ETV Bharat / bharat

କଂଗ୍ରେସର ଘୋଷଣା, ନିର୍ବାଚନ ଜିତିଲେ ୧୦ କେଜି ମାଗଣା ଚାଉଳ ସହ ମିଳିବ ବିଜୁଳି

author img

By

Published : Jan 12, 2023, 10:37 AM IST

Updated : Jan 12, 2023, 11:47 AM IST

କଂଗ୍ରେସର ନିର୍ବାଚନୀ ଘୋଷଣା
କଂଗ୍ରେସର ନିର୍ବାଚନୀ ଘୋଷଣା

କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସର ଘୋଷଣା । କ୍ଷମତାକୁ ଆସିଲେ ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ସହ ଗରୀବଙ୍କୁ ମିଳିବ ୧୦ କେଜି ଚାଉଳ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଚଳିତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କ୍ଷମତା ଦଖଲ ପାଇଁ ଏବେଠୁ ମଇଦାନକୁ ଓହ୍ଲାଇଲେଣି ରାଜନୈତିକ ଦଳ । ମାଳ ମାଳ ପ୍ରତିଶ୍ରୁତି ସହ ନେତାଏ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡିଲେଣି । ୨୦୨୩ ନିର୍ବାଚନରେ କଂଗ୍ରେସ କର୍ଣ୍ଣାଟକରେ ବିଜୟ ହୋଇ ସରକାର ଗଢିଲେ ପ୍ରତି ଗରୀବ ଲୋକଙ୍କୁ ୧୦ କେଜି ମାଗଣା ଚାଉଳ ଯୋଗାଇ ଦେବ । ଏହାସହିତ ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି । ବୁଧବାର ବେଲଗାଭିରୁ ପ୍ରଜାଧ୍ବନି ଯାତ୍ରା ନାମରେ ବସ୍ ରାଲି ଆରମ୍ଭ ସମୟରେ କଂଗ୍ରେସ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ବସ୍ ଯାତ୍ରା ଜରିଆରରେ ଦଳ ରାଜ୍ୟବ୍ୟାପୀ ଲୋକଙ୍କ ସମସ୍ୟା ଓ ମତାମତ ସଂଗ୍ରହ କରିବ ।

ପ୍ରଜାଧ୍ବନି ଯାତ୍ରା ନାମରେ କଂଗ୍ରେସ ନିଜ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛି । ଏହି ଅବସରରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଜିତିରେ ପ୍ରତି ଗରିବୀଙ୍କୁ ୧୦ କେଜି ମାଗଣା ଚାଉଳ ଦିଆଯିବ । ପୂର୍ବଥର ଆମେ ୭ କେଜି ଚାଉଳ ଦେଇଥିଲୁ । କେବଳ ଦଳିତ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ନୁହେଁ, ବରଂ ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗାଣା ବିଜୁଳି ଯୋଗାଇବୁ ।

ଏହାମଧ୍ୟ ପଢନ୍ତୁ: Bharat Jodo Yatra Final Event: ଶ୍ରୀନଗରରେ ଉଦଯାପନୀ କାର୍ଯ୍ୟକ୍ରମ, 21 ଦଳକୁ ନିମନ୍ତ୍ରଣ

ଏହି ସମୟରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ''କେନ୍ଦ୍ରରେ ବିଜେପି ସରକାର ଲୋକଙ୍କ ବିଶ୍ବାସ ସହ ଖେଳିଛି । ବିଜେପି ଦରଦାମ୍ ହ୍ରାସ, କୃଷକଙ୍କ ରୋଜଗାର ଦୁଇଗୁଣା କରିବା, କୃଷି ଋଣ ଛାଡ କରିବା, ୧୦ ଘଣ୍ଟା ନିରନ୍ତର ବିଜୁଳି ଯୋଗାଣ ଇତ୍ୟାଦି ନାନା ମିଛ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ୨୫୦୦ କୋଟି, ମନ୍ତ୍ରୀ ପଦ ୧୦୦ କୋଟି, କମିଶନର ଓ ଅନ୍ୟାନ୍ୟ ଚାକିରି ପାଇଁ ୧୫ କୋଟି ଟଙ୍କା ଆଦାୟ କରୁଛି ।'' ଏହାବ୍ୟତୀତ ଶାସକ ଦଳ ମଠ ଭଳି ଧାର୍ମିକ ଅନୁଷ୍ଠାନରୁ ଟଙ୍କା ସଂଗ୍ରହ କରୁଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।

Last Updated :Jan 12, 2023, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.