ETV Bharat / bharat

ପ୍ରଥମ ଥର ଭାରତ ଉତକ୍ଷେପଣ କଲା ବ୍ରାଜିଲ ସାଟେଲାଇଟ ଆମାଜୋନିଆ -1

author img

By

Published : Feb 28, 2021, 11:37 AM IST

Updated : Feb 28, 2021, 2:18 PM IST

ପ୍ରଥମ ଥର ଭାରତ ଉତକ୍ଷେପଣ କଲା ବ୍ରାଜିଲ ସାଟେଲାଇଟ ଆମାଜୋନିଆ -1
ପ୍ରଥମ ଥର ଭାରତ ଉତକ୍ଷେପଣ କଲା ବ୍ରାଜିଲ ସାଟେଲାଇଟ ଆମାଜୋନିଆ -1

ଚଳିତ ବର୍ଷ ଇସ୍ରୋର ପ୍ରଥମ ମିଶନ । ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ ସେଣ୍ଟରରୁ ସଫଳତା ସହ ଲଞ୍ଚ ହେଲା PSLV-C51 । ଏହି ରକେଟରେ 19ଟି ସାଟେଲାଇଟକୁ ପ୍ରେରଣ କରାଯାଇଛି ।

ଅମରାବତୀ: ଚଳିତ ବର୍ଷ ଇସ୍ରୋ ତାର ପ୍ରଥମ ମିଶନକୁ ସଫଳତା ପୂର୍ବକ ଉତକ୍ଷେପଣ କରିଛି । ଆଜି ପୂର୍ବାହ୍ନ 10 ଟା 24 ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ PSLV-C51କୁ ଲଞ୍ଚ କରାଯାଇଛି । ଏହି PSLV-C51ରୁ ପଠାଗଲା 19ଟି ସାଟେଲାଇଟ । ପ୍ରମୁଖ ସାଟେଲାଇଟ ଆମାଜୋନିଆ -1 ରହିଛି ।

PSLV-C51 ରକେଟ ହେଉଛି PSLVର 53 ତମ ମିଶନ । ଏହି ରକେଟରୁ ପ୍ରଥମ ଥର ବ୍ରାଜିଲ ସାଟେଲାଇଟ ଆମୋଜୋନିଆ-1 ଓ 18 ଅନ୍ୟ ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଛି । ଏଥିରେ 5ଟି ଭାରତୀୟ ସାଟେଲାଇଟ ରହିଥିବାବେଳେ ଜିଆଇ-ସାଟ-ୱାନ ଏହା ସହ ଅନ୍ୟ ଏକ ନାନୋ ସାଟେଲାଇଟ ପଠାଇଛି ଇସ୍ରୋ । ଯେଉଁଥିରେ ଭାଗବତ ଗୀତାର କିଛି ଶ୍ଲୋକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ 25 ହଜାର ଲୋକଙ୍କ ନାଁ ରହିଛି । ଇସ୍ରୋ ମୁତାବକ, ଏହି ରକେଟ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି । ଶନିବାର ସକାଳ 8 ଟାରୁ ଏହାର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିଲା ।

PSLV -C51 /ଆମୋଜୋନିଆ-1 ଇସ୍ରୋର ବାଣିଜ୍ୟ ୟୁନିଟ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଡେଟର ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନ । ଏହି ମିଶନ ଲଞ୍ଚ ହେବା ପୂର୍ବରୁ ବ୍ରାଜିଲର ବୈଜ୍ଞାନିକ ଟିମ ଭାରତ ଆସିଥିଲେ । ଏହା ଭାରତ ଓ ବ୍ରାଜିଲ ପାଇଁ ଏକ ଗର୍ବର ବିଷୟ କହିଛନ୍ତି ଇସ୍ରୋର ଅଧ୍ୟକ୍ଷ କେ ଶିବନ । ସାଟେଲାଇଟ ଆମୋଜୋନିଆ-1 ସମ୍ପୂର୍ଣ୍ଣ ରୂପେ ବ୍ରାଜିଲ ବୈଜ୍ଞାନିକଙ୍କ ଦ୍ବାରା ବିକଶିତ କରାଯାଇଛି ।

ପ୍ରଥମ ଥର ଭାରତ ଉତକ୍ଷେପଣ କଲା ବ୍ରାଜିଲ ସାଟେଲାଇଟ ଆମାଜୋନିଆ -1

ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-1 ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବ । ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରି ମଜବୁତ କରିବ । 18ଟି ସହଯାତ୍ରୀ ଉପଗ୍ରହ ମଧ୍ୟରୁ 4ଟି ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରରୁ ଯିବାକୁ ଥିବା ବେଳେ ଆଉ 14ଟି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍(NSIL)ରୁ ଉତକ୍ଷେପଣ ହୋଇଛି ।

Last Updated :Feb 28, 2021, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.