ETV Bharat / bharat

Congress President Poll: ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି କମଲନାଥ

author img

By

Published : Sep 27, 2022, 8:45 AM IST

Congress President Poll: ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି କମଲନାଥ
Congress President Poll: ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହଁନ୍ତି କମଲନାଥ

ଗେହଲଟଙ୍କ ଅଧ୍ୟକ୍ଷ ନିର୍ବାଚନ ଲଢିବା ନେଇ ବଢୁଛି ସନ୍ଦେହ । ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ନଥିବା କହିଲେ କମଲନାଥ । ରାଜସ୍ଥାନ ଦଳୀୟ ସଙ୍କଟ (Rajasthan political crisis) ମଧ୍ୟରେ ଦଳୀୟ ହାଇକମାଣ୍ଡ ନିର୍ବାଚନ ପାଇଁ କଂଗ୍ରେସର ଡ୍ୟାମେଜ କଣ୍ଟ୍ରୋଲ ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ନାହାନ୍ତି ଦଳର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ (Kamal Nath to not contest Cong president pol)। କମଲନାଥ ନିଜେ ଏଥିପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଥିବା ଦଳୀୟ ହାଇଡ୍ରାମା (Rajasthan political crisis) ମଧ୍ୟରେ ଦୌଡରେ ଆଗରେ ଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀତାରୁ ଓହରି ଯାଇପାରନ୍ତି ନେଇ ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ କମଲନାଥଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ କମଲନାଥ ନିଜେ ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସେ ଅଧ୍ୟକ୍ଷ ନିର୍ବାଚନ ଲଢିବା ନେଇ ଆଗହ୍ରୀ ନଥିବା ସ୍ପଷ୍ଟ କରିଛନ୍ତି ।

କମଲ ନାଥ ଗତକାଲି (ସୋମବାର) ବର୍ତ୍ତମାନର ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସାକ୍ଷାତକାର ରାଜସ୍ଥାନରେ ଜାରି ରହିଥିବା ଦଳୀୟ କନ୍ଦଳ ନେଇ ହୋଇଥିଲା । ରାଜସ୍ଥାନ କଂଗ୍ରେସରେ ଜାରି ରହିଥିବା ସଙ୍କଟ ପ୍ରଶମିତ କରିବା ପାଇଁ କମଲନାଥଙ୍କୁ ସୋନିଆ ଦାୟିତ୍ବ ଦେଇଥିବା ଚର୍ଚ୍ଚା ହୋଇଥିଲା । ଗାନ୍ଧୀ ପରିବାରରେ ବେଶ ଅନୁଗତ କୁହାଯାଉଥିବା କମଲନାଥ, ପୂର୍ବରୁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ସେ ବର୍ତ୍ତମାନ ମଧ୍ୟ ପ୍ରଦେଶ କଂଗ୍ରେସ କିମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ତେବେ ରାଜସ୍ଥାନ ସଙ୍କଟ ମଧ୍ୟରେ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରି ଯାଇପାରନ୍ତି ବୋଲି ଚର୍ଚ୍ଚା ବଢିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:- Rajasthan Political Crisis: ଗେହେଲଟ ଗୋଷ୍ଠୀର ୭୬ ବିଧାୟକଙ୍କ ଇସ୍ତଫା

ଏହାରି ମଧ୍ୟରେ ଅନ୍ୟତମ ବରିଷ୍ଠ ନେତା କମଲନାଥଙ୍କ ପ୍ରତିଦ୍ବନ୍ଦ୍ବୀତା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । କମଲ କହିଥିଲେ ତାଙ୍କର ଅଧ୍ୟକ୍ଷ ନିର୍ବାଚନ ଲଢିବା ନେଇ କୌଣସି ରୁଚି ନାହିଁ । ଏପରି ସମୟରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ସାଙ୍ଗକୁ ଦଳ କ୍ଷମତାରେ ଥିବା ରାଜସ୍ଥାନରେ ଦେଖାଯାଇଥିବା ଦଳୀୟ ସଙ୍କଟ ନେଇ ସମସ୍ତଙ୍କ ନଜର ରହିଛି ।

ଗେହେଲଟଙ୍କୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢାଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଯୁବନେତା ସଚିନ ପାଇଲଟଙ୍କୁ ଚୟନ କରିବାକୁ ଦଳ ଚାହୁଁଥିବାବେଳେ ଗେହଲଟଙ୍କ ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରିଆସୁଛି । ସଚିନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ ନିଷ୍ପତ୍ତିକୁ ବିରୋଧ କରି ଗେହଲଟ କ୍ୟାମ୍ପର ପ୍ରାୟ 76 ବିଧାୟକ ସମୂହ ଭାବେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ମଧ୍ୟ ପ୍ରଦାନ କରି ସାରିଛନ୍ତି । ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.