ETV Bharat / bharat

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା

author img

By

Published : Apr 6, 2021, 11:02 AM IST

Updated : Apr 6, 2021, 1:27 PM IST

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରାମଣା

09:57 April 06

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା, ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଏନଭି ରମଣା । ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏପ୍ରିଲ 24 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ସୁପ୍ରିମକୋର୍ଟର 48 ତମ ମୁଖ୍ୟବିଚାରପତି ହେବେ ଜଷ୍ଟିସ ରମଣା ।

ଏପ୍ରିଲ 23 ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରିବନ୍ଦ ବୋବେଡଙ୍କ କାର୍ଯ୍ୟାଳୟ ଶେଷ ହେଉଛି । ଏହା ପୂର୍ବରୁ ଜଷ୍ଟିସ ବୋବେଡ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ରାମଣାଙ୍କ ନାଁ ସୁପାରିଶ କରିଥିଲେ । ତେବେ ଆଜି(ମଙ୍ଗଳବାର) ଏଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ବୋବଡେଙ୍କ ପରେ ବିଚାରପତି ଏନଭି ରମଣା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ।  

ଜଷ୍ଟିସ ରମଣା ସୁପ୍ରିମକୋର୍ଟର ଦୀର୍ଘକାଳୀନ ବିଚାରପତି ହେବାକୁ ଯାଉଛନ୍ତି । କାରଣ ସେ 2022 ଅଗଷ୍ଟ 26ରେ ଅବସର ନେବାକୁ ଥିବାବେଳେ ଦୀର୍ଘ 16 ମାସ ଧରି ପଦବୀ ରେ ରହିବେ । ଦଶନ୍ଧି ପରେ ଭାରତର କୌଣସି ମୁଖ୍ୟ ବିଚାରପତି ଏତେ ମାସ କାର୍ଯ୍ୟ କରିବେ ।  

1957 ମସିହା ଅଗଷ୍ଟରେ ମାସରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଏକ କୃଷକ ପରିବାରେ ଜନ୍ମଗ୍ରହଣ କରିଥିଲେ ରାମଣା । ଏନଭି ରମଣା 2000 ମସିହା ଜୁନ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ । 2014 ଫେବୃୟାରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ ।  

Last Updated :Apr 6, 2021, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.