ETV Bharat / bharat

Punjab Assembly Poll: Kejriwalଙ୍କ ବଡ ଘୋଷଣା, ସରକାର ଗଢିଲେ ମହିଳାଙ୍କୁ ମିଳିବ ମାସିକ 1000 ଟଙ୍କା

author img

By

Published : Nov 22, 2021, 6:18 PM IST

Punjab assembly polls 2022:  ସରକାରକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କାର ସହାୟତା ଦେବ AAP
Punjab assembly polls 2022: ସରକାରକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କାର ସହାୟତା ଦେବ AAP

ପଞ୍ଜାବରେ AAP ମୁଖ୍ୟ କେଜ୍ରିଓ୍ବାଲ । କହିଲେ ରାଜ୍ୟରେ AAP କ୍ଷମତାକୁ ଆସିଲେ ମହିଳାଙ୍କୁ ଦେବ ୧ ହଜାର ଟଙ୍କାର ମାସିକ ସହାୟତା ରାଶି । ଅଧିକ ପଢନ୍ତୁ

ଚଣ୍ଡିଗଡ: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ (Punjab assembly poll 2022) ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିରେ ପ୍ରତିଦ୍ବନ୍ଦିତା କରିବ AAP । ଏନେଇ ଦଳ ତାର ନିର୍ବାଚନୀ ରଣନୀତି ମଧ୍ୟ ଆରମ୍ଭ କରିସାରିଲାଣି । ଆଜି ଦଳ ସୁପ୍ରିମୋ କେଜ୍ରିଓ୍ବାଲ (Arvind Kejriwal) ପଞ୍ଜାବ ନିର୍ବାଚନ ନେଇ ବଡ ଘୋଷଣା କରିଛନ୍ତି ।

ଆଜି (ସୋମବାର) କେଜ୍ରିୱାଲ କହିଛନ୍ତି ଯେ, ଯଦି ନିର୍ବାଚନରେ AAP କ୍ଷମତାକୁ ଆସେ ତେବେ ପଞ୍ଜାବର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ 1000 ଟଙ୍କାର ଆର୍ଥିତ ସହାୟତା ଯୋଗାଇ ଦେବ ତାଙ୍କ ସରକାର । ଯଦି ଗୋଟିଏ ପରିବାରରେ 3ଜଣ ମହିଳା ଅଛନ୍ତି ତେବେ ପ୍ରତ୍ୟେକଙ୍କୁ 1000 ଟଙ୍କା ପ୍ରଦାନ କରାଯିବ, ଯାହା ବିଶ୍ବର ସବୁଠୁ ବଡ ମହିଳା ସଶକ୍ତିକରଣ ଅଭିଯାନ (Women's Empowerment Campaign)ହେବ ବୋଲି କହିଛନ୍ତି କେଜ୍ରିଓ୍ବାଲ । ସେହିପରି ବୃଦ୍ଧ ମହିଳାମାନେ ପେନସନ ବା ଭତ୍ତା ପାଉଥିଲେ ସେମାନେ ତାହା ବ୍ୟତୀତ ଅତିରିକ୍ତ ଭାବେ ଏହି ୧ ହଜାର ଟଙ୍କାର ସହାୟତା ରାଶି ପାଇବେ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

କେଜ୍ରିୱାଲ ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରି ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବରେ ଜଣେ ନକଲି କେଜ୍ରିୱାଲ ବୁଲୁଛନ୍ତି। ସେ ଏଠାରେ ଯାହା ପ୍ରତିଶ୍ରୁତି ଦେଉଛନ୍ତି , ତାକୁ ଦୋହରାଇବା ପାଇଁ ପ୍ରୟାସ କରାଯାଇପାରେ । ସମଗ୍ର ଦେଶରେ ସେ ଜଣେ ବ୍ୟକ୍ତି ଯିଏ ପଞ୍ଜାବର ଜନତାଙ୍କୁ ମୁକ୍ତ ବିଜୁଳି ପ୍ରଦାନ କରି ପାରନ୍ତି ବୋଲି କହିବା ସହ ନକଲି କୋଜ୍ରିଓ୍ବାଲ ପ୍ରତି ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।

୨୦୨୨ ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମିଶନ ଆରମ୍ଭ କରିଛି AAP । ସଭ୍ୟ ସଂଗ୍ରହ ଅଭିଯାନ 'ମିଶନ ପଞ୍ଜାବ'(Mission Punjab)ର ଅଂଶ ଭାବେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି (ସୋମବାର) ସକାଳେ ପଞ୍ଜାବରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ ।

ଅମୃତସରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ସେ ଆଜି ସନ୍ଧ୍ୟାରେ ଲୁଧିଆନା ଗସ୍ତ କରିବେ ଏବଂ ମଙ୍ଗଳବାର ଅମୃତସରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.