ETV Bharat / bharat

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

author img

By

Published : Aug 13, 2023, 8:22 PM IST

Updated : Aug 14, 2023, 2:43 PM IST

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

କର୍ଣ୍ଣାଟକ ଚିତ୍ରଦୁର୍ଗ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଏକ କାର ଟ୍ରକ ସହ ଧକ୍କା ହେବାପରେ ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ । ଏଭଲି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି କର୍ଣ୍ଣାଟକ ଚିତ୍ରଦୁର୍ଗଠାରେ । ୧୩ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ କାର ଟ୍ରକ ସହ ଧକା ହୋଇଥିଲା ଯାହାଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଜଣେ ଛୋଟ ପିଲା ଥିବା ଜଣା ପଡିଛି । କାର୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକା ଦେବାପରେ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ରବିବାର ୧୩ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ପିକ୍‌ନିକ୍‌ କରିବା ପାଇଁ କର୍ଣ୍ଣାଟକର ବିଜୟପୁର ଜିଲ୍ଲାର ସଙ୍ଗନାବାସବଙ୍କ ପରିବାର ଚିକମାଙ୍ଗାଲୁରୁ ଯାଇଥିଲେ ସେଠାରୁ ଘରକୁ ଫେରିବା ସମୟରେ ରାତି ପ୍ରାୟ ୩ଟାରେ ତାଙ୍କ କାର ଭାରସାମ୍ୟ ହରାଇ ଏକ ଟ୍ରକ ସହ ଧକା ହୋଇଥିଲା । ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ସଙ୍ଗନାବାସବଙ୍କ (୩୬) ତାଙ୍କ ସ୍ତ୍ରୀ ରେଖା (୨୯) ପୁଅ ଅଗସ୍ତ୍ୟା (୭) ଏବଂ ଜଣେ ସମ୍ପର୍କୀୟ ରହିଛନ୍ତି । ଗୁରୁତର ମଧ୍ୟରେ କାର୍‌ ଡ୍ରାଇଭର ସହ ସଙ୍ଗନାବାସବଙ୍କ ପୁଅ ଆଦର୍ଶ ଏବଂ ଝିଅ ଆନ୍‌ଭିକା ରହିଥିବା ଜଣା ପଡିଛି । ସଙ୍ଗନାବାସବଙ୍କ ପରିବାର ଶୁକ୍ରବାର ଦିନ ୧୧ ସମୟରେ ଚିକମାଙ୍ଗାଲୁରୁ ଅଭିମୁଖେ ବାହାରି ଥିଲେ । ସେଠାରେ ପାହାଡିଆ ପର୍ବତ ଘେରା ସୁନ୍ଦରତାକୁ ଉପଭୋଗ କରି ଖୁସି ମନାଇଥିଲେ । ରବିବାର ଦିନ ଚିକମାଙ୍ଗାଲୁରୁ ଘରକୁ ଫେରୁଥିବା ସମୟରେ ତାଙ୍କ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇଥିଲା । ସେ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ... ବସ-କାର ମୁହାଁମୁହିଁ ଧକ୍କାରେ 7 ମୃତ, 2 ଗୁରୁତର

ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ପାଇବା ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ କେ ପର୍ଶୁରାମ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ପୁଲିସ ଚିତ୍ରଦୁର୍ଗଠାରେ ଗ୍ରାମୀୟ ଥାନାରେ ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

Last Updated :Aug 14, 2023, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.