ETV Bharat / bharat

କର୍ଣ୍ଣାଟକରେ ଆତଙ୍କ ଖେଳାଇଛି ବାଘ, ଦେଖିବା କ୍ଷଣି ଗୁଳି ମାରିବାକୁ ନିର୍ଦ୍ଦେଶ

author img

By

Published : Dec 3, 2022, 1:06 PM IST

Karnataka Leopard killed young woman shootout order
କର୍ଣ୍ଣାଟକରେ ବାଘ ଆକ୍ରମଣରେ ଯୁବତୀଙ୍କ ମୃତ୍ୟୁ, ଦେଖିବା କ୍ଷଣି ଗୁଳି ମାରିବାକୁ ନିର୍ଦ୍ଦେଶ

କର୍ଣ୍ଣାଟକର ମହିଶୂରରେ ଚିତାବାଘ ଆତଙ୍କ । ଚିତାବାଘ ଆକ୍ରମଣରେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ ତାକୁ ଦେଖିବା ମାତ୍ରେ ଗୁଳି ମାରି ଚେତାଶୂନ୍ୟ କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ମହିଶୂରରେ ବାଘ ଆକ୍ରମଣକୁ ନେଇ ଲୋକେ ଆତଙ୍କିତ ରହିଛନ୍ତି । ଏକ ମାସ ପୂର୍ବରୁ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାଳେ ପୁଣି ଏକ ଚିତାବାଘ ଆକ୍ରମଣରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମହିଶୂରର ଟି ନର୍ସିପୁର ଅଞ୍ଚଳ ସ୍ଥିତ ଏସ କେବେହୁଣ୍ଡି ଗ୍ରାମରେ ଏଭଳି ଘଟଣା ଘଟିଛି । ତେବେ ଏହି ହିଂସ୍ର ପଶୁକୁ ଦେଖିବା କ୍ଷଣି ନିଶା ଗୁଳି ମାରି ଚେତାଶୂନ୍ୟ କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଚିତା ବାଘକୁ ଧରିବା ପାଇଁ ପୂର୍ବରୁ ଲୋକେ ବାରମ୍ବାର ବନ ବିଭାଗକୁ ଅନୁରୋଧ କରିଥିଲେ । ମାତ୍ର ବନ ବିଭାଗର ଅବହେଳା ମନୋଭାବ ଯୋଗୁଁ ଗତ ମାସରେ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ପୁଣି ଏକ ନୀରିହ ଜୀବନ ଚାଲିଯାଇଛି । ହେଲେ ବନ ବିଭାଗ ଚିତାବାଘକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ତେବେ ଯୁବତୀଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ଧାରଣା ଦେଇ 7.5 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଗ୍ରାମବାସୀ ବିଳମ୍ବିତ ରାତି ଯାଏ ଧାରଣରେ ବସିରହିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ । ପରିଶେଷରେ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ବାବଦକୁ 7.5 ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ପରେ ସେମାନେ ଧାରଣାରୁ ଓହରିଥିଲେ ।

ଏନେଇ ମହିଶୂର ବନ ଅଧିକାରୀ ମିଲଥି ପ୍ରିୟା କହିଛନ୍ତି, ଘଟଣାସ୍ଥଳରେ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଚେକ ଦିଆଯାଇଛି । ବାଘ ଆତଙ୍କ ନେଇ 15 ଜଣିଆ ଟିମ ନିୟୋଜିତ କରାଯିବ ।" ଅନ୍ୟପଟେ ଏହି ହିଂସ୍ର ପଶୁକୁ ଦେଖିବା କ୍ଷଣି ଗୁଳି ମାରି ଚେତାଶୂନ୍ୟ କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.