ETV Bharat / bharat

ପୁଣି ଇତିହାସ ରଚିବ ଇସ୍ରୋ: ଆଜି Oceansat-3 ସମେତ 8ଟି ନାନୋ ସାଟେଲାଇଟ କରିବ ଉତକ୍ଷେପଣ

author img

By

Published : Nov 26, 2022, 10:46 AM IST

isro launch historic rocket  PSLV C54EOS-06
ପୁଣି ଇତିହାସ ରଚିବ ଇସ୍ରୋ: ଆଜି Oceansat-3 ସମେତ 8ଟି ନାନୋ ସାଟେଲାଇନ ଉତକ୍ଷେପଣ ହେବ

ଆଜି ପୁଣି ଇତିହାସ ରଚିବ ଇସ୍ରୋ । ଆଉ କିଛି ସମୟ ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର PSLV-C54/ EOS-06ର ଉତକ୍ଷେପଣ କରିବ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଆଉ କିଛି ମିନିଟ ପରେ ଇତିହାସ ରଚିବାକୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ପ୍ରସ୍ତୁତ ହୋଇସାରିଛି । ଆଜି (ଶନିବାର) ଇସ୍ରୋର ଭାରୀ ରକେଟ PSLV-C54/ EOS-06ର ଉତକ୍ଷେପଣ ହେବ । ଏଥିପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଏହି ଭାରୀ ରକେଟ ସମେତ ଇସ୍ରୋ ଓସେନସେଟ ସିରିଜର 3 ଜେନେରସନର Oceansat-3 ସମେତ 8ଟି ନାନୋ ସାଟେଲାଇଟ ଉତକ୍ଷେପଣ କରିବ ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ରକେଟ ସେଣ୍ଟରରୁ ଏହି ପରୀକ୍ଷଣ କରିବ ଇସ୍ରୋ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ସୂଚନା ଅନୁଯାୟୀ, ଆଜି (ଶନିବାର) ଦିନ 11.46ରେ ଉତକ୍ଷେପଣ ହେବ । ଯାହାର କାଉଣ୍ଟଡାଉନ ଆରମ୍ଭ ହୋଇ ସାରିଛି । PSLV-C54/ EOS-06ର ଉତକ୍ଷେପଣ ପାଇଁ ସଂସ୍ଥାନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି । ରକେଟ ଏବଂ ସାଟେଲାଇଟ ସିଷ୍ଟମ ଯାଞ୍ଚ ମଧ୍ୟ ସରିଛି ।

Oceansat-3 ଓସେନସେଟ ସିରିଜର ଉପଗ୍ରହ । ଯାହା ସମୁଦ୍ର ବିଜ୍ଞାନ ଓ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ କାର୍ଯ୍ୟ କରିବ । ଏହା ବ୍ୟତୀତ ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ । ଯାହା ଦ୍ବାରା ସୃଷ୍ଟ ଘୂର୍ଣ୍ଣିବଳୟ ନେଇ ଭାରତ ଆଗୁଆ ପ୍ରସ୍ତୁତ ହୋଇପାରିବ । ଏହି ସିରିଜର ପ୍ରଥମ ଉପଗ୍ରହ Oceansat-1 1999 ମେ 26ରେ ଉତକ୍ଷେପଣ ହୋଇଥିଲା । ଏହାପରେ 23 ସେପ୍ଟେମ୍ବର 2009ରେ Oceansat-1କୁ ଉତକ୍ଷେପଣ କରାଯାଇଥିଲା । ଆଜି ଏହାର ତୃତୀୟ ଜେନେରେସନ Oceansat-3କୁ ଲଞ୍ଚ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.