"

ଯଦି ଲାଇନରେ ନ ଆସିବେ ତ ମୃତ୍ୟୁଦଣ୍ଡ ମିଳିବ ବୋଲି PFI ଚେତାବନୀ ଦେବାପରେ କେରଳରେ ରହୁଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ ସମୁଦାୟ ଲୋକଙ୍କ ପାଇଁ ଏହା ସିଧାସଳଖ ଧମକ ହୋଇଛି । କେରଳ ପୋଲିସ ଗୁରୁବାର PFI ଆଲପ୍ପୁଜା ଜିଲ୍ଲାର ସଭାପତି ନୱାସ ବନ୍ଦାନାମ ଓ ଜିଲ୍ଲା ସମ୍ପାଦକ ମୁଜୀବଙ୍କୁ ହେଟ୍‌ ସ୍ପିଚ୍‌ ମାମଲାରେ IPC ଧାରା ୧୫୩A ଅନୁଯାୟୀ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.