ETV Bharat / bharat

ବାତ୍ୟା ମୁକାବିଲା: ବିଜେପି ସାଂସଦ ଓ ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରିବେ ଜେପି ନଡ୍ଡା

author img

By

Published : May 24, 2021, 11:23 AM IST

ସାମ୍ଭବ୍ୟ ବାତ୍ୟା ୟାସର ମୁକାବିଲା ନେଇ ଆଜି ଭିଡିଓ କନଫରେସିଂ ଜରିଆରେ ବୈଠକ କରିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅଧିକ ପଢନ୍ତୁ...

ବାତ୍ୟା ୟାସ:  ବିଜେପି ସାଂସଦ ଓ ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରିବେ ଜେପି ନଡ୍ଡା
ବାତ୍ୟା ୟାସ: ବିଜେପି ସାଂସଦ ଓ ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରିବେ ଜେପି ନଡ୍ଡା

ନୂଆଦିଲ୍ଲୀ: ସାମ୍ଭବ୍ୟ ବାତ୍ୟା ୟାସର ମୁକାବିଲା ନେଇ ଆଜି ଭିଡିଓ କନଫରେସିଂ ଜରିଆରେ ବୈଠକ କରିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଦଳର ସାଂସଦ ଓ ଯେଉଁ ରାଜ୍ୟ ଗୁଡିକ ବାତ୍ୟାରେ ପ୍ରଭାବିତ ହେବେ ସେହି ରାଜ୍ୟର ଅଧିକାରୀ ମାନଙ୍କ ସହ ଆଜି ସନ୍ଧ୍ୟା 5ଟା 30ରେ ବୈଠକ କରିବେ । ତେବେ ଏହା ପୂର୍ବରୁ ରବିବାର ଦିନ ବାତ୍ୟା ୟାସ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟର ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ବାତ୍ୟା ୟାସ ରବିବାର ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି ଏହା ବାତ୍ୟାରେ ରୂପାନ୍ତରିତ ହୋଇଛି । ଭୀଷଣ ବାତ୍ୟାର ରୂପ ନେଇ ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍‌ । 26 ତାରିଖରେ ଏହା ଜଗତସିଂହପୁରର ପାରାଦୀପ କିମ୍ବା ପଶ୍ଚିମବଙ୍ଗର ସାଗର ଦ୍ବୀପଠାରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.