ETV Bharat / bharat

Punjab Assembly Poll: ଆଜି ପଞ୍ଜାବରେ ୪ଟି ରାଲି କରିବେ ନଡ୍ଡା

author img

By

Published : Feb 12, 2022, 11:19 AM IST

Punjab Assembly Poll: ଆଜି ପଞ୍ଜାବରେ ୪ଟି ରାଲି କରିବେ  ନଡ୍ଡା
Punjab Assembly Poll: ଆଜି ପଞ୍ଜାବରେ ୪ଟି ରାଲି କରିବେ ନଡ୍ଡା

ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପଞ୍ଜାବରେ ୪ଟି ରାଲି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ହେଭିଓ୍ବେଟଙ୍କ ପ୍ରଚାରରେ ସରଗରମ ହେଲାଣି ପ୍ରଚାର ମଇଦାନ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପଞ୍ଜାବରେ ୪ଟି ରାଲି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବାଲାଚାଉରରେ ଦିନ ୧୧ଟା ୧୫ ମିନିଟ, ରୋପୁରରେ ୧୨ଟା ୪୫ମିନିଟ, ରାଜପୁରରେ ଅପରାହ୍ନ ୩ଟା ୧୫ମିନିଟ ଓ ଘାନୋରରେ ୪ଟା ୪୫ରେ ରାଲି କରିବେ ନଡ୍ଡା ।

ସେହିପରି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଆଜି ପଞ୍ଜାବର ଗିଲ, ଜାଗ୍ରନ ଓ କପୁରଥାଲାରେ ରାଲି କରିବେ । କେନ୍ଦ୍ରମନ୍ତ୍ରୀ ଭିକେସିଂ ଆଜି ପଞ୍ଜାବର ଅମୃତସର ଉତ୍ତର, ଅମୃତସର ପୂର୍ବ ଏବଂ ବାବା ବାକଲାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଫେବୃଆରୀ ୨୦ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ 10ରେ ପଞ୍ଜାବରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.