ETV Bharat / bharat

ଦିଲ୍ଲୀ ବାୟୁରେ ଆଶିଂକ ସୁଧାର, ବିଶେଷଜ୍ଞ କହିଲେ ଭଲ ସଙ୍କେତ

author img

By

Published : Nov 14, 2021, 5:15 PM IST

ଦିଲ୍ଲୀର ବାୟୁ ମାନରେ ଆଶିଂକ ସୁଧାର, ବିଶେଷଜ୍ଞ କହିଲେ ଭଲ ସଙ୍କେତ
ଦିଲ୍ଲୀର ବାୟୁ ମାନରେ ଆଶିଂକ ସୁଧାର, ବିଶେଷଜ୍ଞ କହିଲେ ଭଲ ସଙ୍କେତ

ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର । ପବନର ବେଗ ବଢିଲେ ଧିରେ ଧିରେ ସୁଧାର ଆସିବା ନେଇ ବିଶେଷଜ୍ଞଙ୍କ ସୂଚନା । ସେପଟେ କୁହୁଡି ଓ ଧୁଆଁ ହ୍ରାସ ପାଇଁ ବ୍ୟବହାର କରାଯାଉଛି ମେସିନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ସୁଧାର ଆସିଛି। ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ପକ୍ଷରୁ ଏହି ସୂଚନା ମିଳିଛି । NCT ରେ ବାୟୁ ଗୁଣବତ୍ତା ସୂଚକାଙ୍କ 386 ପଏଣ୍ଟରେ ଥିବାବେଳେ କେବଳ ଦିଲ୍ଲୀ ବାୟୁ ମଣ୍ଡଳରେ ସାମାନ୍ୟ ସୁଧାର ପରିଲିକ୍ଷିତ ହୋଇଛି । ଯାହା ଏକ ସକରାତ୍ମକ ସଙ୍କେତ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଗୋଟିଏ ଦିନରେ ବାୟୁର ମାନରେ ହଠାତ ସୁଧାର ଆସିବ ନାହିଁ । ତେବେ ପବନର ବେଗ ବଢିବା ସହ ଏହି ମାନକରେ ସୁଧାର ଆସିବା ନେଇ ଆଶା କରାଯାଉଛି । ସେହିପରି ବର୍ତ୍ତମାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଏପରି ସ୍ଥିତି ଲାଗିରହିଲେ ଶ୍ବାସକ୍ରିୟାଜନିତ ସମସ୍ୟା ଓ ଫୁସଫୁସକୁ ସଂକ୍ରମିତ କଲା ଭଳି ରୋଗ ବ୍ୟାପିବା ଆରମ୍ଭ ହୋଇପାରେ । ସେହିପରି ବର୍ତ୍ତମାନ ସ୍ଥିତିରେ କୋଭିଡ ଆକ୍ରାନ୍ତ ଓ ସୁସ୍ଥ ହୋଇ ଫେରିଥିବା ରୋଗୀ ସର୍ବାଧିକ ଅସୁରକ୍ଷିତ ବୋଲି ମତ ଦେଇଛନ୍ତି ଇଣ୍ଟରଭେନସନାଲ ପୁଲମୋନୋଲୋଜିଷ୍ଟର ବରିଷ୍ଠ କନସଲଟାଣ୍ଟ ଡ.ଅଜୈୱାଲ ପାରାଖ ।

ସେହିପରି ଦିଲ୍ଲୀରେ ଧୁଆଁକୁ ହ୍ରାସ କରିବା ପାଇଁ ଏକ ପ୍ରକାର ମେସିନର ବ୍ୟବହାର ମଧ୍ୟ ଆରମ୍ଭ ହୋଇଛି । ଯାହାର ବ୍ୟବହାର ଫଳରେ ପ୍ରଦୂଷଣ ସ୍ତରରେ 50-70% ଉନ୍ନତି ଆସିଥିବା ରେକର୍ଡ କରାଯାଇଛି । ଏହି ମେସିନର କାର୍ଯ୍ୟକ୍ଷମତା ଅବଧି ୨୪ ଘଣ୍ଟା ହୋଇଥିବା ବେଳେ ଗରମ କାରଣରୁ ପ୍ରାୟ 3-4 ଘଣ୍ଟା ବନ୍ଦ କରିବାକୁ ପଡୁଥିବା ଜଣେ ଅପରେଟର କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.